
ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ଙ୍କ ୧୭ତମ ଶ୍ରାଦ୍ଧ ବାର୍ଷିକୀ ଉତ୍ସବ।ଏହି ଅବସରରେ କଂଧମାଳ ଜିଲ୍ଲାର ଚକାପାଦ,ତୁମୁଡ଼ିବନ୍ଧ ଠାରେ ଅନୁଷ୍ଠିତ ହୋଇଯାଇଛି ବିଭିନ୍ନ କାର୍ଯ୍ୟକ୍ରମ। ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ଥାନାରେ ଏକ ପ୍ଲାଟୁନ ପୋଲିସ ମୁତୟନ କରାଯାଇଥିବା ବେଳେ ଚକାପାଦ ଓ ଜଲେଶପଟ୍ଟା ଠାରେ ତିନି ପ୍ଲାଟୁନ ପୋଲିସ ମୁତୟନ କରାଯାଇଥିବା ସୂଚନା ମିଳିଛି। ଚକାପାଦ ଠାରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିଭୂତି ଭୂଷଣ ମହାପାତ୍ର,ଉପଖଣ୍ଡ ପୋଲିସ ଅଧିକାରୀ ବିଜୟ କୁମାର ବିଶି ରହିଥିବା ବେଳେ ଜଲେଶପଟ୍ଟା ଠାରେ ବାଲିଗୁଡା ଉପ ଖଣ୍ଡ ପୋଲିସ ଅଧିକାରୀ,ଦୁଇ ପୋଲିସ ଅଧିକାରୀ ରହିଛନ୍ତି।ବିଭିନ୍ନ ସ୍ଥାନରେ ଫ୍ଲାଗ ମାର୍ଚ୍ଚ ହୋଇଅଛି।

ଏହା ପୂର୍ବରୁ ଚକାପାଦ ଓ ଜଲେଶପଟ୍ଟା ଠାରେ ରାଜ୍ୟ ବିଜେପି ସଭାପତି ମନ ମୋହନ ସାମଲ,କଂଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ,ବିଧାୟକ ଉମା ଚରଣ ମଲ୍ଲିକ,ଫୁଲବାଣୀ ବିଧାୟକ ଉମା ଚରଣ ମଲ୍ଲିକ,ଜିଲ୍ଲା ବିଜେପି ସଭାପତି ପଣ୍ଡିତ ବିଶି ମାଝୀ ଙ୍କ ସହ ବହୁ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ। ଆଶ୍ରମ ଓ ସଂସ୍କୃତ ବିଦ୍ୟାଳୟ ରେ ଯେଉଁ ସମସ୍ୟା ରହିଅଛି ତାହା ସମାଧାନ କରାଯିବ ବୋଲି ରାଜ୍ୟ ବିଜେପି ସଭାପତି ମନ ମୋହନ ସାମଲ ମତବ୍ୟକ୍ତ ପ୍ରଦାନ କରିଥିଲେ। ରୀତି ନୀତି ଅନୁସାରେ ସମସ୍ତ କାର୍ଯ୍ୟକ୍ରମ ହେବ ବୋଲି ଆଶ୍ରମ ଦାୟିତ୍ୱରେ ଥିବା ଅଧିକାରୀ ମତବ୍ୟକ୍ତ ପ୍ରଦାନ କରିଛନ୍ତି।