
ହିନ୍ଦୀ ସିନେମାର “ହି-ମ୍ୟାନ୍” ଧର୍ମେନ୍ଦ୍ର ଆଉ ନାହାନ୍ତି। ତାଙ୍କର 89 ବର୍ଷ ବୟସରେ ଦୁନିଆକୁ କରିଛନ୍ତି ଅଲବିଦା, ଏବଂ ତାଙ୍କ ସହିତ ହିନ୍ଦୀ ଚଳଚ୍ଚିତ୍ର ଶିଳ୍ପର ଏକ ଗୁରୁତ୍ୱପୂର୍ଣ୍ଣ ଯୁଗର ଅନ୍ତଘଟିଛି । ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ ଏବଂ କିଛି ଦିନ ପୂର୍ବରୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତାଙ୍କ ନିଶ୍ୱାସ ପ୍ରଶ୍ୱାସ ଖରାପ ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ଏହି ସମୟରେ, ସମଗ୍ର ଦେଓଲ ପରିବାର ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଉପସ୍ଥିତ ଥିଲେ ଏବଂ ଅନେକ ବଲିଉଡ୍ ତାରକା ତାଙ୍କୁ ଭେଟିଥିଲେ। ସଲମାନ ଖାନଙ୍କଠାରୁ ଶାହରୁଖ ଖାନଙ୍କ ପର୍ଯ୍ୟନ୍ତ, ଅନେକ ପ୍ରମୁଖ ବ୍ୟକ୍ତି ତାଙ୍କୁ ଭେଟିଥିଲେ। ପରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା, କିନ୍ତୁ ଘରେ ନିରନ୍ତର ଡାକ୍ତରୀ ତଦାରଖରେ ରହିଥିଲେ।
ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କୁ ନଭେମ୍ବର ୧୨ ତାରିଖରେ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା। ସେ ଦୁଇ ଦିନ ଧରି ଭେଣ୍ଟିଲେଟରରେ ଥିଲେ। ଧର୍ମେନ୍ଦ୍ର ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିଲେ ଏବଂ ତାଙ୍କୁ ମୁମ୍ବାଇର କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ଧର୍ମେନ୍ଦ୍ର 1960 ରେ ତାଙ୍କର ଅଭିନୟ ଜୀବନ ଆରମ୍ଭ କରିଥିଲେ। ତାଙ୍କର ପ୍ରଥମ ଚଳଚ୍ଚିତ୍ର ଥିଲା “ଦିଲ୍ ଭୀ ତେରା ହମ୍ ଭୀ ତେରେ”, ଯାହା 1960 ରେ ମୁକ୍ତିଲାଭ କରିଥିଲା। ପରେ ସେ 1961 ଚଳଚ୍ଚିତ୍ର “ବୟ ଫ୍ରେଣ୍ଡ” ରେ ଏକ ସହାୟକ ଭୂମିକାରେ ଅଭିନୟ କରିଥିଲେ। 65 ବର୍ଷ ଧରି ସକ୍ରିୟ ଥିବା ଧର୍ମେନ୍ଦ୍ର ହିନ୍ଦୀ ସିନେମାକୁ ଅନେକ ହିଟ୍, ସୁପରହିଟ୍ ଏବଂ ବ୍ଲକବଷ୍ଟର ଦେଇଯାଇଛନ୍ତି । ସେ ତାଙ୍କ କ୍ୟାରିଅର୍ ସାରା ଶୋଲେ (1975), ଚୁପକେ ଚୁପକେ (1975), ସୀତା ଅର ଗୀତା (1972), ଧରମଭୀର (1977), ଫୁଲ ଅର ପଥର୍ (1966), ଜୁଗୁନୁ (1973), ଏବଂ ୟାଦୋନ କି ବାରାତ୍ (1973) ଭଳି ସ୍ମରଣୀୟ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ, ଯାହା ଆଜି ବି ଦର୍ଶକଙ୍କ ନିକଟରେ ଲୋକପ୍ରିୟ ହୋଇ ରହିଛି |