ନିର୍ବାଚନ ସମୟରେ ଧର୍ମାନ୍ତରୀକରଣ ଉପରେ ଚଳଚ୍ଚିତ୍ର କାହିଁକି: ଶତ୍ରୁଘନ ସିହ୍ନା

‘ଦି କେରଳ ଷ୍ଟୋରି’ କୁ ନେଇ ସାରା ଦେଶରେ ଦେଖାଦେଇଛି ଫାଟ। ଫିଲ୍ମକୁ ବିଜେପି ସମର୍ଥକ ଜୋରଦାର ସମର୍ଥନ ତଥା ପ୍ରଚାର ପ୍ରସାର କରିଥିବା ବେଳେ ବାମ ପନ୍ଥୀ ତଥା ଅନ୍ୟ ଆଞ୍ଚଳିକ ଦଳ ବିରୋଧ କରୁଛନ୍ତି। ଫିଲ୍ମ ସୌହାର୍ଦ୍ଦ୍ୟ ଓ ଭାଇଚାରା ନଷ୍ଟ କରିବ ବୋଲି ଫିଲ୍ମ ରିଲିଜ ପୂର୍ବରୁ  କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବି଼ଜୟନ ଏହାକୁ ବିରୋଧ କରିବା ସହ ଫିଲ୍ମ ଉପରେ ଲଗାଇଥିଲେ ପ୍ରତିବନ୍ଧକ। କିନ୍ତୁ କେରଳ ହାଇକୋର୍ଟରୁ ଫିଲ୍ମକୁ ରିଲିଜ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ସେପରଟ ବିବାଦ ଉପରେ ସୁନାମଧନ୍ୟ ଅଭିନେତା ତଥା ରାଜନେତା ଶତ୍ରୁଘନ ସିହ୍ନା ନିଜର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ଯଦି କୌଣସି ଚଳଚ୍ଚିତ୍ର ଶାନ୍ତି ବ୍ୟବସ୍ଥାକୁ ବିଚଳିତ କରେ, ତେବେ ଏହାକୁ ନିଷେଧ କରାଯିବା ଉଚିତ୍। ବଲିଉଡର ଏହି ଭେଟେରାନ ଅଭିନେତା ପ୍ରତ୍ୟେକ ପ୍ରସଙ୍ଗରେ ନିର୍ଭୟରେ ନିଜର ମତ ପ୍ରକାଶ କରିଥାନ୍ତି । ଏବେ ସେ ଅଦା ଶର୍ମାଙ୍କ ଫିଲ୍ମ ‘ଦି କେରଳ ଷ୍ଟୋରି’ ରେ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ ଯଦି କୌଣସି ଚଳଚ୍ଚିତ୍ର ରାଜ୍ୟର ଶାନ୍ତି ପ୍ରତି ବିପଦ ସୃଷ୍ଟି କରେ, ତେବେ ଏହାକୁ ନିଷେଦ୍ଧ କରିବା ଆବଶ୍ୟକ। ଶତ୍ରୁଘନ ସିହ୍ନା ଆହୁରି କହିଛନ୍ତି କି, ପ୍ରତ୍ୟେକ ମଣିଷର ଅଭିବ୍ୟକ୍ତିର ସ୍ୱାଧୀନତା ଅଛି, କିନ୍ତୁ  ଏହା ଦ୍ୱାରା ଆଇନ ଏବଂ ବ୍ୟବସ୍ଥା ବିଚଳିତ ନ ହେବା ଉଚିତ୍ ।

ଇ ଟାଇମ୍ସକୁ ଦେଇଥିବା ସାକ୍ଷାତକାରରେ ଶତ୍ରୁଘନ ସିହ୍ନା କହିଛନ୍ତି, ‘ସର୍ବପ୍ରଥମେ ମୁଁ ସ୍ପଷ୍ଟ କରିଦିଏ ଯେ ମୁଁ କେରଳ ଷ୍ଟୋରୀ ଦେଖି ନାହିଁ। ମୁଁ ଭ୍ରମଣରେ ଏତେ ବ୍ୟସ୍ତ ରହୁଛି ଯେ ଏପର୍ଯ୍ୟନ୍ତ ମୋ ଝିଅ ସୋନାକ୍ଷୀ ସିହ୍ନାର ୱେବ୍ ସିରିଜ୍ ଦହାଡ଼ ଦେଖିପାରି  ନାହିଁ । ମୁଁ ଏହା ମଧ୍ୟ କହିବାକୁ ଚାହେଁ ଯେ ମୁଁ ସର୍ବଦା ଅଭିବ୍ୟକ୍ତିର ସ୍ୱାଧୀନତା ପାଇଁ ଛିଡା ହୋଇଛି। ଆଗକୁ ସିହ୍ନା କହିଛନ୍ତି, ‘ମୁଁ ବିଶ୍ୱାସ କରେ ଯେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାଙ୍କ ମନର କଥା କରିବାର ଅଧିକାର ରହିଛି। କିନ୍ତୁ କୌଣସି ରାଜ୍ୟର ଆଇନ ଏବଂ ବ୍ୟବସ୍ଥାର ମୂଲ୍ୟ ଉପରେ ନୁହେଁ । ଯଦି କୌଣସି ଚଳଚ୍ଚିତ୍ର ରାଜ୍ୟର ଶାନ୍ତି ପ୍ରତି ବିପଦ ସୃଷ୍ଟି କରେ, ତେବେ ସେହି ସ୍ୱାଧୀନତା ଉପରେ ପ୍ରତିବନ୍ଧକ ଲଗାଯିବା ଉଚିତ୍। ଯଦି ଅଭିବ୍ୟକ୍ତିର ଅଧିକାର ଅଛି, ତେବେ ପ୍ରଶାସନର ମଧ୍ୟ ଅଧିକାର ରହିଛିଦ ବୋଲି ଶତ୍ରୁଘ୍ନ କହିଛନ୍ତି।

Leave a Reply

Your email address will not be published. Required fields are marked *