କିଣିଥିଲେ ୭୦୦୦ ହଜାରରେ, ବିକିଲେ ୪୧ ଲକ୍ଷରେ

କୌଣସି ସାମଗ୍ରୀ କିଣିଲେ ସମୟ ସହ ତାଳ ଦେଇ ତାର ମୂଲ୍ୟ ହ୍ରାସ ହୋଇଥାଏ।  ଏହାକୁ ଡେପ୍ରିସିଏସନ କୁହାଯାଏ। ଏହି ଡେପ୍ରିସିଏସନ ପାଇଁ ଥରେ କୌଣସି ଜିନିଷ କିଣି ତାକୁ କିଛି ଘଣ୍ଟାରେ ବିକିଲେ ମଧ୍ୟ ତାର ମୂଲ୍ୟ ହ୍ରାସ ହୋଇଥାଏ। ସେଥିପାଇଁ ଅନେକ ମଧ୍ୟ ବହୁ କ୍ଷତି ସହିଥାନ୍ତି। ହେଲେ ୬୦ ବର୍ଷ ତଳେ କିଣାଯାଇଥିବା ଏକ ଘଣ୍ଟାକୁ ଜଣେ ବ୍ୟକ୍ତି କିଣା ମୂଲ୍ୟର ସାଢେ ୫ଗୁଣା ଅଧିକ ଦରରେ ବିକ୍ରି କରିଛନ୍ତି।  ୭୦୦୦ ଟଙ୍କାରେ କିଣାଯାଇଥିବା ଘଣ୍ଟା ବର୍ତ୍ତମାନ ୪୧ ଲକ୍ଷରୁ ଅଧିକ ମୂଲ୍ୟରେ ବିକ୍ରି ହୋଇଛି। ଜଣେ ବ୍ୟକ୍ତି ତାଙ୍କ ପିତାଙ୍କ ମୃତ୍ୟୁ ପରେ ପିତାଙ୍କ ଘଣ୍ଟାକୁ ବିକ୍ରି କରିବାକୁ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ସେ ଡାକିଥିଲେ ନିଲାମ। ଆଉ ବ୍ୟକ୍ତିଙ୍କ ପିତା ୬୦ ବର୍ଷ ପୂର୍ବେ ୭୦୦୦ ଟଙ୍କାରେ କିଣିଥିବା ଘଣ୍ଟାକୁ ବିକ୍ରି କରିଛନ୍ତି ୪୧ ଲକ୍ଷ ଟଙ୍କାରେ। ତେବେ ଏହା କିପରି ସମ୍ଭବ ହେଲା?  ଆସନ୍ତୁ ଜାଣିବା ଏହାର କାରଣ।

ରିପୋର୍ଟ ଅନୁଯାୟୀ, ଏହା ହେଉଛି ଏକ ଆଣ୍ଟିକ୍ ୱାଚ୍, ଯାହା ସ୍ୱିସ୍ କମ୍ପାନୀ ରୋଲେକ୍ସ ଦ୍ୱାରା ପ୍ରସ୍ତୁତ କରାଯାଇଥିଲା। ୬ ଦଶନ୍ଧି ପୁରୁଣା ହୋଇଥିଲେ ମଧ୍ୟ ଘଣ୍ଟାଟି କାମ କରୁଛି I ଏହା ବ୍ୟତିତ,  ଏହାର ନିଜସ୍ୱ ଏକ ଇତିହାସ ରହିଛି | ଏହି କାରଣରୁ ୬୦ ବର୍ଷର ଘଣ୍ଟା ୪୧ ଲକ୍ଷ ପାଉଣ୍ଡରୁ ଅଧିକ ମୂଲ୍ୟରେ ବିକ୍ରି ହୋଇପାରିଛି ।  ନିକଟରେ ଏହା TW GAZE ଦ୍ୱାରା ପରିଚାଳିତ ଅନଲାଇନ୍ ନିଲାମରେ ବିକ୍ରି ହୋଇଥିଲା | କିଣିଥିବା ବ୍ୟକ୍ତି ତାଙ୍କର ପରିଚୟ ଲୁଚାଇବା ସର୍ତ୍ତରେ କହିଛନ୍ତି କି, ବ୍ରିଟେନ ବାସିନ୍ଦା ସାଇମନ୍ ବର୍ନେଟ୍ ୧୯୬୩ ରେ ଏହି ଘଣ୍ଟାଟି କିଣିଥିଲେ | ସାଇମନ୍ ରୟାଲ୍ ନୌସେନାର ସର୍ଚ୍ଚ-ଉଦ୍ଧାରକାରୀ ଡାଇଭର ଥିଲେ | ୨୦୧୯ ରେ ତାଙ୍କ ମୃତ୍ୟୁ ହୋଇଥିଲା।  ଏହି ଘଣ୍ଟାଟି ତାଙ୍କ ପୁଅ ପିଟର ବର୍ନେଟ୍ କୁ ଉତ୍ତରାଧିକାରୀ ଭାବେ ମିଳିଥିଲା I ପିଟର ପୋଲିସ ସେବାରୁ ଅବସର ନେଇଛନ୍ତି। କିନ୍ତୁ ଆଣ୍ଟିକ ଘଣ୍ଟା ପିନ୍ଧି ବୁଲିବା ତାଙ୍କୁ ଅସହଜ ଲାଗୁଥିଲା | ଏଥି ସହ ତାର ରକ୍ଷଣ ବେକ୍ଷଣ କରିପାରୁନଥିଲେ। ତେଣୁ ସେ ଏହାକୁ ନିଲାମ କରିବାକୁ ନିଷ୍ପତି ନେଇଥିଲେ I

British Pound Sterling banknotes are stacked in piles at the Money Service Austria company’s headquarters in Vienna, Austria, on Nov. 16, 2017.

ପିଟରଙ୍କ ପିତା ଏହି ଆଣ୍ଟିକ ଘଣ୍ଟା (୧୯୬୩ ରୋଲକ୍ସ ସବମେରିନର୍ ୱାଚ୍) କୁ ୭୦ ପାଉଣ୍ଡ (ପ୍ରାୟ ୭୦୦୦ ଟଙ୍କା) ରେ କିଣିଥିଲେ |କିନ୍ତୁ ବର୍ତ୍ତମାନ ଏହା ୪୦,୦୦୦ ପାଉଣ୍ଡ (ପ୍ରାୟ ୪୧ ଲକ୍ଷ ଟଙ୍କା) ରେ ବିକ୍ରି ହୋଇଛି | ତେବେ,  ପିଟର ପିତାଙ୍କ ଜିନିଷ ନିଲାମରେ ବିକ୍ରୟ କରିବା ସହଜ ନଥିଲା। ପିଟର ଏସମ୍ପର୍କ କୁହନ୍ତି, ‘ଏଥିରେ ଅନେକ ସ୍ମୃତି ଯୋଡି ହୋଇ ରହିଥିଲା | ତେଣୁ ତାକୁ ବିକ୍ରୟ କରିବା ମୋ ପାଇଁ ବହୁତ କଷ୍ଟସାଧ୍ୟ ନିଷ୍ପତି ଥିଲା କିନ୍ତୁ ମୁଁ ଏତେ ଦାମୀ ଘଣ୍ଟା ପିନ୍ଧି କୌଣସି ସ୍ଥାନକୁ ଯାଇପାରୁନଥିଲି |ବର୍ତ୍ତମାନ ପିଟର ଘଣ୍ଟା ବିକ୍ରୟରୁ ପାଇଥିବା ରାଶିରେ ବହୁତ ଖୁସି |

Leave a Reply

Your email address will not be published. Required fields are marked *