
ଭୁବନେଶ୍ୱର: ଯଦି ଆପଣ ଆଜି ସୁନା କିଣିବାକୁ ଯୋଜନା କରୁଛନ୍ତି, ତେବେ ଗହଣା କିଣିବା ପୂର୍ବରୁ ଆଜିର ସୁନା ଦର ସମ୍ପର୍କରେ ଜାଣିନେବା ଜରୁରୀ। ଭାରତୀୟ ବଜାରରେ ଆଜି ୨୪ କ୍ୟାରେଟ ସୁନାର ଦର ୧୦ ଗ୍ରାମ ପିଛା ୧,୫୫,୧୩୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ ସୁନାର ମୂଲ୍ୟ ୧,୪୨,୨୦୦ ଟଙ୍କା ରହିଛି।
ବିଭିନ୍ନ ସହରରେ ସୁନା ଦରରେ ସାମାନ୍ୟ ପାର୍ଥକ୍ୟ ଦେଖିବାକୁ ମିଳୁଛି।
- ଭୁବନେଶ୍ୱର: ୨୪ କ୍ୟାରେଟ – ₹୧,୫୫,୧୩୦; ୨୨ କ୍ୟାରେଟ – ₹୧,୪୨,୨୦୦
- ମୁମ୍ବାଇ: ୨୪ କ୍ୟାରେଟ – ₹୧,୫୫,୧୩୦; ୨୨ କ୍ୟାରେଟ – ₹୧,୪୨,୨୦୦
- ନୂଆଦିଲ୍ଲୀ: ୨୪ କ୍ୟାରେଟ – ₹୧,୫୫,୨୮୦; ୨୨ କ୍ୟାରେଟ – ₹୧,୪୨,୩୫୦
- ଚେନ୍ନାଇ: ୨୪ କ୍ୟାରେଟ – ₹୧,୫୫,୪୬୦; ୨୨ କ୍ୟାରେଟ – ₹୧,୪୨,୫୦୦
- କୋଲକାତା: ୨୪ କ୍ୟାରେଟ – ₹୧,୫୫,୧୩୦; ୨୨ କ୍ୟାରେଟ – ₹୧,୪୨,୨୦୦
ଅନ୍ୟପଟେ, ଆଜି ରୁପା ଦର ମଧ୍ୟ ଉଚ୍ଚ ସ୍ତରରେ ରହିଛି। ରୁପାର ମୂଲ୍ୟ କିଲୋଗ୍ରାମ ପିଛା ୨,୫୫,୦୦୦ ଟଙ୍କା ରହିଥିବା ସୂଚନା ମିଳିଛି।
କେମିତି ଯାଞ୍ଚ କରିବେ ସୁନାର ଶୁଦ୍ଧତା?
ଗହଣା କିଣିବା ସମୟରେ ସୁନାର ଶୁଦ୍ଧତା ଯାଞ୍ଚ କରିବା ଅତ୍ୟନ୍ତ ଜରୁରୀ। ଏଥିପାଇଁ ଗ୍ରାହକମାନେ BIS Care App ବ୍ୟବହାର କରିପାରିବେ। ସୁନାର ହଲମାର୍କ, ଲାଇସେନ୍ସ ନମ୍ବର କିମ୍ବା ପଞ୍ଜୀକରଣ ସମ୍ବନ୍ଧୀୟ ତଥ୍ୟ ଯାଞ୍ଚ କରି ଗହଣାର ଶୁଦ୍ଧତା ସମ୍ପର୍କରେ ଜାଣିହେବ।
ଯଦି ହଲମାର୍କ କିମ୍ବା ଅନ୍ୟ କୌଣସି ତଥ୍ୟରେ ଅନିୟମିତତା ଥିବା ଜଣାପଡ଼େ, ତେବେ ଗ୍ରାହକ BIS ନିକଟରେ ଅଭିଯୋଗ କରିପାରିବେ। ଅଭିଯୋଗ ପରେ ଏହା ଉପରେ କ’ଣ ପଦକ୍ଷେପ ନିଆଯାଇଛି, ସେ ସମ୍ପର୍କରେ ମଧ୍ୟ ତଥ୍ୟ ପାଇପାରିବେ।
ତେଣୁ ଗହଣା କିଣିବା ପୂର୍ବରୁ ସୁନାର ଦର ସହ ଏହାର ଶୁଦ୍ଧତା ଓ ହଲମାର୍କ ନିଶ୍ଚିତ ଭାବେ ଯାଞ୍ଚ କରନ୍ତୁ।