ଲାଉ ସହ ସେଲ୍ଫି !

ନୀଳଗିରି ବ୍ଲକ୍‌ ନରସିଂହପୁର ଗାଁର ବିନାୟକ ଦାଶ । ତାଙ୍କ ବାଡ଼ିରେ ଏକ ଲାଉ ଗଛ ଦେଖିବାକୁ ମିଳିଛି । ଆଉ ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ଗଛର ଗୋଟିଏ ଡାଳରେ ୫୦ଟି ଲାଉ ଫଳିଛି । ତେବେ ଗୋଟିଏ ଡାଳରେ ଏକାଥରକେ ଏତେ ଫଳ ଫଳିବା ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ମନ ମୋହିଲା ଭଳି ଫଳିଥିବା ଲାଉ ଦେଖିବା ପାଇଁ ଲୋକଙ୍କ ଭିଡ଼ ବି ଜମୁଛି । ଅନେକ ଲୋକ ଲାଉ ସହ ସେଲ୍‌ଫି ମଧ୍ୟ ନେଉଛନ୍ତି ।

Leave a Reply

Your email address will not be published. Required fields are marked *