ପୁଲିସର ତତ୍ପରତାପାଇଁ ମହିଳା ଫେରିପାଇଲେ ନିଜ ଟଙ୍କା

ରାଇରଙ୍ଗପୁର ବସଷ୍ଟାଣ୍ଡରେ ଛିନତାଇ। ଦିନ-ରାତି ସର୍ବସମୁଖରେ ଚାଲିଛି ଲୁଟ ତରାଜ । ସୋମବାର ସକାଳ ୬ ଟା ସମୟରେ ଏକ ବୟସ୍କ ମହିଳାଙ୍କଠାରୁ ୩ ଲୁଟେରା ଜବରଦସ୍ତି ୩,୬୦୦ ଟଙ୍କା ଲୁଟ୍ କରିଥିବା ଅଭିଯୋଗକୁ ଆଧାର କରି ରାଇରଙ୍ଗପୁର ପୋଲିସ ୩ ଚୋରଙ୍କୁ ଗିରଫ କରିଛି। ସୂଚନା ଅନୁସାରେ, ଯଶିପୁର ଥାନା ଅଞ୍ଚଳର ପାର୍ବତୀ ସାହୁ ଗତକାଲି ସକାଳେ ରାଇରଙ୍ଗପୁର ବସଷ୍ଟାଣ୍ଡର ଏକ ଚା ଦୋକାନରେ ଚା ପିଉଥିବାବେଳେ ୩ ଜଣ ଯୁବକ ତାଙ୍କଠାରୁ ଜବରଦସ୍ତି ୩୬୦୦ ଟଙ୍କା ଛଡେଇ ନେଇଥିଲେ ।


ଏହି ଘଟଣାଟି ସ୍ଥାନୀୟ ଲୋକଙ୍କ ନଜରରେ ପଡିଥିଲା ଏବଂ ସେମାନଙ୍କୁ ଚିହ୍ନିଥିବାର ମଧ୍ୟ ସୂଚନା ମିଳିଥିଲା। ଯାହାକୁ ଆଧାର କରି
ମହିଳା ଜଣକ କାନ୍ଦି କାନ୍ଦି ରାଇରଙ୍ଗପୁର ଟାଉନଥାନାରେ ଲିଖିତ ଅଭିଯୋଗ କରିଥିଲେ । ଟାଉନ ଥାନା ଅଧିକାରୀ ମାମଲାର ତଦନ୍ତ କରି ସଂପୃକ୍ତ ୩ ଜଣଙ୍କୁ ଗିରଫ କରି ସେମାନଙ୍କଠାରୁ ୩୦୦୦ ଟଙ୍କା ଉଦ୍ଧାର କରିବା ପରେ ଏ ସପର୍କରେ ଏସଡିପିଓ ବୀରେନ୍ଦ୍ର ସେନାପତି ଖବରଦାତା ସମ୍ମିଳନୀ ଡକାଇ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ ।

ସମ୍ପୃକ୍ତ ୩ ଅପରାଧୀ ହେଲେ ରାଇରଙ୍ଗପୁର ଟାଉନା ଥାନା ୩ ନମ୍ବର ଓ୍ଵାର୍ଡ ମନ୍ଦିରସାହିର ରୋହିତ ମୁଖୀ, ପେଣ୍ଡ୍ରା ରାଜେଶ ରାହୁଲ ବେହେରା ଏବଂ ଝାଡ଼ଖଣ୍ଡ ରାଜ୍ୟର ପୂର୍ବସିଂହ ଭୂମ ଜିଲ୍ଲାର ଡୁମାରିଆ ଥାନା ଅଞ୍ଚଳର ରବି ବେହେରା ।