ସ୍ୱତନ୍ତ୍ର ଓଡ଼ିଶା ଗଠନର ପୁରୋଧା ମଧୁସୂଦନ ଦାସ, ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି

ଓଡ଼ିଶାର ଗର୍ବ, ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର କର୍ଣ୍ଣଧାର, ଓଡ଼ିଆ ଜାତିର ସ୍ୱାଭିମାନ ଉତ୍କଳ ଗୌରବ ମଧୁସୂଦନ ଦାସ । ସ୍ୱତନ୍ତ୍ର ଓଡ଼ିଶା ରାଜ୍ୟ ଗଠନର ମୁଖ୍ୟ ବିନ୍ଧାଣୀ ମଧୁସୂଦନ ଦାସଙ୍କ ଆଜି ୧୭୫ତମ ଜୟନ୍ତୀ ।

୧୯୪୮ ମସିହା ଏପ୍ରିଲ ୨୮ ତାରିଖରେ ସତ୍ୟଭାମାପୁରରେ ଜନ୍ମଗ୍ରହଣ କରିଥିଲେ ମଧୁସୂଦନ ଦାସ । ସାରା ରାଜ୍ୟରେ ଆଜି ତାଙ୍କର ଜୟନ୍ତୀ ପାଳିତ ହୋଇଛି । ସବୁଠି ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ତାଙ୍କର ବେଶ୍ ଭୂମିକା ଥିଲା । ଏକାଧାରରେ ସେ ଜଣେ ଓକିଲ, ସାମ୍ବାଦିକ, ରାଜନେତା, ସମାଜ ସଂସ୍କାରକ ଥିଲେ । ରାଜ୍ୟବାସୀଙ୍କ ସାମାଜିକ, ରାଜନୈତିକ, ଅର୍ଥନୈତିକ ଉନ୍ନତି ଲାଗି ନିଜ ଜୀବନକୁ ସେ ଉତ୍ସର୍ଗ କରିଥିଲେ ।

ଓଡ଼ିଆଙ୍କ ହୃଦୟରେ ଦେଶାତ୍ମବୋଧ ଭାବନା ଜାଗ୍ରତ କରିବା ପାଇଁ ସେ ବହୁ କବିତା ରଚନା କରିଥିଲେ । ମଧୁବାବୁଙ୍କ ଉଦ୍ୟମରେ ୧୯୦୩ରେ ଉତ୍କଳ ସମ୍ମିଳନୀ’ର ସୃଷ୍ଟି ହୋଇଥିଲା । କଟକର ତାରକସି କାମକୁ ବିଶ୍ୱ ଦରବାରରେ ପରିଚିତ କରାଇବାରେ ତାଙ୍କର ବଡ଼ ଭୂମିକା ଥିଲା । ନିଜର ବିଚକ୍ଷଣ ବୁଦ୍ଧି ବଳରେ ସମସ୍ତଙ୍କୁ ଏକାଠି କରି ପୁରୀ ଶ୍ରୀମନ୍ଦିରକୁ ଇଂରେଜ ସରକାରଙ୍କ ଷଡ଼ଯନ୍ତ୍ରରୁ ମୁକ୍ତ କରିପାରିଥିଲେ । ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ସେ ଓଡ଼ିଆଙ୍କ ପାଇଁ ଲଢ଼ିଥିଲେ,ସଂଘର୍ଷ କରିଥିଲେ । କେହି ଜଣେ ଓଡ଼ିଆ ଥିଲା ବୋଲି ମନେ ରଖିବେ ବୋଲି ଶେଷ ଜୀବନର ଶେଷ ମୁହୂର୍ତ୍ତରେ ସେ କହିଥିଲେ । ଆଜି ତାଙ୍କର ଜୟନ୍ତୀରେ #Suchanatv24x7 ପରିବାର ତରଫରୁ ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

Leave a Reply

Your email address will not be published. Required fields are marked *