
ରଥଯାତ୍ରା ପାଇଁ ବରଗଡରୁ ପୁରୀ ଯିବ ରଥ କାଠ । ଏଥିପାଇଁ ବରଗଡ଼ରେ ପହଁଚିଛନ୍ତି ପୁରୀ ମନ୍ଦିରର ୫ ଜଣିଆ ଟିମ୍ । ପଦ୍ମପୁର ଜଙ୍ଗଲରେ ସର୍ଭେ କରିବ ଟିମ୍ । ପୁରୀର ଟିମ୍ ସହ ବରଗଡ଼ DFO ମଧ୍ୟ ଉପସ୍ଥିତ ରହିବେ । ଏନେଇ ପୁରୀ ମନ୍ଦିର ପ୍ରଶାସନ ପକ୍ଷରୁ DFO ଙ୍କୁ କରାଯାଇଛି ଚିଠି । ଚଳିତ ବର୍ଷ ରଥ ନିର୍ମାଣ ପାଇଁ ୮୧୪ ଖଣ୍ଡ କାଠ ର ଆବଶ୍ୟକତା ରହିଛି । ହେଲେ ରଥର ଚକ ତିଆରି ପାଇଁ ୭୨ ଖଣ୍ଡ ଫାସୀ ଗଛର ଆବଶ୍ୟକ ରହିଛି । ସେଥିପାଇଁ ପଦ୍ମପୁର ଜଙ୍ଗଲରୁ ଏହି କାଠ ଯିବ ବୋଲି ଟିମର ସଦସ୍ୟ ସୁଦର୍ଶନ ମେକାପ ସୂଚନା ଦେଇଛନ୍ତି ।