ବଜ୍ରାଘାତରେ ଚାଲିଗଲା ୧୦ ଗାଈଙ୍କ ଜୀବନ । ଏଭଳି ଅବାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଅଧୀନ ସିରିକୋଇ ଗ୍ରାମରେ ।ସୁଚନା ଅନୁୟାୟୀ ସିରିକୋଇ ଗ୍ରାମର ଜୟ ଗୌଡ଼ ତାଙ୍କର ୧୦ ଟି ଗାଈକୁ ଅପରାହ୍ନରେ ନିକଟରେ ଥିବା ଏକ ଜଙ୍ଗଲକୁ ଚରାଇବାକୁ ନେଇଥିଲେ । ହଠାତ୍ ସେଠାରେ ବର୍ଷା ପବନ ହେବା ସହ ବଜ୍ରାଘାତ ହୋଇଥିଲା । ଫଳରେ ୧୦ ଟି ଗାଈଙ୍କ ଉପରେ ବଜ୍ରାଘାତ ପଡିବାରୁ ସେଠାରେ ହିଁ ଗାଈ ଗୁଡ଼ିଙ୍କର ମୃତ ଘଟିଥିଲା । କିନ୍ତୁ ଅଳ୍ପକ୍କେ ବର୍ତ୍ତି ଯାଇଥିଲେ ଗାଈ ଚରାଳି ଜୟ ଗୌଡ଼ । ଖବର ପାଇ ନେଟେଙ୍ଗା ରାଜସ୍ୱ ବିଭାଗ ଅଧିକାରୀ ପହଁଚି ତଦନ୍ତ କରିଥିବା ବେଳେ କ୍ଷତିପୁରଣ ଦେବାକୁ ସାଧାରଣରେ ଦାବି କକିଛନ୍ତି ଗ୍ରାମବାସୀ ।