ସୁରକ୍ଷା ପ୍ରୋଟୋକଲ ଉଲ୍ଲଂଘନ ଅଭିଯୋଗ,PM ଆବାସ ସାମ୍ନାରେ ରାହୁଲଙ୍କ ପ୍ରଦର୍ଶନକୁ ନେଇ ତେଜିଲା ରାଜନୀତି

ନିଟ୍‌ ପ୍ରଶ୍ନପତ୍ର ଲିକ୍‌ ମାମଲାକୁ ନେଇ ଜୋରଦାର ରାଜନୀତି ତେଜିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାସଭବନ ସାମ୍ନାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ବିରୋଧ ପ୍ରଦର୍ଶନ ପରେ ଏବେ ବିଜେପି ପକ୍ଷରୁ ପ୍ରତିବାଦ କାର୍ଯ୍ୟକ୍ରମ ଘୋଷଣା କରାଯାଇଛି। ରାହୁଲ ଗାନ୍ଧୀଙ୍କ ବିରୋଧ ପ୍ରଦର୍ଶନକୁ ନେଇ ଭାରତୀୟ ଜନତା ପାର୍ଟି ଏବେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଯାଉଛି।

ଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାସଭବନ ସାମ୍ନାରେ ରାହୁଲ ଗାନ୍ଧୀଙ୍କ ବିରୋଧ ପ୍ରଦର୍ଶନକୁ ନେଇ ଭାରତୀୟ ଜନତା ପାର୍ଟି ଏବେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଯାଉଛି । ନିଟ୍‌ ପ୍ରଶ୍ନପତ୍ର ଲିକ୍‌ ମାମଲାକୁ ନେଇ କଂଗ୍ରେସ ପାର୍ଟି ନେତା ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ପ୍ରଧାନମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ, ଯାହାପରେ ଆଜି ଭାରତୀୟ ଜନତା ପାର୍ଟି ଦେଶବ୍ୟାପୀ ଆନ୍ଦୋଳନ କରିବାକୁ ଯାଉଛି ।

ବିଜେପି ଅଭିଯୋଗ ଆଣିଛି ଯେ କଂଗ୍ରେସ ନେତାଙ୍କ ଆନ୍ଦୋଳନ ସମୟରେ ସୁରକ୍ଷା କୁ ନେଇ ଅଣଦେଖା କରାଯାଇଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନ ଭଳି ହାଇ ସିକ୍ୟୁରିଟୀ ଜାଗାରେ ପ୍ରଦର୍ଶନ କରିବା ସୁରକ୍ଷା ନିୟମର ଅବମାନନା କୁ ନେଇ ନିଅମ ଉଲ୍ଲଂଘନ କରାଯାଇଥିବା ଦଳ ଅଭିଯୋଗ କରିଛି । ଏହି ପ୍ରସଙ୍ଗକୁ ନେଇ ବିଜେପି ପାର୍ଟି ସବୁ ରାଜ୍ୟର କଂଗ୍ରେସ ପାର୍ଟି କାର୍ଯ୍ୟାଳୟ ଆଗରେ ଅପରାହ୍ଣ ୧୨ଟା ସମୟରେ ବିକ୍ଷୋଭ ପ୍ରଦର୍ଶନ କରିବା ନେଇ ସୂଚନା ରହିଛି ।