ଆଇପିଏସ ସ୍ତରରେ ବଡ଼ଧରଣର ଅଦଳବଦଳ, ବଦଳିଲେ ୫ ଜିଲ୍ଲାର ଏସପି

ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ୫ ଜିଲ୍ଲାର ଏସପିଙ୍କ ସହ ୧୮ ଆଇପିଏସଙ୍କ ଅଦଳବଦଳ ହୋଇଛି ।

ଅମିତାଭ ଠାକୁରଙ୍କୁ ପରିବହନ କମିଶନର ଭାବେ ନିଯୁକ୍ତି ମିଳିଥିବା ବେଳେ ସୁରେଶ ଦେବଦତ୍ତ ସିଂ ଅତିରିକ୍ତ ଡିଜି (ଅପରେସନ) ଭାବେ ଦାୟିତ୍ୱ ତୁଲାଇବେ । ସେହିପରି ଦୟାଲ ଗଙ୍ଗଓ୍ବାର ଅତିରିକ୍ତ ଡିଜି (ରେଳବାଇ ଓ ଉପକୂଳ ସୁରକ୍ଷା), ନରସିଂହ ଭୋଳ (ଅବକାରୀ କମିଶନର), ରାଜେଶ କୁମାର ଅତିରିକ୍ତ ଡିଜି (ଆଧୁନିକୀକରଣ) ହୋଇଛନ୍ତି । ଆଶିଷ ସିଂ କେନ୍ଦ୍ରାଞ୍ଚଳ ଆଇଜି ଭାବେ ନିଯୁକ୍ତି ପାଇଥିବା ବେଳେ ରାଜେଶ ପଣ୍ଡିତ ଡିଆଇଜି (ଅଗ୍ନିଶମ ଓ ହୋମଗାର୍ଡ) ଭାବେ ନିଯୁକ୍ତ ହୋଇଛନ୍ତି । ସେହିପରି ଅଖିଳେଶ୍ୱର ସିଂଙ୍କୁ ସ୍ୱତନ୍ତ୍ର ଗୁଇନ୍ଦା ସଂସ୍ଥା ଡିଆଇଜି ଭାବେ ନିଯୁକ୍ତି ଦିଆଯାଇଛି ।

କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ଏ.ଏମ.ପ୍ରସାଦଙ୍କୁ ମାନବାଧିକାର ସୁରକ୍ଷା ସେଲ୍‌ର ସ୍ପେଶାଲ ଡିଜି ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର । ସେହିପରି ରେଳବାଇ ସ୍ବତନ୍ତ୍ର ଡିଜି ସୁଧାଂଶୁ ଷଡ଼ଙ୍ଗୀଙ୍କୁ ଅଗ୍ନିଶମ ଡିଜି ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି । ଆର.କେ.ଶର୍ମା ଅତିରିକ୍ତ ଡିଜିପି (ମୁଖ୍ୟାଳୟ)ହୋଇଥିବାବେଳେ ସଞ୍ଜୟ କୁମାର ଆଇନଶୃଙ୍ଖଳା ଓ ଯୋଗାଯୋଗର ଅତିରିକ୍ତ ଡିଜି ଭାବେ ଦାୟିତ୍ୱ ନେବେ ।

ସେହିପରି ସିଏସ ମୀନାଙ୍କୁ ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର । ଅନ୍ୟପଟେ ମୟୂରଭଞ୍ଜ, ରାଉରକେଲା, ସମ୍ବଲପୁର,କେନ୍ଦୁଝର ଓ ବଲାଙ୍ଗିର ଏସପିଙ୍କୁ ବଦଳି କରାଯାଇଛି । ବାତୁଲା ଗଙ୍ଗାଧର ମୟୂରଭଞ୍ଜ,ମୁକେଶ କୁମାର ଭାମୋ ସମ୍ବଲପୁର,କୁଶଲକର ନୀତୀନ ଦାଗୁଡୁ କେନ୍ଦୁଝର,ଖିଲାରି ରିଷିକେଶ ବଲାଙ୍ଗିର ଏସପି ଭାବେ ନିଯୁକ୍ତି ପାଇଥିବା ବେଳେ ମିତ୍ରଭାନୁ ମହାପାତ୍ର ରାଉରକେଲା ଏସପି ଭାବେ ନିଯୁକ୍ତି ହୋଇଛନ୍ତି ।

Leave a Reply

Your email address will not be published. Required fields are marked *