ତାମିଲାଗା ଭେଟ୍ରି କାଝାଗମ୍ ମୁଖ୍ୟ ବିଜୟ ଗୁରୁବାର ପୁଣିଥରେ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକରଙ୍କୁ ଭେଟି ସରକାର ଗଠନ ପାଇଁ ଦାବି କରିଛନ୍ତି। କିନ୍ତୁ ରାଜ୍ୟପାଳଙ୍କ ସର୍ତ୍ତ ଏବଂ ସଂଖ୍ୟା ଗଣିତ ଏବେ ରାଜ୍ୟ ରାଜନୀତିକୁ ସରଗରମ କରିଛି। ରାଜ୍ୟପାଳ ସ୍ପଷ୍ଟ କରିଛନ୍ତି ଯେ, ଶପଥ ଗ୍ରହଣ ପୂର୍ବରୁ ବିଜୟଙ୍କୁ ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବାକୁ ହେବ।

ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟା ନଥିବା ରାଜ୍ୟପାଳ ଅନୁଭବ କରୁଛନ୍ତି, ତେଣୁ ସେ ଏହି ପ୍ରସଙ୍ଗରେ ଆଇନଗତ ମତାମତ ଲୋଡ଼ିଛନ୍ତି। ଟିଭିକେ ପାଖରେ ବର୍ତ୍ତମାନ ସୁଦ୍ଧା ମାଜିକ ନମ୍ବରଠାରୁ ପ୍ରାୟ ୫ରୁ ୮ଟି ଆସନ କମ୍ ପଡ଼ୁଛି। କଂଗ୍ରେସ ମଧ୍ୟ ସର୍ତ୍ତ ରଖିଛି ଯେ ସାମ୍ପ୍ରଦାୟିକ ଦଳଙ୍କ ସହାୟତା ନିଆଯାଇପାରିବ ନାହିଁ। ବରିଷ୍ଠ ନେତା ଅଭିଷେକ ମନୁ ସିଂଘବୀ କହିଛନ୍ତି ଯେ, ସବୁଠୁ ବଡ଼ ଦଳ ଭାବେ ଟିଭିକେକୁ ସରକାର ଗଠନ ପାଇଁ ନିମନ୍ତ୍ରଣ ମିଳିବା କଥା। ରାଜ୍ୟପାଳ ଜାଣିଶୁଣି ପ୍ରକ୍ରିୟାକୁ ବିଳମ୍ବ କରୁଥିବା ସେ ଅଭିଯୋଗ କରିଛନ୍ତି। ବିଜୟଙ୍କ ସମର୍ଥକମାନେ ପ୍ରତିବାଦ କରିବା ଆଶଙ୍କାରେ ଚେନ୍ନାଇର ମରିନା ବିଚ୍ ଏବଂ ଲୋକଭବନ ପାଖାପାଖି ଅଞ୍ଚଳରେ କଡ଼ା ସୁରକ୍ଷା ବଳୟ ସୃଷ୍ଟି କରାଯାଇଛି। ଦଳ ସ୍ପଷ୍ଟ କରିଛି ଯେ ସେମାନେ ଟିଭିକେ ସହ କୌଣସି ନିର୍ବାଚନ ପରବର୍ତ୍ତୀ ମେଣ୍ଟ କରିବେ ନାହିଁ। ରାଜ୍ୟପାଳ ସଂଖ୍ୟା ଗରିଷ୍ଠତାର ସଠିକ୍ ରିପୋର୍ଟ ମାଗିଥିବା ବେଳେ, ଟିଭିକେ ଅନ୍ୟ ଛୋଟ ଦଳଙ୍କ ସମର୍ଥନ ଜୁଟାଇବାରେ ବ୍ୟସ୍ତ ଅଛି। ଆସନ୍ତା କିଛି ଦିନ ତାମିଲନାଡ଼ୁ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ରହିବ।