ତୁଳସୀ କ୍ଷେତ୍ରରେ ମନମୋହନ ସାମଲ: ସ୍ୱଚ୍ଛତା ଅଭିଯାନରେ ସାମିଲ, ବଳଦେବଜୀଉଙ୍କ ଦର୍ଶନ

ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ାରେ ବିଜେପିର ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ମନମୋହନ ସାମଲ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି। ସ୍ୱଚ୍ଛତା ଅଭିଯାନରେ ସାମିଲ ହେବା ସହ ପ୍ରଭୁ ସିଦ୍ଧ ବଳଦେବଜୀଉଙ୍କ ଦର୍ଶନ କରି ସେ ରାଜ୍ୟ ଓ ଜନସାଧାରଣଙ୍କ ମଙ୍ଗଳ କାମନା କରିଛନ୍ତି।


ପ୍ରଥମେ ବିଜେପିର ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ମନମୋହନ ସାମଲ ଦଳୀୟ କର୍ମୀଙ୍କ ସହ ସ୍ୱଚ୍ଛ ଭାରତ ଅଭିଯାନରେ ଯୋଗଦେଇ ସଫେଇ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ପରେ ସେ ବଳଦେବଜୀଉ ମନ୍ଦିରରେ ପହଞ୍ଚି ପ୍ରଭୁ ସିଦ୍ଧ ବଳଦେବଜୀଉଙ୍କ ଦର୍ଶନ କରି ଆଶୀର୍ବାଦ ଗ୍ରହଣ କରିଥିଲେ।
ଏହି ଅବସରରେ ସାମ୍ବାଦିକଙ୍କୁ ପ୍ରତିକ୍ରିୟା ଦେଇ ସେ କହିଥିଲେ ଯେ, ବଳଦେବ କ୍ଷେତ୍ର ସମେତ କେନ୍ଦ୍ରାପଡ଼ା ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ଡବଲ୍ ଇଞ୍ଜିନ ସରକାର ଦ୍ରୁତ ଗତିରେ କାର୍ଯ୍ୟ କରୁଛି ଏବଂ ଆଗାମୀ ଦିନରେ ବିକାଶମୂଳକ ପଦକ୍ଷେପ ଆହୁରି ତ୍ୱରାନ୍ୱିତ ହେବ।
ଏହି କାର୍ଯ୍ୟକ୍ରମରେ ଦୂର୍ଗା ପ୍ରସନ୍ନ ନାୟକ, ସଂଗଠନ ମନ୍ତ୍ରୀ ମାନସ ମହାନ୍ତିଙ୍କ ସମେତ ବହୁ ବିଜେପି ନେତା, କର୍ମୀ ଓ ସମର୍ଥକ ଉପସ୍ଥିତ ଥିଲେ।