ଦୀର୍ଘ ଦିନ ଧରି ଚାଲିଥିବା ନିର୍ବାଚନ ସମାବେଶ, ବକ୍ତୃତା ଏବଂ ବାଦ-ପ୍ରତିବାଦ ଧାରା ଆଜି ଶେଷ ହୋଇଯିବ। ଆଜି ସନ୍ଧ୍ୟାରୁ ଆମେରିକାରେ ମତଦାନ ଆରମ୍ଭ ହେବ।
ଆଜି ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି । ଏହି ଦିନଟି ସମଗ୍ର ଆମେରିକା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ | ଦୀର୍ଘ ଦିନ ଧରି ଉଭୟ ରିପବ୍ଲିକାନ୍ ପାର୍ଟି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଏବଂ ଡେମୋକ୍ରାଟିକ୍ ପାର୍ଟି ପ୍ରାର୍ଥୀ କମଲା ହାରିସ୍ ଦୁହେଁ ଏହି ନିର୍ବାଚନ ପାଇଁ ବଳ କଷରତ ଲଗେଇ ଚାଲିଛନ୍ତି। ତେବେ ଏହି ନିର୍ବାଚନରେ ଦୁଇ ପ୍ରାର୍ଥୀଙ୍କ ମଧ୍ୟରେ କଠିନ ପ୍ରତିଯୋଗିତା ରହିଛି। ଆଜି ୫ ନଭେମ୍ବର (ମଙ୍ଗଳବାର)ଭାରତୀୟ ସମୟ ଅନୁଯାୟୀ ୪:୩୦ ରେ ଭୋଟ୍ ଆରମ୍ଭ ହେବ | କିଛି ଘଣ୍ଟାର ବ୍ଯବଧାନ ପରେ ପୁରା ବିଶ୍ୱ ଜାଣିବାକୁ ପାଇବ ଯେ ସବୁଠାରୁ ଶକ୍ତିଶାଳୀ ଏବଂ ବୃହତ୍ତମ ଗଣତାନ୍ତ୍ରିକ ଦେଶ ରେ ସାମିଲ ଆମେରିକାର ନେତୃତ୍ୱ କାହାର ହାତରେ ରହିବ ।
ତେବେ ଉଭୟ ପ୍ରାର୍ଥୀଙ୍କ ମଧ୍ୟରେ କଡ଼ା ସଂଘର୍ଷ ଚାଲିଛି। ଏଭଳି ପରିସ୍ଥିତିରେ ବର୍ତ୍ତମାନ ପ୍ରଶ୍ନ ହେଉଛି ଯେ ଯଦି ଆମେରିକାର ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ ଏବଂ କମଲା ହାରିସ ସମାନ ସଂଖ୍ୟକ ଭୋଟ୍ ପାଆନ୍ତି ଅର୍ଥାତ୍ ଉଭୟଙ୍କ ମଧ୍ୟରେ ଚାଲିଥିବା ମୁକାବିଲା ଟାଏ ହୋଇଯାଏ ତେବେ କିଏ ଜିତିବ ତାହା କିପରି ସ୍ଥିର କରାଯିବ?
ଆମେରିକାର ରାଷ୍ଟ୍ରପତି କିପରି ନିର୍ବାଚିତ ହୁଅନ୍ତି
ଆମେରିକୀୟ ବ୍ୟବସ୍ଥା ଅନୁଯାୟୀ,ରାଷ୍ଟ୍ରପତି ହେବାର ନିଷ୍ପତ୍ତି ୫୩୮ ଜଣ ସଦସ୍ୟଙ୍କ ‘ଇଲେକ୍ଟୋରାଲ କଲେଜ’ଦ୍ୱାରା ହୋଇଥାଏ,ଯେଉଁଥିରେ ଆମେରିକାର ପ୍ରତ୍ୟେକ ରାଜ୍ୟକୁ ସେତିକି ଇଲେକ୍ଟୋରାଲ ମିଳିଥାଏ,ଯେତିକି ତାଙ୍କ ଚୟନକର୍ତ୍ତା ଆମେରିକାର କଂଗ୍ରେସରେ ହୋଇଥାଏ ।