ତାମିଲନାଡ଼ୁରୁ ଫେରିଲେ ସୁସ୍ଥ ଶ୍ରମିକ। ୨୩ ଜଣ ଯୁବତି ଏବଂ ୩୫ ଜଣ ଯୁବକ। ତାମିଲନାଡ଼ୁରୁ ଟ୍ରେନ ମାଧ୍ୟମରେ ଆସିବାପରେ ସ୍ୱତନ୍ତ୍ର ବସ୍ ରେ କେନ୍ଦୁଝର ଫେରିଛନ୍ତି। ଘଟଗାଁ ନିକଟରୁ ଏକ ବସ୍ ମାଧ୍ୟମରେ ହରିଚନ୍ଦନପୁର ବ୍ଲକକୁ ୧୦ ଜଣ, ଘଟଗାଁ ବ୍ଲକର ୨ ଜଣ ଯାଇଥିବା ବେଳେ ଅନ୍ୟ ଏକ ବସ୍ ଯୋଗେ ତେଲକୋଇ ଓ ବାଂଶପାଳର ୪୬ ଜଣ ଶ୍ରମିକଙ୍କୁ ଫେରା ଯାଇଛି।
ସେମାନଙ୍କ କହିବା ଅନୁଯାୟୀ କେନ୍ଦୁଝରରେ ସେମାନଙ୍କୁ କାମଧନ୍ଦା ମିଳୁନଥିବାରୁ ସେମାନେ ଶ୍ରୀକାନ୍ତ ଜୁଆଙ୍ଗ ମାଧ୍ୟମରେ ତାମିଲନାଡ଼ୁ ଯାଇ ଏକ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରି ରେ କାମ କରୁଥିଲେ। ଘଟଣା ଦିନ ହଟାତ୍ ଗ୍ୟାସ ଲିକ୍ ହେବାରୁ ଯିଏ ଯୁଆଡେ ପାରିଲେ ଦୌଡିଲେ। ରୁମ୍ ଭିତରେ ରହିଯାଇଥିବା ଯୁବତୀ ମାନେ ଏହାର ଶିକାର ହେଲେ। ୧୧ ଜଣ ମରିଥିବା ବେଳେ ଆହୁରି ଅନେକ ଗୁରୁତର ହୋଇ ମେଡିକାଲରେ ଅଛନ୍ତି। ସେଠାରେ ପ୍ରାୟ ୫୦୦ ଯୁବକ ଯୁବତୀ ରହି କାମ କରୁଥିଲେ ବୋଲି କହିଛନ୍ତି । ସମସ୍ତ ଶ୍ରମିକଙ୍କୁ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ତତ୍ତ୍ୱାବଧାନରେ ଘରକୁ ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରଯାଇଥିଲା ବେଳେ ଗଣମାଧ୍ୟମକୁ ସମ୍ପୂର୍ଣ୍ଣ ତଥ୍ୟ ଲୁଚାଇବାକୁ ଚେଷ୍ଟା କରାଯାଇଥିଲା। ଘଟଣା ଏତେ ଦିନ ମଧରେ ମୁଖ୍ୟ ଅଭିଯୁକ୍ତ ଶ୍ରୀକାନ୍ତ ଜୁଆଙ୍ଗଙ୍କ ନାମରେ
ଶ୍ରମ୍ ଵିଭାଗ କୌଣସି ମାମଲା ରୁଜୁ ନକରିବା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏନେଇ କୌଣସି ଶ୍ରମ ଵିଭାଗ ଅଧିକାରୀଙ୍କ ପତିକ୍ରିୟା ମିଳି ପାରିନାହିଁ
ସେପଟେ ଜିଲ୍ଲା ପ୍ରଶାସନ ସହଯୋଗ ରେ ସମସ୍ତ ଶ୍ରମିକଙ୍କୁ ଘରକୁ ଫେରାଇ ଅଣାଯାଉ ଥିଲା ବେଳେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି ଜିଲ୍ଲା ଯୋଜନା ବୋର୍ଡ ତଥା ତେଲକୋଇ ବିଧାୟକ। ଶ୍ରମିକ ଙ୍କ ସୁରକ୍ଷା ସହ ଆଗକୁ ଦାଦନ କମିବା ନେଇ ପ୍ରୟାସ କରାଯିବ ବୋଲି ପ୍ରକାଶ କରିଛନ୍ତି ସାଂସଦ