ରାଜ୍ୟର ଆଦିବାସୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ସରକାର ଏକ ଐତିହାସିକ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଦୀର୍ଘ ଦିନର ଅପେକ୍ଷା ପରେ ଆସନ୍ତା କ୍ୟାବିନେଟ୍ ବୈଠକରେ ପେସା ଆଇନ ପ୍ରସ୍ତାବ ଆସିବାର ସମ୍ଭାବନା ରହିଛି। ଏଥିପାଇଁ ସରକାରୀ ସ୍ତରରେ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏହି ଆଇନକୁ ନେଇ ପ୍ରାୟ ୪୧ଟି ବିଭାଗ ସହ ଆଲୋଚନା ଶେଷ ହୋଇଛି ଏବଂ ଆଜି ଏ ସମ୍ପର୍କିତ ଶେଷ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେଉଛି। ଯଦିଓ କେନ୍ଦ୍ର ସରକାର ୧୯୯୬ ମସିହାରୁ ଏହି ଆଇନ ପ୍ରଣୟନ କରିଛନ୍ତି, କିନ୍ତୁ ଓଡ଼ିଶାରେ ଏହା ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ ଲାଗୁ ହୋଇପାରି ନଥିଲା।ଆଦିବାସୀଙ୍କୁ ଶକ୍ତିଶାଳୀ କରିବା ସହ ସେମାନଙ୍କର ଜଳ, ଜଙ୍ଗଲ ଓ ଜମି ଉପରେ ରହିଥିବା ପାରମ୍ପରିକ ଅଧିକାରକୁ ସୁରକ୍ଷିତ ରଖିବା ଏହାର ମୂଳ ଲକ୍ଷ୍ୟ।

ଅନୁସୂଚିତ ଅଞ୍ଚଳରେ ଆଦିବାସୀମାନେ ନିଜ ନୀତିନିୟମ ଅନୁସାରେ ଶାସନ କରିବାର ଅଧିକାର ପାଇବେ। ରାଜ୍ୟର ଆଦିବାସୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ସରକାର ଏକ ଐତିହାସିକ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଦୀର୍ଘ ଦିନର ଅପେକ୍ଷା ପରେ ଆସନ୍ତା କ୍ୟାବିନେଟ୍ ବୈଠକରେ ପେସା ଆଇନ ପ୍ରସ୍ତାବ ଆସିବାର ସମ୍ଭାବନା ରହିଛି। ଏଥିପାଇଁ ସରକାରୀ ସ୍ତରରେ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏହି ଆଇନକୁ ନେଇ ପ୍ରାୟ ୪୧ଟି ବିଭାଗ ସହ ଆଲୋଚନା ଶେଷ ହୋଇଛି ଏବଂ ଆଜି ଏ ସମ୍ପର୍କିତ ଶେଷ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେଉଛି। ଯଦିଓ କେନ୍ଦ୍ର ସରକାର ୧୯୯୬ ମସିହାରୁ ଏହି ଆଇନ ପ୍ରଣୟନ କରିଛନ୍ତି, କିନ୍ତୁ ଓଡ଼ିଶାରେ ଏହା ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ ଲାଗୁ ହୋଇପାରି ନଥିଲା।ଆଦିବାସୀଙ୍କୁ ଶକ୍ତିଶାଳୀ କରିବା ସହ ସେମାନଙ୍କର ଜଳ, ଜଙ୍ଗଲ ଓ ଜମି ଉପରେ ରହିଥିବା ପାରମ୍ପରିକ ଅଧିକାରକୁ ସୁରକ୍ଷିତ ରଖିବା ଏହାର ମୂଳ ଲକ୍ଷ୍ୟ। ଅନୁସୂଚିତ ଅଞ୍ଚଳରେ ଆଦିବାସୀମାନେ ନିଜ ନୀତିନିୟମ ଅନୁସାରେ ଶାସନ କରିବାର ଅଧିକାର ପାଇବେ। ଯେକୌଣସି ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ବା ବିସ୍ଥାପନ ପୂର୍ବରୁ ଗ୍ରାମସଭାର ସମ୍ମତି ବାଧ୍ୟତାମୂଳକ ହେବ। ଓଡ଼ିଶାର ପ୍ରାୟ ୧୦ଟି ଜିଲ୍ଲାର ଅନୁସୂଚିତ ଅଞ୍ଚଳର ଆଦିବାସୀମାନେ ଏହାଦ୍ୱାରା ସିଧାସଳଖ ଉପକୃତ ହେବେ। ପେସା ଆଇନ ଲାଗୁ ହେବା ଦ୍ୱାରା ଆଦିବାସୀ ସମ୍ପ୍ରଦାୟର ସାମାଜିକ ଓ ଅର୍ଥନୈତିକ ସ୍ଥିତିରେ ବଡ଼ ପରିବର୍ତ୍ତନ ଆସିବ ବୋଲି ଆଶା କରାଯାଉଛି। ଏହା ସେମାନଙ୍କର ସାମ୍ବିଧାନିକ ଅଧିକାରକୁ ଅଧିକ ମଜବୁତ କରିବ।