ମହାନଦୀ ଜଳ ବିବାଦ ଆଉଥରେ ତୀବ୍ର ହୋଇଛି। ମହାନଦୀ ନଦୀ ସମ୍ବନ୍ଧୀୟ ଟ୍ରିବ୍ୟୁନାଲରେ ଯେ ତଥ୍ୟ ଦାଖଲ ହୋଇଛି, ତାହାକୁ ମହାନଦୀ ବଞ୍ଚାଓ ଆନ୍ଦୋଳନ ବିରୋଧ କରିଛି ଏବଂ ସେମାନେ କହୁଛନ୍ତି ଯେ ଦିଆଯାଇଥିବା ତଥ୍ୟ ସଠିକ୍ ନୁହେଁ ଏବଂ ଓଡ଼ିଶାର ହିତକୁ କ୍ଷତି ହେବାର ସମ୍ଭାବନା ଅଛି। ଏହି ବିବାଦ ଦୀର୍ଘଦିନ ଧରି ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଚାଲୁଛି।ଓଡ଼ିଶା ଓ ଛତିଶଗଡ଼ ପକ୍ଷରୁ ମହାନଦୀ ନଦୀ ଟ୍ରିବ୍ୟୁନାଲ୍ ପାଖରେ ଜଳରାଶି ସମ୍ବନ୍ଧୀୟ ଯେ ତଥ୍ୟ ଦାଖଲ ହୋଇଛି ତାହାକୁ ବିଭ୍ରାନ୍ତିକର ବୋଲି ଅଭିଯୋଗ ହୋଇଛି

ଏହା ଓଡ଼ିଶା ଓ ନଦୀର ସ୍ୱାର୍ଥ ବିରୋଧୀ ବୋଲି କହି ବିରୋଧ ପ୍ରକାଶ କରିଛି ମହାନଦୀ ବଞ୍ଚାଓ ଆନ୍ଦୋଳନସଂଗଠନ ପକ୍ଷରୁ ଏହାକୁ ନେଇ ବିକ୍ଷୋଭ ପ୍ରଦର୍ଶନ ମଧ୍ୟ କରାଯାଇଛି|ମହାନଦୀକୁ ନେଇ ବିବାଦ ପୁଣି ତୀବ୍ର ହୋଇଛି। ମହାନଦୀ ନଦୀ ସମ୍ବନ୍ଧୀୟ ଟ୍ରିବ୍ୟୁନାଲରେ ପାଣି ଉପଲବ୍ଧତା ନେଇ ଦାଖଲ ହୋଇଥିବା ତଥ୍ୟ ଉପରେ ଆପତ୍ତି ଉଠିଛି।ଏହି ପରିସ୍ଥିତିରେ ଆନ୍ଦୋଳନକାରୀଙ୍କୁ ପୁଲିସ୍ ଉଠାଇ ନେଇଥିବା ଖବର ମିଳିଛି।
ମହାନଦୀ ବଞ୍ଚାଓ ଆନ୍ଦୋଳନ କହିଛି ଯେ ସେମାନେ ଟ୍ରିବ୍ୟୁନାଲରେ ଦାଖଲ ତଥ୍ୟକୁ ଚ୍ୟାଲେଞ୍ଜ୍ କରି ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ଆଲୋଚନା ପାଇଁ ଅନୁରୋଧ କରିଥିଲେ। ହେଲେ ଆଲୋଚନା ସୁଯୋଗ ନମିଳିବାରୁ ବାଧ୍ୟ ହୋଇ ଆନ୍ଦୋଳନକୁ ଓହ୍ଲାଇବାକୁ ପଡିଥିଲା ବୋଲି ସେମାନେ କହିଛନ୍ତି।