ପ୍ରେମୀଯୁଗଳଙ୍କୁ ‘ଓୟୋ’ ବାରଣ

ଓୟୋ ଏହାର ଛେକ-ଇନ୍ ନୀତିରେ ବଡ଼ ପରିଵର୍ତନ ଆଣିଛି I କୌଣସି ଅବିବାହିତ ଯୋଡ଼ିଙ୍କୁ ରହିବା ଅନୁମତି ନ ଦେବାକୁ କମ୍ପାନି ନିଷ୍ପତ୍ତି ନେଇଛି I କୌଣସି ଦମ୍ପତ୍ତି ଓୟୋ ହୋଟେଲ୍ ରେ ରହିବାକୁ ସେମାନଙ୍କୁ କାଗଜପତ୍ର ଦେଖାଇବାକୁ ପଡିବ I ଉତ୍ତରପ୍ରଦେଶର ମିରଟ କମ୍ପାନି ଏହାର ପରୀକ୍ଷଣ ଆରମ୍ଭ କରିଛି I ପ୍ରତ୍ୟକ୍ଷ ଭାବେ ରହିବାକୁ ଆସୁଥିବା କିମ୍ବା ଅନ୍ଲାଇନ୍ ରେ ବୁକିଂ କରିଥିବା ଦମ୍ପତିମାନଙ୍କୁ ସମ୍ପର୍କର କାଗଜପତ୍ର ମଗାଯିବ I କମ୍ପାନି ଏହାର ସହଯୋଗୀ ହୋଟେଲମାନଙ୍କୁ ଏ ସମ୍ପର୍କରେ ଜଣାଇ ଦେଇଛି I

ଏହି ନୀତିକୁ ମିରଟରେ ତତ୍କାଳ ଲାଗୁ କରାଯାଇଛି I ସେଥିରୁ ଯେଉଁ ପତିକ୍ରିୟା ମିଳିବ ସେହି ଆଧାରରେ ଏହି ନିଷ୍ପତିକୁ ଅନ୍ୟ ସହରଗୁଡିକରେ କମ୍ପାନି ଲାଗୁ କରିପାରେ ବୋଲି କୁହାଯାଉଛି I ଅବିବାହିତ ଯୋଡ଼ିଙ୍କୁ ଓୟୋରେ ରହିବା ଅନୁମତି ନେଇ ମିରଟରେ ନାଗରିକ ସମାଜ ପ୍ରତିବାଦ କରୁଥିଲା I ଏହି ଅଭ୍ୟାସ ବିରୋଧରେ ଗ୍ରହଣ କରିବାକୁ ଦାବି କରାଯାଉଥିଲା I ଅନ୍ୟାନ୍ୟ ସହରର ବାସିନ୍ଦାମାନେ ମଧ୍ୟ ସମାନ ଦାବି କରୁଛନ୍ତି I

ଓୟୋକୁ ନେଇ ଲୋକମାନଙ୍କ ମନରେ ଥିବା ଧାରଣାକୁ ବଦଳାଇବା ଏବଂ ତାହାକୁ ପରିବାର, ଛାତ୍ର-ଛାତ୍ରୀ,ବ୍ୟବସାୟ, ଧର୍ମ ଓ ଯାତ୍ରୀମାନଙ୍କ ପାଇଁ ଏକ ସୁରକ୍ଷିତ ରହଣି ସ୍ଥଳରେ ପରିଣତ କରିବା ଲାଗି କମ୍ପାନି ଏହି ପଦକ୍ଷେପ ନେଇଛି I ଓୟୋ ବ୍ରାଣ୍ଡକୁ ବ୍ୟବହାର କରି ବେଆଇନ କାର୍ଯ୍ୟ କରୁଥିବା ହୋଟେଲଗୁଡିକ ବିରୋଧରେ ମଧ୍ୟ କାର୍ଯ୍ୟନୁଷ୍ଠାନ ନିଆଯାଉଛି I

Leave a Reply

Your email address will not be published. Required fields are marked *