ଯୁବକଙ୍କୁ ପିଟିପିଟି ହତ୍ୟା, କାରଣ ଖୋଜୁଛି ପୋଲିସ

କେନ୍ଦୁଝର ଘଟଗାଁ ଥାନା ଧାଙ୍ଗଡ଼ଡ଼ିହା ଗାଁ ପୋଖରୀ ନିକଟରେ ଜଣେ ଯୁବକକୁ ପିଟିପିଟି ହତ୍ୟା କରାଯାଇଛି । ମୃତ ଯୁବକ କେନ୍ଦୁଝର ସହର ଗହ୍ମାରିଆ ଗାଁର କୁଞ୍ଜ ବାହାଦୁର ଲମା ।

ସେ କଟକ ଏସସିବି ଡାକ୍ତରଖାନାରେ ଜୀବନ ସହ ସଂଗ୍ରାମ କରୁଥିବା ପୁଅକୁ ଜଗି ରହିଥିଲେ। ଗତ ୧୦ ତାରିଖ ରାତିରେ କଟକରୁ ନାଇଟ ବସରେ କେନ୍ଦୁଝର ଆସୁଥିବା ବେଳେ ୧୧ ତାରିଖ ଭୋରରୁ ଘଟଗାଁରେ ଓହ୍ଲାଇ ଧାଙ୍ଗଡ଼ଡ଼ିହା ଗାଁର ଜଣେ ବ୍ୟକ୍ତିଙ୍କ ଘରେ ପଶିଥିଲେ । ପରେ ସେହି ଗାଁ ପୋଖରୀ ନିକଟରେ କିଛି ଲୋକ ତାଙ୍କୁ ସଙ୍ଗବଦ୍ଧ ଭାବେ ପିଟିପିଟି ହତ୍ୟା କରିଥିଲେ । ସେଠାରେ ସେ ମୁମୂର୍ଷ ଅବସ୍ଥାରେ ପଡ଼ି ରହିଥିଲେ । ଆମ୍ବୁଲାନ୍ସକୁ ଖବର ଦେବାପରେ ତାଙ୍କୁ ତୁରନ୍ତ ଘଟଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପ୍ରବଳ ମାଡ଼ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିଲା । ପୋଲିସ ଘଟଣାର ଛାନଭିନ କରି ଘଟଣାରେ ସଂପୃକ୍ତ ୮ ଜଣଙ୍କୁ ଧାଙ୍ଗଡ଼ଡ଼ିହା ଗାଁରୁ ଗିରଫ କରିଛି । ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଘଟଗାଁ ଥାନା ଆଇଆଇସି ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *