କୋଡିପାରୀ ପଞ୍ଚାୟତ ସ୍ତରୀୟ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ

କୋଡ଼ିପାରୀ ଗ୍ରାମ ପଂଚାୟତ ସରପଞ୍ଚ ଶ୍ରୀ ଡମ୍ବରୁଧର ମାଝୀଙ୍କ ଦ୍ଵାରା ହେଡକ୍ବାର୍ଟରରେ ୧୬ଟି ଟିମକୁ ନେଇ ପଂଚାୟତ ସ୍ତରୀୟ ଭଲିବଲ ଟୁର୍ନାମେଣ୍ଟ ଅତି ଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଯାଇଛି । ଦୁଇ ଦିନ ଧରି ଚାଲିଥିବା ଏହି ଭଲିବଲ ଟୁର୍ନାମେଣ୍ଟରେ ଯୋଡ଼ିପଦର ସହ କୋଡ଼ିପାରି ଝୋଡ଼ିଆ ସାହିର ଫାଇନାଲରେ ମୁକାବିଲା ହୋଇଥିଲା । ଟୁର୍ନାମେଣ୍ଟରେ ଯୋଡ଼ିପଦର ଟିମର ମୁନ୍ନା ନାଏକ, ଭରତ ନାଏକ, କାସିଂ ନାଏକ,କୁନା ନାଏକ, ବରୁଣ ନାଏକ ଏବଂ ରାମ୍ ପ୍ରସାଦ ନାଏକ ଭଲ ପ୍ରଦର୍ଶନ ଦେଖାଇଥିବା ବେଳେ ଯୋଡ଼ିପଦର ଟିମ ଚମ୍ପିୟାନ ହୋଇଥିଲା ।

ଏହି ଟୁର୍ନାମେଣ୍ଟରେ ଚମ୍ପିୟାନ ଟିମକୁ କୋଡ଼ିପାରି ସରପଞ୍ଚ ଶ୍ରୀ ଡମ୍ବରୁଧର ପୁରସ୍କୃତ କରିଥିବାବେଳେ ରନର୍ସଅପ୍ ହୋଇଥିବା ଟିମ ସମିତି ସଭ୍ୟା ଶ୍ରୀମତୀ ମସ୍ୱିନୀ ବିଡ଼ିକାଙ୍କ ହାତରୁ ପୁରସ୍କାର ଗ୍ରହଣ କରିଥିଲା ।

Leave a Reply

Your email address will not be published. Required fields are marked *