କେନ୍ଦ୍ରାପଡ଼ା ଜିଲ୍ଲା ଆଳି ନରେନ୍ଦ୍ରପୁର ମା ପନ୍ଦରଶିଳା ଭଲିବଲ ପଡିଆ ଠାରେ ପ୍ରଥମ ବାର୍ଷିକ ରାଜମାତା ସୁଶ୍ରୀଦେବୀ ମେମୋରିଆଲ ଏକ ଦିବସୀୟ ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି | ମୁଖ୍ୟ ଅତିଥିଭାବେ ଦିବଂଗତ ରାଜମାତା ସୁଶ୍ରୀଦେବୀଙ୍କ ସାନପୁଅ ତଥା ଆଳି ବିଧାୟକ ପ୍ରତାପ କେଶରୀ ଦେବ ଯୋଗଦେଇ ଏହି ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିବା ସହିତ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ | ଉକ୍ତ ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଣ୍ଟରେ ମୋଟ ଚାରିଗୋଟି ଦଳ ଯଥା ଯାଜପୁର, ନେହେରୁ ଷ୍ଟାଡିୟମ ଭଦ୍ରକ, ଏପି ସିକ୍ସର ବାଲେଶ୍ୱର ଓ କେନ୍ଦ୍ରାପଡ଼ାର ନରେନ୍ଦ୍ରପୁର ମା ପନ୍ଦର ଶିଳା ଘରୋଇ ଟିମ ଅଂଶଗ୍ରହଣ କରିଥିଲେ | ଏପି ସିକ୍ସର ବାଲେଶ୍ୱର ଓ କେନ୍ଦ୍ରାପଡ଼ାର ମା ପନ୍ଦରଶିଳା ଟିମ ଫାଇନାଲକୁ ଉତୀର୍ଣ୍ଣ ହୋଇଥିବା ବେଳେ ୩ଟି ସେଟ ରୁ 2-1 ରେ କେନ୍ଦ୍ରାପଡ଼ାର ମା ପନ୍ଦରଶିଳା ନରେନ୍ଦ୍ରପୁର ଟିମକୁ ପରାସ୍ତ କରି ବାଲେଶ୍ୱର ଏପି ସିକ୍ସର ଚମ୍ପିୟାନ ହୋଇଥିଲା |
ସମ୍ମାନିତ ଅତିଥି ଭାବରେ ନରେନ୍ଦ୍ରପୁର ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ଇନ୍ଦୁମତୀ ସ୍ୱାଇଁ, ନଟବର ସ୍ୱାଇଁ ଓ ବଂଶୀଧର ସ୍ୱାଇଁ ପ୍ରମୁଖ ଯୋଗଦେଇ ଚମ୍ପିୟାନ ଓ ରନର୍ସଅପ ଦଳକୁ ଟ୍ରଫି ପ୍ରଦାନ କରିଥିଲେ | ରେଫରୀ ଭାବେ ବିଶ୍ୱଜିତ ପରିଡା, ଚନ୍ଦନ କୁମାର ଚଇନି ଓ ସୁବାସ ବାରିକ ଖେଳ ପରିଚାଳନା କରିଥିବାବେଳେ ଭାଷ୍ୟକାର ଭାବରେ ପ୍ରବୀର ସ୍ୱାଇଁ ଖେଳରେ ସମ୍ପୂର୍ଣ ଧାରାବିବରଣୀ ପ୍ରଦାନ କରିଥିଲେ | ଟୁର୍ଣ୍ଣାମେଣ୍ଟକୁ ଅଶୋକ ପଲାଇଙ୍କ ସମେତ ନରେନ୍ଦ୍ରପୁର ମା ପନ୍ଦରଶିଳା ଟିମର ସଦସ୍ୟ ମାନେ ସଫଳତାର ସହିତ ପରିଚାଳନା କରିଥିବା ଦେଖିବାକୁ ମିଳିଥିଲା |