
ବାଂଲାଦେଶରୁ ଓଡ଼ିଶା। ସ୍ୱାମୀଙ୍କୁ ଖୋଜି ଖୋଜି ଓଡ଼ିଶାରେ ପହଞ୍ଚିଛନ୍ତି ବାଂଲାଦେଶର ରୁମା ମରିୟମ୍। ବାଂଲାଦେଶର ବର୍ଦ୍ଧନା ଜିଲ୍ଲା ଆମତୋଲି ଅଞ୍ଚଳରେ ରୁମାଙ୍କ ଘର। ବିବାହ ପରେ ତାଙ୍କୁ ସ୍ୱାମୀ ଛାଡି ଚାଲି ଯାଇଥିବା ସେ ଅଭିଯୋଗ ଆଣିଛନ୍ତି।ମହିଳାଙ୍କ ଏଭଳି ବୟାନ ସମସ୍ତଙ୍କୁ ଚକିତ କରିଥିବା ବେଳେ ଏହି ଘଟଣା ପଛରେ କେବଳ ପ୍ରେମ ବ୍ୟାପାର ନୁହେଁ କୌଣସି ଗୁ୍ପ୍ତଚର କାର୍ଯ୍ୟ ଲୁଚି ରହିଥିବା ନେଇ ସନ୍ଦେହ କରାଯାଉଛି । ତେବେ ଯୁବତୀଙ୍କ କହିବା କଥା ଅନୁଯାୟୀ ୬ ବର୍ଷ ପୂର୍ବେ ବାଂଲାଦେଶୀ ଯୁବତୀ ରୁମା ମାରିୟମଙ୍କ ସହ ବାଲେଶ୍ଵର ଜିଲ୍ଲା କମର୍ଦ୍ଦା ଥାନା ବୁଧାକୁସୁମୀ ଅଞ୍ଚଳର ବିରେନ୍ଦ୍ର ପ୍ରତାପ ଭଞ୍ଜଙ୍କ ଦିଘାରେ ଦେଖା ହୋଇଥିଲା। ପରେ ବିରେନ୍ଦ୍ର ବାଂଲାଦେଶ ଯାଇ ରୁମାକୁ ଦେଖା କରିଥିଲେ। ଏହାପରେ ତାଙ୍କ ସହ ସମ୍ପର୍କ ବଢାଇ ଥିଲେ ବିରେନ୍ଦ୍ର। ୬ ବର୍ଷର ସମ୍ପର୍କ ପରେ ମୁସଲିମ ରୀତିନୀତି ଅନୁସାରେ ବାଂଲାଦେଶରେ ଉଭୟଙ୍କ ବିବାହ ହୋଇଥିଲା। ତେବେ ବିବାହ ପରେ ବିରେନ୍ଦ୍ର ସେଠାରେ ତାଙ୍କୁ ଛାଡି ଚାଲି ଆସିଥିଲେ ବୋଲି ରୁମା ଅଭିଯୋଗ କରିଛନ୍ତି।ଅନ୍ୟପଟେ ବିରେନ୍ଦ୍ରଙ୍କ ଅନ୍ୟତ୍ର ବାହା କରିଥିବା ବେଳେ ତାଙ୍କ ପରିବାର ଉକ୍ତ ଅଭିଯୋଗକୁ ସମ୍ପୁର୍ଣ୍ଣ ରୂପେ ଏଡାଇ ଦେଇଛନ୍ତି । କିନ୍ତୁ ବାଂଲାଦେଶୀ ଯୁବତୀ ଜଣକ ବିରେନ୍ଦ୍ରଙ୍କ ସହ ରହିବା ପାଇଁ ଜିଦ କରିଛନ୍ତି । ଏହାରି ଭିତରେ ରୁମାଙ୍କୁ ସଖି ସେଣ୍ଟରରେ ରଖି ଅଧିକ ତଦନ୍ତ ହୋଇଥିବା ଜଣା ପଡିଛି ।
Can you be more specific about the content of your article? After reading it, I still have some doubts. Hope you can help me.