ଲକ୍ଷ୍ମୀ ମାଝୀ ମୃତ୍ଯୁର ୧୫ ଦିନ ବିତି ଯାଇଥିଲେ ସୁଧା ମୁଖ୍ୟ ଅଭିଯୁକ୍ତକୁ ଧରିବାରେ ବିଫଳ ପୋଲିସ

ରାୟଗଡାରେ ୧୨ ଘଣ୍ଟିଆ ବନ୍ଦ ପାଳନ । ଜିଲ୍ଲା ଆଦିବାସୀ ମହାସଂଘ ଡାକରାରେ ବନ୍ଦ ପାଳନ କରାଯାଉଛି । ମା’ ଗୃହ ୱାର୍ଡନ ଲକ୍ଷ୍ମୀ ମାଝୀଙ୍କ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ଦାବି କରି ଜିଲ୍ଲା ଆଦିବାସୀ ମହାସଂଘ ବନ୍ଦ ପାଳନ କରୁଛି । ପରିତାପର ବିଷୟ କି ଯେ,ଆଜିକୁ ୧୫ ଦିନ ହେଲା ପରେ ମଧ୍ୟ ଆସାମିକୁ ପୋଲିସ ଧରିବାରେ ବିଫଳ ହୋଇଛି । ଏଣୁ ଏହାର ପ୍ରଦିବାଦରେ ଏହି ଘଟଣାର ମୁଖ୍ୟ ଆସାମୀ ଓ ସହଯୋଗୀ ଦୋଷୀ ମାନଙ୍କୁ
ଗିରଫ କରି ଫାଶୀଦଣ୍ଡ ଏବଂ ସ୍ବର୍ଗତ ଲକ୍ଷ୍ମୀଙ୍କୁ ନ୍ୟାୟ ଦେବା ଦାବୀରେ ଆଜି  ଆଦିବାସୀ ସମାଜ, କାଶୀପୁର ତରଫରୁ ବନ୍ଦ ପାଳନ କରାଯାଇଛି ।

ତେବେ ଦେଖିବାକୁ ବାକି ରହିଲା କେବେ ମା ଗୃହ ୱାର୍ଡନ ଲକ୍ଷ୍ମୀ ମାଝୀଙ୍କ ମୃତ୍ୟୁ ମାମଲାର ଅଭିଯୁକ୍ତମାନଙ୍କୁ ପୋଲିସ ଗିରଫ କରିବାରେ ସଫଳ ହେଉଛି

One thought on “ଲକ୍ଷ୍ମୀ ମାଝୀ ମୃତ୍ଯୁର ୧୫ ଦିନ ବିତି ଯାଇଥିଲେ ସୁଧା ମୁଖ୍ୟ ଅଭିଯୁକ୍ତକୁ ଧରିବାରେ ବିଫଳ ପୋଲିସ

Leave a Reply

Your email address will not be published. Required fields are marked *