ମାଟ୍ରିକ ରେଜଲ୍ଟକୁ ଅପେକ୍ଷା, ଆଜି ଘୋଷଣା ହେବ ତାରିଖ

ମାଟ୍ରିକ୍ ରେଜଲ୍ଟକୁ ନେଇ ସମସ୍ତଙ୍କ ଅପେକ୍ଷା । ଚଳିତ ମାସ ତୃତୀୟ ସପ୍ତାହ ଶେଷ ସୁଦ୍ଧା ମାଟ୍ରିକ୍ ପରୀକ୍ଷା ରେଜଲ୍ଟ ପ୍ରକାଶ ପାଇବା ନେଇ ପୂର୍ବରୁ ଘୋଷଣା ହୋଇଥିଲା । ତେବେ ଖୁବଶୀଘ୍ର ତାରିଖ ଘୋଷଣା ହେବା ନେଇ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଥିଲା । ଆଜି ଦିନ ୧୧.୩୦ରେ ରେଜଲ୍ଟ ପ୍ରକାଶ ହେବା ନେଇ ତାରିଖ ଘୋଷଣା ହେବ । ତୃତୀୟ ସପ୍ତାହ ସରିବାକୁ ଥିବାବେଳେ ଆଜି ତାରିଖ ଘୋଷଣା ହେବ । ତେଣୁ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ କେବେ ରେଜଲ୍ଟ ପ୍ରକାଶ ହେବ ।

ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଦଶମ ପରୀକ୍ଷା ଫଳ ଆଜି ତାରିଖ ଘୋଷଣା ହେବ । ଏନେଇ ସୂଚନା ଦେଇଛନ୍ତି ବୋର୍ଡର ଉପସଭାପତି ଡକ୍ଟର ନିହାର ରଞ୍ଜନ ମହାନ୍ତି। କଟକ ବୋର୍ଡ କାର୍ଯ୍ୟାଳୟରେ ଏକ ପ୍ରେସମିଟ୍ କରି ଘୋଷଣା କରିବେ ଉପସଭାପତି । ଆସନ୍ତାକାଲି ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ଆଶା କରାଯାଉଛି । ସୂଚନା ଅନୁସାରେ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ମାଟ୍ରିକ୍ ଫଳ ମେ’ତୃତୀୟ ସପ୍ତାହରେ ପ୍ରକାଶ ପାଇବ । ଖାତା ଦେଖା ଶେଷ ହେବା ପରେ ଏବେ ଅନ୍ୟାନ୍ୟ କାର୍ଯ୍ୟ ଜାରି ରହିଛି ବୋଲି ପୂର୍ବରୁ ସୂଚନା ଦେଇଥିଲେ ତତକାଳୀନ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

ମାଟ୍ରିକ୍,ମଧ୍ୟମା ଏବଂ ମୁକ୍ ତବିଦ୍ୟାଳୟ ପାଇଁ ମୋଟ ୫ ଲକ୍ଷ ୪୧ ହଜାର ୨୪୭ ପରୀକ୍ଷାର୍ଥୀ ଫର୍ମପୂରଣ କରିଥିଲେ । ରାଜ୍ୟର ୩୨୧୮ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଅନୁ‌ଷ୍ଠିତ ହୋଇଥିଲା । ପ୍ରଶ୍ନପତ୍ର ରଖିବା ପାଇଁ ୩୧୬ଟି ନୋଡାଲ ସେଣ୍ଟର କରାଯାଇଥିଲା । ଚଳିତଥର ତ୍ରୁଟିଶୂନ୍ୟ ମୂଲ୍ୟାୟନ ପାଇଁ ବୋର୍ଡ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଥିଲା । ଚଳିତ ଥର ଯେପରି କୌଣସି ଅଭିଯୋଗ ନ ଆସେ କି କିଛି ବିଭ୍ରାଟ ନଘଟେ ସେଥିପ୍ରତି ବିଶେଷ ଧ୍ୟାନ ଦେଇଛି ମାଧ୍ୟମିକ ଶିକ୍ଷା ପରିଷଦ ।

Leave a Reply

Your email address will not be published. Required fields are marked *