ଅଳ୍ପକେ ବର୍ତ୍ତିଲା ବଡ଼ ବିପତ୍ତି: ବସ୍–କାର୍ ମୁହାଁମୁହିଁ ଧକ୍କା, ଭୟଭୀତ ୩୦ରୁ ଅଧିକ ଯାତ୍ରୀ

କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ଅନ୍ତର୍ଗତ ବାହାଡ଼ା ସାହି ନିକଟସ୍ଥ ପୋଲ ଉପରେ ଏକ ସୋଚନୀୟ ସଡ଼କ ଦୁର୍ଘଟଣା ଘଟିଯାଇଛି। ଏକ ଯାତ୍ରୀବାହୀ ବସ୍ ଏବଂ କାର୍ ମଧ୍ୟରେ ମୁହାଁମୁହିଁ ଜୋରଦାର ଧକ୍କା ହୋଇଛି। ତେବେ ସୌଭାଗ୍ୟବଶତଃ ବସ୍‌ରେ ଥିବା ୩୦ରୁ ଅଧିକ ଯାତ୍ରୀ ଏବଂ କାର୍ ଚାଳକ ଅଳ୍ପକେ ବର୍ତ୍ତି ଯାଇଛନ୍ତି। କାହାର ପ୍ରାଣହାନି ହୋଇନଥିବା ବେଳେ ସମସ୍ତେ ସୁରକ୍ଷିତ ଥିବା ସୂଚନା ମିଳିଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଧକ୍କା ଏତେ ଶକ୍ତ ଥିଲା ଯେ କାର୍‌ଟି ନିୟନ୍ତ୍ରଣ ହରାଇ ପୋଲ ବାଡ଼କୁ ପିଟି ହୋଇ ପ୍ରପାତ ବା ଖାତ ଆଡ଼କୁ ଖସି ପଡ଼ିବା ସ୍ଥିତିରେ ରହିଛି।

ଅଳ୍ପକେ ରକ୍ଷା ନହେଲେ କାର୍‌ଟି ପୋଲ ତଳକୁ ଖସି ବଡ଼ ଅଘଟଣ ଘଟିଥାନ୍ତା। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଧକ୍କା ଏତେ ଶକ୍ତ ଥିଲା ଯେ କାର୍‌ଟି ନିୟନ୍ତ୍ରଣ ହରାଇ ପୋଲ ବାଡ଼କୁ ପିଟି ହୋଇ ପ୍ରପାତ ବା ଖାତ ଆଡ଼କୁ ଖସି ପଡ଼ିବା ସ୍ଥିତିରେ ରହିଛି। ଅଳ୍ପକେ ରକ୍ଷା ନହେଲେ କାର୍‌ଟି ପୋଲ ତଳକୁ ଖସି ବଡ଼ ଅଘଟଣ ଘଟିଥାନ୍ତା। ‘ରାଜକୁମାର’ ନାମକ ଏହି ଯାତ୍ରୀବାହୀ ବସ୍‌ଟି ବାଲିଗୁଡ଼ାରୁ ପ୍ରାୟ ୩୦ରୁ ଅଧିକ ଯାତ୍ରୀଙ୍କୁ ନେଇ ଦ୍ରୁତ ଗତିରେ ଆସୁଥିଲା। ବିପରୀତ ଦିଗ ଅର୍ଥାତ ଟିକାବାଲି ପଟୁ କାର୍‌ଟି ଆସୁଥିବା ବେଳେ ପୋଲ ଉପରେ ହିଁ ଦୁଇଟିଯାକ ଗାଡ଼ି ମଧ୍ୟରେ କ୍ରାଶ୍ ହୋଇଥିଲା। ଏହି ଦୁର୍ଘଟଣା ପରେ ପୋଲ ଉପରେ ଗାଡ଼ି ଦ୍ୱୟ ଅଟକି ରହିଥିବାରୁ ଉଭୟ ପାର୍ଶ୍ୱରେ ଯାତାୟତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ରାସ୍ତାର ଦୁଇ ପଟେ ଅନେକ ଗାଡ଼ି ମଟର ଅଟକି ରହିଥିବା ବେଳେ ଉତ୍ତେଜନା ଓ ସ୍ଥାନୀୟ ଲୋକଙ୍କ ପ୍ରବଳ ଗହଳି ଦେଖିବାକୁ ମିଳିଛି।