ବିରିଡିହା ଏସ. ଏନ. ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ଅଷ୍ଟମ ବାର୍ଷିକ ଉତ୍ସବ

ଆନନ୍ଦପୁର ବ୍ଲକ ଅନ୍ତର୍ଗତ ବିରିଡିହା ଏସ. ଏନ. ବିବେକାନନ୍ଦ ଶିକ୍ଷା କେନ୍ଦ୍ରରେ ଅଷ୍ଟମ ବାର୍ଷିକ ଉତ୍ସବ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି ।ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସ୍ବର୍ଣ୍ଣଲତା ବେହେରାଙ୍କ ସଂଯୋଜନାରେ ମୂଖ୍ୟ ଅତିଥି ଭାବେ ଆନନ୍ଦପୁର ପୂର୍ବତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଶରତ ଚନ୍ଦ୍ର ରାଉତ, ମୁଖ୍ୟବକ୍ତା ତକ୍ଷଶିଳା ଏଣ୍ଡ୍ରନେସନାଲ ଇଂରାଜୀ ବିଦ୍ୟାଳୟର ଅଧକ୍ଷ ଶ୍ରୀଯୁକ୍ତ ଆକାଶ ରଥ, ସାମ୍ନାନିତ ଅତିଥି ଆନନ୍ଦପୁର ଅତିରିକ୍ତ ଗୋଷ୍ଠୀଶିକ୍ଷା ଅଧିକାରୀ ହେମେନ୍ଦ୍ରନାଥ ମହାନ୍ତି, ସାମ୍ନାନିତ ଅତିଥି ଅବସରପ୍ରାତ ପ୍ରଧାନ ଶିକ୍ଷକ କଣ୍ଟିପାଳ ଉଚ୍ଚ ବିଦ୍ୟାଳୟର ଶ୍ରୀ ଯୁକ୍ତ ଦାମୋଦର ସାହୁ,ବିଦ୍ଯାଳୟର ସଭାପତି ଶ୍ରୀ ମଳୟ କୁମାର ସାହୁ ପ୍ରମୂଖ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ବାର୍ଷିକ ଉତ୍ସବ ଛାତ୍ରଛାତ୍ରୀ ମାନଙ୍କ ମାନସିକ ତଥା ବୌଦ୍ଧିକ ବିକାଶରେ ସହାୟକ ହୋଇଥାଏ,ଏହା ଶିଶୁ ମାନଙ୍କ ଲୁକାୟିତ ପ୍ରତିଭା ପ୍ରଦର୍ଶନର ଏକ ମାତ୍ର ମାଧ୍ଯମ ବୋଲି ଅତିଥି ମାନେ କହିଥିଲେ। ଏହି ଅବସରରେ ବାର୍ଷିକ କ୍ରିଡା ତଥା ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା କୃତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥିଙ୍କ ଗହଣରେ ପୁରସ୍କୃତ କରାଯାଇଥିଲା। ଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ସାସ୍କୃତିକ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା ।

Leave a Reply

Your email address will not be published. Required fields are marked *