ରାଜପଥରେ ଲୁଟେରାଙ୍କ ଆତଙ୍କ, ଲହୁଲୁହାଣ କରି, ପରେ ଲୁଟିନେଲେ ସବୁକିଛି

କେନ୍ଦୁଝର ଜିଲ୍ଲା ବଡବିଲ ଥାନା ରାଜପଥରେ ଲୁଟରାଙ୍କ ଆତଙ୍କରାଜ୍, ଜଣେ ଗାଡ଼ି ଚାଳକକୁ ଆକ୍ରମଣ କରି ଲହୁଲୁହାଣ କରିବା ପରେ ଲୁଟିନେଲେ । ବଡ଼ବିଲ ଥାନା ଆଜି ଭୋର୍ ସମୟରେ ଜଣେ ଟ୍ରଲର ଡ୍ରାଇଭର ରୋଇଡା ମାଇନ୍ସ ନିକଟରେ ଗାଡ଼ିକୁ ରାସ୍ତା କଡ଼ରେ ରଖିଦେଇ ଶୌଚ ପାଇଁ ଯାଇଥିବା ବେଳେ କିଛି ଦୁବୃର୍ତ୍ତ ତାଙ୍କୁ ଅତର୍କିତ ଆକ୍ରମଣ କରି ଲହୁଲୁହାଣ କରିବା ପରେ ତାଙ୍କ ଠାରୁ ଟଙ୍କା ଥିବା ପର୍ଶ କୁ ଛଡାଇ ନେଇ ଫେରାର ହୋଇଯାଇଛନ୍ତି। ଉକ୍ତ ଚାଳକ ଜଣକ ପାଟି କରିବାରୁ ଚାଳକ ତାଙ୍କୁ ଚିକିତ୍ସା ପାଇଁ ବଡ଼ବିଲ ମେଡିକାଲ୍ ଆଣିଥିବା ଦେଖିବାକୁ ମିଳିଥିଲା। ଏଥିପ୍ରତି ଆଞ୍ଚଳିକ ପ୍ରଶାସନ ଅଧିକାରୀ ଦୃଷ୍ଟିଦେଇ କଡ଼ା କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି