ମୋଦିଙ୍କୁ ଶୁଭେଚ୍ଛା ଜଣାଇଲେ ଦୁଇ ସରିଫ ଭାଇ

ବଦଳିଛି ପାକିସ୍ଥାନର ମିଜାଜ। ମୋଦିଙ୍କ ଶପଥଗ୍ରହଣ ପରେ ବଢାଇଛି ବନ୍ଧୁତାର ହାତ। ରବିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥପାଠ କରି ହାଟ୍ରିକ୍ କରିଛନ୍ତି। ମୋଦିଙ୍କ ଶପଥପାଠ ପରେ ପାକିସ୍ଥାନ ଆଡୁ ବଢିଛି ବନ୍ଧୁତ୍ବର ହାତ। ସୋମବାର ଦିନ ପାକିସ୍ଥାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଶାସକ ଦଳର ମୁଖ୍ଯ ନୱାଜ ସରିଫ ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ତାଙ୍କ X ହ୍ୟାଣ୍ଡରେ ଟ୍ବିଟ କରି ଲେଖିଛନ୍ତି କି, ତୃତୀୟ ଥର ପାଇଁ ମୋଦି ଜୀ ଦାୟିତ୍ବ ଗ୍ରହଣ କରିଥିବାରୁ ମୋର ହାର୍ଦ୍ଧିକ ଅଭିନନ୍ଦନ। ବର୍ତ୍ତମାନ ନିର୍ବାଚନରେ ତାଙ୍କ ଦଳର ସଫଳତା ଦର୍ଶାଉଛି କି ଲୋକଙ୍କର ତାଙ୍କ ନେତୃତ୍ବ ପ୍ରତି ବିଶ୍ବାସ ରହିଛି। ଆସନ୍ତୁ ଘୃଣାକୁ ଭୁଲି ଦକ୍ଷିଣ ଏସିଆର ୨ ବିଲିୟନ ଜନତାଙ୍କ ବିକାଶ ପାଇଁ ମିଳିତ ଭାବେ କାମ କରିବା। ନୱାଜଙ୍କ ଏହି ଶୁଭେଚ୍ଛା ପୂର୍ବରୁ ପାକିସ୍ଥାନ ପ୍ରଧାନମନ୍ତ୍ରୀ ସେବୱାଜ ସିରଫ ମଧ୍ୟ ମୋଦିଙ୍କୁ ଅଭିନନ୍ଦନ ଜଣାଇ ଲେଖିଥିଲେ କି, ନରେନ୍ଦ୍ର ମୋଦି ଭାରତର ପ୍ରଧାନମନ୍ତ୍ରୀ ଭାବେ ଶପଥପାଠ କରୁଥିବାରୁ ତାଙ୍କୁ ମୋ ତରଫରୁ ଆନ୍ତରିକ ଶୁଭେଚ୍ଛା। ଯାହାର ପ୍ରତ୍ତ୍ୟୁତର ଦେଇଛନ୍ତି ମଧ୍ୟ ମୋଦି। ସେମାନଙ୍କ ଟ୍ବିଟ ପାଇଁ ଧନ୍ୟବାଦ ଜଣାଇଛନ୍ତି। ତେବେ ଗୋଟିଏ ପଟେ ପାକିସ୍ଥାନର ଦୁଇ ଶୀର୍ଷ ନେତୃତ୍ବ ମୋଦିଙ୍କୁ ଶୁଭେଚ୍ଛା ଜଣାଉଛନ୍ତି। ନୱାଜ ଉଭୟ ଦେଶ ମଧ୍ୟରେ ବନ୍ଧୁତ୍ବର ହାତ ସଂପ୍ରସାରଣ କରୁଛନ୍ତି, ଅନ୍ୟପଟେ ଶପଥ ସମାରୋହ ଦିନ ତୀର୍ଥ ଯାତ୍ରୀଙ୍କ ଗାଡି ଉପରେ ଆତଙ୍କୀ ଆକ୍ରମଣ କରିଛି, ଯେଉଁ ଆକ୍ରମଣରେ ୧୦ରୁ ଅଧିକ ଲୋକଙ୍କ ଜୀବନହାନୀ ଘଟିଛି। ଯାହା ପାକିସ୍ଥାନର ଦୋମୁହାଁ ନୀତିକୁ ପ୍ରତିପାଦନ କରୁଛି।

Leave a Reply

Your email address will not be published. Required fields are marked *