
ଘଷିପୁରା ବ୍ଲକ ଅନ୍ତର୍ଗତ ପୁରୁଣାବାନ୍ଧଗୋଡା ସ୍ଥିତ ବଳରାମ ଧୀର ଉଚ୍ଚ ବିଦ୍ୟାଳୟର ୧୯୯୯ ବ୍ୟାଚର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ଶିକ୍ଷକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଏକ ସାଧାରଣ ସଭାରେ ପୁରାତନ ଛାତ୍ର ତାରିଣୀ ପ୍ରସାଦ ପଟ୍ଟନାୟକଙ୍କ ସଭାପତିତ୍ବରେ ଅବସରପ୍ରାପ୍ତ ଶିକ୍ଷକ ବଳରାମ ଦାସ, ଇଶ୍ୱର ଚନ୍ଦ୍ର ବେହେରା, ବୈଷ୍ଣବ ଚରଣ ସେନାପତି, ବଳଭଦ୍ର ବେହେରାଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଛ ଦେଇ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିଲା। ଛାତ୍ରଙ୍କ ମଧ୍ୟରେ ସ୍ନେହ ଓ ସଦଭାବନା ଆଦାନ ପ୍ରଦାନର ମାଧ୍ୟମ ହେଉଛି ବନ୍ଧୁ ମିଳନ।
ସ୍କୁଲର ଶିକ୍ଷକ ମାନଙ୍କ ଦିଗଦର୍ଶନ ପାଇ ଆଜି ଛାତ୍ରଛାତ୍ରୀ ବିଭିନ୍ନ କ୍ଷେତ୍ରରେ ସଫଳ ହୋଇପାରିଛନ୍ତି। ସେମାନଙ୍କ ଏହି ଉନ୍ନତ କାର୍ଯ୍ୟକୁ ଉପସ୍ଥିତ ଛାତ୍ରଛାତ୍ରୀ ବର୍ଣ୍ଣନା କରିବା ସହ ପୁରୁଣା ଦିନର ସ୍ମୃତିଚାରଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସଂଜିବ ସେଠୀ,ସତ୍ୟବ୍ରତ ପଟ୍ଟନାୟକ,ଚଗଲା ସା, ସଂଜିତ ଦାସ,ଲିପକ ବେହେରା, ମନୋରଞ୍ଜନ ବିଶୋଇ, ପଙ୍କଜ ବେହେରା, କୀର୍ତ୍ତିମାଳା ନାୟକ, କୁନି ରଣା, କବିତା ଚକ୍ର,ମିତା ନାୟକ ସହ ସମସ୍ତ ଛାତ୍ରଛାତ୍ରୀ ପରିଚାଳନା ରେ ସହଯୋଗ କରିଥିଲେ। ପରିଶେଷରେ ଛାତ୍ରୀ କବିତା ଚକ୍ର ସମସ୍ତ ଛାତ୍ରଛାତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
I don’t think the title of your article matches the content lol. Just kidding, mainly because I had some doubts after reading the article. https://accounts.binance.info/register/person?ref=MBLCVVZG