ଭୋକ-ଓପାସରେ ଜିପିଏଲଏଫ କର୍ମୀ, ୬ ମାସ ହେଲା ଦରମା ଠପ

କେନ୍ଦୁଝର ଜିଲ୍ଲା ହାଟଡ଼ିହୀ ବ୍ଲକର ଜିପିଏଲଏଫ (GPLF) ସଙ୍ଘ ନିଜର ବକେୟା ଦରମା ଓ ଚାକିରୀର କାର୍ଯ୍ୟ ସ୍ଥାୟିତ୍ବକୁ ନେଇ ବ୍ଲକ କାର୍ଯ୍ୟାଳୟ ଘେରାଉ କରି ବିଡ଼ିଓଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛି । ଦୀର୍ଘ ୬ମାସ ଧରି ମିଶନ ଶକ୍ତି ଅଧୀନରେ ନିୟୋଜିତ ମହିଳା କର୍ମଚାରୀଙ୍କୁ ଦରମା ନ ମିଳିବା କାରଣରୁ ସେମାନେ ବ୍ୟାଙ୍କଠାରୁ ଋଣ ନେଇ କିଣିଥିବା ସ୍କୁଟିର କିସ୍ତି ଦେଇପାରୁନାହାନ୍ତି କି ମୋବାଇଲ ରିଚାର୍ଜ କରିବାପାଇଁ ଭାଉଚରଟିଏ ମଧ୍ୟ ପକାଇପାରୁନାହାନ୍ତି ବୋଲି କହିଛନ୍ତି । ସରକାର କାର୍ଯ୍ୟ ଉପରେ କାର୍ଯ୍ୟ ଲଦି ଦେଉଛନ୍ତି କିନ୍ତୁ ସେମାନଙ୍କର ଦୁଃଖ ପ୍ରତି ନଜର ଦେଉନାହାଁନ୍ତି ବୋଲି ଜିପିଏଲଏଫ କର୍ମୀମାନେ ଦୁଃଖର ସହ ପ୍ରକାଶ କରିଛନ୍ତି।

ପୂର୍ବ ସରକାରଙ୍କ ସମୟରେ ଦରମା ଠିକ ସମୟରେ ମିଳୁଥିଲା କିନ୍ତୁ ଏବେ ୬ ମାସ ଧରି ଦରମା ନ ମିଳିବାରୁ ଗାଡ଼ି ମୋବାଇଲ ଅଚଳ ହେବାକୁ ବସିଲାଣି । ଗାଡ଼ିରେ ତେଲ ପକାଇବାକୁ ଟଙ୍କାଟିଏ ମିଳୁ ନଥିବାବେଳେ କାର୍ଯ୍ୟସାରି ଘରକୁ ଗଲେ କୁନି କୁନି ପିଲାମାନେ ମାଆ ହାତରେ ବିସ୍କୁଟ କିମ୍ବା ଚକୋଲେଟ ନପାଇ କାନ୍ଦି କାନ୍ଦି ଗଡ଼ି ଯାଉଛନ୍ତି । ସେମାନେ ଏତେ ଦୁଃଖରେ ଥାଇ ଅନେକ ସମୟରେ ସ୍ୱାମୀମାନଙ୍କ ଠାରୁ ଗଞ୍ଜଣା ଶୁଣୁଥିବା କଥା ମଧ୍ୟ କହିଛନ୍ତି। ଦରମା ନମିଳିବାରୁ ବାଟଗଲା ଲୋକେ ବି ଟାହିଟାପରା କରିବାକୁ ପଛାଉ ନାହାଁନ୍ତି ବୋଲି ସେମାନେ କାନ୍ଦି କାନ୍ଦି କହିଛନ୍ତି। ଆଗାମୀ ୫ଦିନ ମଧ୍ୟରେ ସରକାର ସେମାନଙ୍କ ବକେୟା ଦରମା ପ୍ରଦାନ କରିବା ସହ କାର୍ଯ୍ୟସ୍ଥାୟିତ୍ୱ ଉପରେ ଦୃଷ୍ଟି ନଦେଲେ ସେମାନେ ଆସନ୍ତା ଅକ୍ଟୋବର ୧ତାରିଖ ଠାରୁ କଲମ ଛାଡ଼ ଆନ୍ଦୋଳନ କରି ସମ୍ପୂର୍ଣ୍ଣ କାର୍ଯ୍ୟ ବନ୍ଦ କରିବେ ବୋଲି କଡ଼ା ଚେତାବନୀ ଦେଇଛନ୍ତି ।

ସେହିଭଳି ସୁବର୍ଣ୍ଣପୁର ଜ଼ିଲ୍ଲାର ଜି.ପି.ଏଲ.ଏଫ ମିଶନ ଶକ୍ତି କର୍ମୀ ସଂଘ ତରଫରୁ ଜ଼ିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ । ଜ଼ିଲ୍ଲାର ଛଟି ବ୍ଲକରୁ ସି.ଆର.ପି., ଜି.ପି.ଏଲ.ଏଫ,ପ୍ରାଣୀ ମିତ୍ର, ବ୍ୟାଙ୍କ ମିତ୍ର, କୃଷି ମିତ୍ର ଙ୍କୁ ଦୀର୍ଘ ଛ ମାସ ହେଲା ଦରମା ମିଳିନି । ଓଡିଶା ସରକାରଙ୍କ ସମସ୍ତ ଯୋଜନାର ପ୍ରତେକ କାର୍ଯ୍ୟ ତୃଣମୂଳ ସ୍ତରରେ ରୁପାୟିତ କରି ଆସୁଛନ୍ତି।ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କଲା ସତ୍ୱେ ମଧ୍ୟ ଏନେଇ କିଛି ସୁଫଳ ମିଳିପାରିନାହିଁ । ଯଦି ସରକାର ଏହାର ସମାଧାନ ନ କରନ୍ତି ତେବେ ରାଜ ରାସ୍ତା କୁ ଉଲ୍ଲଇବାପାଇଁ ପାଇଁ ଚେତାବନୀ ଦେଇଛନ୍ତି ମହିଳାମାନେ ।

Leave a Reply

Your email address will not be published. Required fields are marked *