ପରୀକ୍ଷାରେ ବିଫଳ ହେବାରୁ 9 ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା

+2 ପରୀକ୍ଷାରେ ଅକୃତକାର୍ଯ୍ୟ ହେବାରୁ ଆନ୍ଧ୍ର ପ୍ରଦେଶର ୯ ଜଣ ଛାତ୍ର ଛାତ୍ରୀ ଜୀବନ ହାରିଦେଇଛନ୍ତି। ବୁଧବାର ରାଜ୍ୟର ଏକାଦଶ ଓ ଦ୍ୱାଦଶ ପରୀକ୍ଷାର ଫଳ ପ୍ରକାଶ ପାଇଥିଲା। ପରୀକ୍ଷାରେ ପାସ କରିନଥିବାରୁ୯ ପରୀକ୍ଷାର୍ଥୀ ଆତ୍ମହତ୍ୟା କରିଥିବା ବେଳେ ୨ ଜଣ ଆତ୍ମହତ୍ୟା ଉଦ୍ୟମ କରି ବିଫଳ ହୋଇଥିବା ସୂଚନା ରହିଛି।

ପରୀକ୍ଷାରେ ବିଫଳତା ପାଇଁ ଶ୍ରୀକାକୁଲମ ଜିଲ୍ଲାର ଟେକ୍କଲି ନିକଟରେ ବି ତରୁଣ ନାମକ ୧୭ ବର୍ଷର ଛାତ୍ର ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ବିଷାଖାପଟନମର ମଲକାପୁରମ ଥାନା ଅଧୀନ ତ୍ରିନାଥପୁରମରେ ୧୬ ବର୍ଷର ଛାତ୍ରୀ ଏକାଦଶ ପରୀକ୍ଷାରେ ବିଫଳ ହେବାରୁ ଫାଶୀ ଦେଇ ଅତ୍ମହତ୍ୟା କରିଛନ୍ତି। ସେହିପରି କାଞ୍ଚାରପାଲେମର ୧୮ ବର୍ଷର ବି ଜଗଦିଶ ଫାଶୀ ଦେଇ, ଚିତ୍ତୋରର ଅନୁସା(୧୭) ଛାତରୁ ଡେଇଁ ଓ ବାବୁ (୧୭) କୀଟ ନାଶକ ଖାଇ, ଆଙ୍କାପାଲିର ଟି କିରଣ (୧୭) ଫାଶୀ ଦେଇ ଆତ୍ମହତ୍ୟା କରିଛନ୍ତି।

ଅନ୍ୟପଟେ ଏକାଦଶ ପରୀକ୍ଷାରେ ଚଳିତ ବର୍ଷ ରାଜ୍ୟର ପାସ ହାର ୬୧ ପ୍ରତିଶତ ରହିଥିବା ବେଳେ ଦ୍ୱାଦଶରେ ୭୨ ପ୍ରତିଶତ ରହିଛି। ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୃଦ୍ଧିପାଉଥିବା ଆତ୍ମହତ୍ୟା ପ୍ରବଣତା ଓ  ଚାପକୁ ନେଇ ପୋଲିସ ଓ ମାନସ୍ତତ୍ୱବିତ୍ ଉଦବେଗ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *