Tag: suchanatv24x7

  • ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ କାୟାକଳ୍ପ ଟିମ, ଦୃଷ୍ଟି ପଡିଲାନାହିଁ ସମସ୍ୟା ଉପରେ

    ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ କାୟାକଳ୍ପ ଟିମ, ଦୃଷ୍ଟି ପଡିଲାନାହିଁ ସମସ୍ୟା ଉପରେ

    ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ସ୍ୱାସ୍ଥ୍ୟ ବିଭାଗର କାୟାକଳ୍ପ ଟିମ ପରିଦର୍ଶନ କରିଛନ୍ତି। ପରିଦର୍ଶନରେ ଚିକିତ୍ସାଳୟର ସମସ୍ତ ବିଭାଗ ସହିତ ପୁରୁଷ ଓ ମହିଳା ବିଭାଗ ସମେତ ଶିଶୁ, ମାତୃ ବିଭାଗ ବୁଲିବା ସହିତ ଓଟି ରୁମ ପରିଦର୍ଶନ କରିଛନ୍ତି । ପରିଦର୍ଶନ ସମୟରେ ଉପଖଣ୍ଡ ଚିକିତ୍ସାଳୟ ଚଳଚଞ୍ଚଳ ହୋଇଉଠିଥିଲା । ରୋଗୀମାନେ ମେଡିକାଲ ଆସି ଚିକିତ୍ସା ପାଇଁ ହନ୍ତସନ୍ତ ହୁଅନ୍ତି ତାହାର ଝଲକ ଦେଖିବାକୁ ମିଳିଥିଲା । ଅବ୍ୟବସ୍ଥିତ ଅବସ୍ଥାରେ ରୋଗୀଙ୍କୁ ମେଡିକାଲ କ୍ୟାମ୍ପସରେ ଦେଖିବାକୁ ମିଳିଥିଲା ।

    ତେବେ ଏତେସବୁ ଅବ୍ୟସ୍ଥା ମଧ୍ୟରେ ସ୍ୱାସ୍ଥ୍ୟ ବିଭାଗର କାୟାକଳ୍ପ ଟିମ୍ ପରିଦର୍ଶନରେ ଆସିଥିବା ବେଳେ ମେଡିକାଲ କତୃପକ୍ଷଙ୍କ ସମେତ ସମସ୍ତ କର୍ମଚାରୀ ତତ୍ପର ହୋଇଉଠିଥିଲେ । ହେଲେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ପ୍ରତିଦିନ ପାଖ ଜିଲ୍ଲାରୁ ବହୁ ସଂଖ୍ୟାରେ ରୋଗୀ ଆସୁଛନ୍ତି । ହେଲେ ଚିକିତ୍ସାଳୟରେ ସେହିଭଳି କୌଣସି ଆଖିଦୃଶିଆ ଉନ୍ନତି ଦେଖିବାକୁ ମିଳୁନାହିଁ । ଲୋକେ ଠିକ ଭାବେ ସ୍ୱାସ୍ଥ୍ୟସେବା ପାଇପାରୁ ନଥିବା ବେଳେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟର ସମସ୍ୟା ଉପରେ ଦୃଷ୍ଟି ନଦେଇ ଏହି ପରିଦର୍ଶନ ସାରି କମିଟି ସରକାରଙ୍କୁ ରିପୋର୍ଟ ଦେଇଥିଲେ ମଧ୍ୟ ଏଥିରେ କୌଣସି ସୁଧାର ଆସିନାହିଁ ।

    ଯାହାହକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ମେଡିକାଲ ପରିସରରେ ସରକାରଙ୍କ ନିରାମୟ ଯୋଜନା କାର୍ଯ୍ୟକାରୀ ହେଉଥିଲେ ବି ସରକାରୀ ନିୟମ ଅନୁଯାଇ, କୌଣସି ନିଜସ୍ୱ ମେଡ଼ିସିନ ଷ୍ଟୋର ପାଇଁ ଅନୁମତି ନଥିଲେ ମଧ୍ୟ ମେଡ଼ିସିନ ଷ୍ଟୋର କାହା ସ୍ୱାର୍ଥରେ ଅଛି ବୋଲି ପ୍ରଶ୍ନ ଉଠିଛି । ସେହିଭଳି ମେଡିକାଲର ବିଭିନ୍ନ ୱାର୍ଡ ଓ ରୋଗୀଙ୍କ ନିମନ୍ତେ ଆସୁଥିବା ମେଡ଼ିସିନ ରୋଗୀ ମାନେ ପାଇପାରୁ ନଥିବା ବେଳେ ନିକଟରେ ଥିବା ମେଡ଼ିସିନ ଷ୍ଟୋରରୁ ମେଡ଼ିସିନ କିଣୁଛନ୍ତି । ଏ ବିଷୟରେ ବାର ବାର ଖବର ପ୍ରସାରଣ ହେଉଥିଲେ ସୁଦ୍ଧା ସ୍ଥାନୀୟ ପ୍ରଶାସନ ଏକପ୍ରକାର ଆଖି ବୁଜି ଦେଇଛନ୍ତି ।

  • ସ୍ବାମୀଙ୍କ ପାଇଁ ଖାଇବା ନେବାବେଳେ ଦୁର୍ବୁତ୍ତଙ୍କ ଆକ୍ରଣମର ଶିକାର ହେଲେ ମହିଳା

    ସ୍ବାମୀଙ୍କ ପାଇଁ ଖାଇବା ନେବାବେଳେ ଦୁର୍ବୁତ୍ତଙ୍କ ଆକ୍ରଣମର ଶିକାର ହେଲେ ମହିଳା

    ସ୍ବାମୀଙ୍କ ପାଇଁ ଖାଇବା ନେଇକି ଯାଉଥିଲି । ଏହି ସମୟରେ ୪, ୫ ଜଣ ବକ୍ତି ମୋ ସହ ଖରାପ ଉଦ୍ଦେଶ୍ୟରେ ଟଣାଓଟରା କରିଥିଲେ । ମତେ ମାଡ ବି ମାରିଛନ୍ତି । ମୋ ସ୍ବାମୀ ଦଉଡି ଆସିବାରୁ ତାଙ୍କୁ ମଧ୍ୟ ୪ ଜଣ ଆକ୍ରମଣ କରିଛନ୍ତି । ଏମିତି ଏକ ଘଟଣା ସାମ୍ନାକୁ ଆସିଛି କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ତାଳଚୁଆ ସାମୁଦ୍ରିକ ଥାନା ଅଧିନସ୍ତ ଖାସମୁଣ୍ଡା ଗାଁରେ । ପ୍ରତିଦିନ ପରି ଖାସମୁଣ୍ଡା ଗାଁର ବଳରାମଙ୍କ ପତ୍ନୀ ମାଧବୀ ଶନିବାର ଦିନ ଖାଦ୍ୟ ନେଇ ସ୍ୱାମୀଙ୍କ ନିକଟକୁ ଯାଇଥିଲେ । ସ୍ବାମୀଙ୍କ ଠାରୁ କିଛି ଦୂରତାରେ ତାଙ୍କୁ ନାଣ୍ଡୁ ପଣ୍ଡା, ବାପି ସିଂ ଏବଂ ତିନି ଭାଇ ଯଥା, ଶ୍ରୀମନ୍ତ, ସୁବାସ ଓ ଶୁକଦେବ ସିଂ ଖରାପ ଉଦ୍ଦେଶ୍ୟରେ ଆକ୍ରମଣ କରିଥିଲେ ।

    ଏଥି ସହିତ ତାଙ୍କ ଲୁଗାପଟା ମଧ୍ୟ ଚିରି ଦେଇଥିବା ଅଭିଯୋଗ ହୋଇଛି । ମାଧବୀଙ୍କ ଚିତ୍କାର ଶୁଣି ସ୍ବାମୀ ତାଙ୍କ ପାଖକୁ ଦଉଡି ଆସିବାରୁ ତାଙ୍କୁ ମଧ୍ୟ ସାଙ୍ଗାତିକ ଭାବେ ମାଡ ମାରିଥିଲେ । ଫଳରେ ବଳରାମ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଯେତେ ଗୁହାରୀ କଲେ ମଧ୍ୟ କେହି ଶୁଣିଲେ ନାହିଁ । ସ୍ବାମୀ ବଳରାମଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । କୋଣସି ସୂତ୍ରରୁ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆମକୁ ବଞ୍ଚାଇଲେ ଆଉ ଡାକ୍ତରଖାନାକୁ ପଠାଇଥିଲେ ବୋଲି କହିଛନ୍ତି ମହିଳା ଜଣକ ।

    ଅନ୍ୟପଟେ ଦୁର୍ବୁତ୍ତଙ୍କ ଆକ୍ରଣମର ଶିକାର ହୋଇ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଛିକିତ୍ସିତ ହେଉଥିବା ବଳରାମ ବଖାଣିଛନ୍ତି ସେହି ସମୟର ସେହି ଲୋମଟାଙ୍କୁରା ଦୃଶ୍ୟ ବିଷୟରେ ।

    ତେବେ ରାଜନଗର ସାମୁଦ୍ରିକ ଥାନାରେ ଅନଲାଇନ ମାଧ୍ୟମରେ ଏତଲା ଦେଲା ପରେ ଆଜି ଗଣମାଧ୍ୟମ ଆଗରେ ଆହତ ଦମ୍ପତି ପ୍ରତିକ୍ରିୟା ରଖିଛନ୍ତି । ଏହା କୌଣସି ସାଧାରଣ ଘଟଣା ହୋଇନଥିବା ବେଳେ ପୋଲିସ ଏଥିରେ କେତେ ତତ୍ପରତା ଦେଖାଉଛି ଏବଂ ପିଡିତାଙ୍କୁ କେବେ ନ୍ୟାୟ ମିଳୁଛି ତାହା ଦେଖିବା ବାକି ।

  • ଖଣି ଦୁର୍ନୀତି ମାମଲାରେ ପୁଣି ସକ୍ରୀୟ ଇଡି

    ଖଣି ଦୁର୍ନୀତି ମାମଲାରେ ପୁଣି ସକ୍ରୀୟ ଇଡି

    କେନ୍ଦୁଝର ଜିଲ୍ଲା ବଡବିଲରେ EDର ଚଢ଼ାଉ । ଦୀପକ ଗୁପ୍ତାଙ୍କର ବଡ଼ବିଲ ସ୍ଥିତ ଘର ଏବଂ କାର୍ଯ୍ୟାଳୟରେ ED ପକ୍ଷରୁ ରେଡ୍ ଜାରି ରହିଛି । ଖଣି ଦୁର୍ନୀତି ସମ୍ପର୍କିତ ମାମଲାରେ ଏହି ଚଢ଼ାଉ ହେଉଥିବା ସୂଚନା ମିଳିଛି । ଚଢ଼ାଉ କରି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଯାଞ୍ଚ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

    ସୂଚନା ଅନୁଯାୟୀ, ଦୀପକ ଗୁପ୍ତାଙ୍କ ବିରୋଧରେ ଖଣି ଦୁର୍ନୀତିକୁ ନେଇ ମାମଲା ରୁଜୁ ହୋଇଥିଲା । ତେଣୁ, ବଡ଼ବିଲରେ ଥିବା ମହାନ୍ତ ବସ୍ତି ରୋଡ଼୍ ସ୍ଥିତ ଦୀପକ ଗୁପ୍ତାଙ୍କ ଘର ଓ କାର୍ଯ୍ୟାଳୟରେ ଆଜି ସକାଳୁ ଏହି ଚଢାଉ ଆରମ୍ଭ ହୋଇଥିଲା । ଉଲିବୁରୁ ଖଣିରେ ୧୮ ଶହ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା । ତେଣୁ, ୨୦୧୩ ମସିହା ସେପ୍ଟେମ୍ବରରେ ଦୀପକଙ୍କୁ ଗିରଫ କରିଥିଲା ଭିଜିଲାନ୍ସ । ଏହା ପୂର୍ବରୁ ମଧ୍ୟ ଇଡି ଦୀପକ ଗୁପ୍ତାଙ୍କ ଯାଞ୍ଚ କରିଛି ।

  • ମୋବାଇଲ ରେ ଲୁଚି ରହିଛି କି ଯୁକ୍ତ୨ ନାବାଳିକା ଛାତ୍ରୀ ସୋନାଲି ପାତ୍ରଙ୍କ ମୃତ୍ୟୁ ରହସ୍ୟ !

    ମୋବାଇଲ ରେ ଲୁଚି ରହିଛି କି ଯୁକ୍ତ୨ ନାବାଳିକା ଛାତ୍ରୀ ସୋନାଲି ପାତ୍ରଙ୍କ ମୃତ୍ୟୁ ରହସ୍ୟ !

    ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଂଚଳର ଗୋପବନ୍ଧୁ ନଗର ସନ୍ତୋଷ ପାତ୍ରଙ୍କ ଯୁକ୍ତ ଦୁଇ ପଢୁଆ ଝିଅ ସୋନାଲି ପାତ୍ର (୧୭ )ଙ୍କ ମୃତଦେହ ଗତ ମଙ୍ଗଳ ବାର ସଂଧ୍ୟାରେ ନିଜ ଘର ଭିତରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା l

    ସୋନାଲିଙ୍କ ମୃତ୍ୟୁ ବେଳେ ପରିବାର ଲୋକେ ବାହାରେ ଥିବା ବେଳେ ପଡୋଶୀ ଙ୍କ ଠାରୁ ଖବର ପାଇ ପରିବାର ଲୋକେ ଏଵଂ ବାଲୁଗାଁ ପୋଲିସ ଉପସ୍ଥିତି ରେ ସୋନାଲି ଙ୍କ ମୃତ ଦେହ ଉଦ୍ଧାର କରା ଯାଇଥିଲା।ସୋନାଲି ଙ୍କ ମୃତ୍ୟୁ ପ୍ରଥମେ ଆତ୍ମ ହତ୍ୟା ବୋଲି ସନ୍ଦେହ କରାଯାଉଥିବା ବେଳେ ପରବର୍ତ୍ତୀ ସମୟରେ ସୋନାଲି ଙ୍କ ମୋବାଇଲ ଉଦ୍ଧାର ହେବା ପରେ ସେଥିରୁ ସୋନାଲି ଙ୍କ ସାଙ୍ଗ ମାନଙ୍କ ସହ ଚାଟିଂ ଏବଂ ଧମକ ପୂର୍ଣ୍ଣ ଭଏସ ରେକର୍ଡ ଥିବା ମୋବାଇଲ ଟି ପୋଲିସ ର ହସ୍ତଗତ ହୋଇଛି l

    ଯାହା ଫଳରେ ତଦନ୍ତ ର ଦିଗ ଟି ଅନ୍ୟ ମୋଡ ନେଇ ଘଟଣା ର ପ୍ରକୃତ ସତ୍ୟାସତ୍ୟ ଜାଣିବା ପାଇଁ ବାଲୁଗାଁ ପୋଲିସ ଚେଷ୍ଟା ଜାରି ରଖିଛି ।ଗତକାଲି ତିନି ଜଣିଆ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଁଚି ଛାନଭିନ୍ କରିଥିଲେ । ଅନ୍ୟ ପଟେ ପାଠ ପଢ଼ୁଆ ଝିଅ କୁ ହରେଇ ସୋନିଲି ଙ୍କ ପରିବାର ଲୋକେ ଏବେ ଦୁଃଖ ରେ ଭାଙ୍ଗି ପଡ଼ିବା ସହ ନ୍ୟାୟ ଅପେକ୍ଷା ରେ ଆଖିରୁ ଲୁହ ଗଡ଼ାଉଛନ୍ତି। ଯାହାକି ଛାନଭିନ୍ ସମୟରେ ସୋନାଲି ଙ୍କ ମୋବାଇଲ ରୁ ତଥ୍ୟ ପାଇବା ପରେ ପୋଲିସ ଘଟଣା ରେ ସଂପୃକ୍ତ ଥିବା ବ୍ୟକ୍ତି ଙ୍କ ବିରୁଦ୍ଧରେ କି ପ୍ରକାର ପଦକ୍ଷେପ ନେଉଛି ତାହା ଦେଖିବକୁ ବାକି ରହିଲା l

  • ବାଣପୁରରେ ଡକାୟତି, ୨ ଗିରଫ

    ବାଣପୁରରେ ଡକାୟତି, ୨ ଗିରଫ

    ଶାଳିଆ ଡ୍ୟାମ ନିକଟରେ ଡକାୟତି ଘଟଣାରେ ଧରା ପଡିଲେ ଦୁଇ ଲୁଟେରା । ଲୁଟେରାଙ୍କ ଠାରୁ ମୋବାଇଲ, ସିମକାର୍ଡ ଓ ବହୁ ମାରଣାସ୍ତ୍ର ସହ ଟଙ୍କା ଜବତ । ପୂର୍ବରୁ ଶାଳିଆ ଡ୍ୟାମ ନିକଟରେ ହୋଇଥିବା ଡକାୟତି ଘଟଣାରେ ଧରା ପଡିଛନ୍ତି ଦୁଇଜଣ ଲୁଟେରା l ସେମାନଙ୍କ ଠାରୁ ତିନୋଟି ମlରଣାସ୍ତ୍ର , ଦୁଇଟା ମୋବାଇଲ, କିଛି ସିମକାର୍ଡ ଓ ଦୁଇ ଲକ୍ଷ ସତଚାଳିଶ ହଜାର ପାଞ୍ଚ ଶହ ଟଙ୍କା ଜବତ କରିଛି ବାଣପୁର ପୋଲିସ l

    ପୂର୍ବରୁ ବାଣପୁର ଥାନା ଅନ୍ତର୍ଗତ ଶାଳିଆ ଡ୍ୟାମ ନିକଟରେ ଏକ ବଡ ଧରଣର ଡକାୟତି ହୋଇଥିବା ନେଇ ଅଭିଯୋଗ ହୋଇଥିଲା l ସୂଚନା ମୁତାବକ ଅନ୍ନପୂର୍ଣ୍ଣା ଫାଇନାନ୍ସ କମ୍ପାନୀରେ କାର୍ଯ୍ୟରତ ପାଞ୍ଚ ଜଣ କର୍ମଚାରୀ ଖୋର୍ଦ୍ଧା ଓ ଗଞ୍ଜାମ ସୀମାନ୍ତବର୍ତ୍ତୀ ଅଞ୍ଚଳର ବିଭିନ୍ନ ଗ୍ରାମରୁ ଦେଇଥିବା ଗ୍ରୁପ ଲୋନ ଟଙ୍କା ସଂଗ୍ରହ କରି ରାତି ୯ ଘଟିକା ସମୟରେ ଫେରୁଥିଲେ। କର୍ମଚାରୀ ମାନଙ୍କ ମଧ୍ୟରେ ଜଣେ ମହିଳା କର୍ମଚାରୀ ଥିବାବେଳେ ସମସ୍ତେ ନିଜ ନିଜ ମୋଟର ସାଇକେଲ ଓ ସ୍କୁଟିରେ ଏକାଠି ହୋଇ ଫେରୁଥିଲେ। ତେବେ ଫେରିବା ବାଟରେ ଶାଳିଆ ଡ୍ୟାମ ନିକଟରେ ହଠାତ ୧୦ରୁ ୧୨ ଜଣ ଦୁର୍ବୁର୍ତ୍ତ ମୁହଁରେ କଳାକନା ଘୋଡାଇ କର୍ମଚାରୀ ମାନଙ୍କୁ ରାସ୍ତାରେ ଡାଳ ପକାଇ ଅଟକାଇ ଥିଲେ। 

    ସେମାନଙ୍କ ମଧ୍ୟରୁ ଦୁଇଜଣ ଦ୍ରୁତ ଗତିରେ ଗାଡି ଚଲାଇ ପଳାଇ ଆସିଥିବା ବେଳେ ଅନ୍ୟମାନେ ସେମାନଙ୍କ ହାବୁଡ଼ରେ ପଡିଯାଇଥିଲେ। ଦୁର୍ବୁର୍ତ୍ତମାନେ ସେମାନଙ୍କୁ ଆକ୍ରମଣ କରି ସେମାନଙ୍କ ପାଖରେ ବ୍ୟାଗରେ ଥିବା କଲେକ୍ସନ ଟଙ୍କା ଓ ସମସ୍ତ କାଗଜପତ୍ର ଛଡାଇ ଗଞ୍ଜାମ ଜିଲ୍ଲାକୁ ଥିବା ରାସ୍ତା ଦେଇ ପଳାଇଥିଲେ। ତେବେ ତିନିଜଣଙ୍କ ନିକଟରୁ ସମୁଦାୟ ୭,୫୨,୨୫୦ ଟଙ୍କା ଦୁର୍ବୁର୍ତ୍ତ ମାନେ ଛଡାଇ ନେଇ ଯାଇଥିବାର ମହିଳା କର୍ମଚାରୀ ଦୀପାଞ୍ଜଳି ଛାଟୋଇ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାର ରେ ବାଣପୁର ଥାନା କେସ ନଂ ୯୫/୨୪ ଏକ ମାମଲା ରୁଜୁ ହୋଇଥିଲା l

    ତେବେ ପୋଲିସ ଅଭିଯୋଗ ଅନୁଯାୟୀ ଛାନଭିନ୍ କରୁଥିବା ବେଳେ ୨ ଜଣଙ୍କୁ ଧରିଥିବା ବେଳେ ଅନ୍ୟ ଦୁର୍ବୁତ୍ତ ମାନଙ୍କ ର ପତ୍ତା ମିଳିପାରି ନାହିଁ। ତେବେ ଧରା ପଡିଥିବା ଦୁର୍ବୁତ୍ତ ହେଉଛି ଗଞ୍ଜାମ ଜିଲ୍ଲା ବେଗୁନିଆ ଅଞ୍ଚଳର ଭରତ ତରଣୀଙ୍କ ପୁଅ ଚନ୍ଦନ @ଶାନ୍ତନୁ ତରଣୀ (୨୩ )ଓ ଆଉ ଜଣେ ହେଉଛି ବାଣପୁର ଶାଳିଆ ଡ୍ୟାମ ନିକଟରେ ଥିବା ପଣସଡିହ ଗ୍ରାମର ବୁଦ୍ଧିଆ ଶବରଙ୍କ ପୁଅ ନିରଞ୍ଜନ ଶବର( ୩୦ ) l ତେବେ ଏହିଗ୍ୟାଙ୍ଗର ଅନ୍ୟମାନେ ଚି଼ହ୍ନଟ ହୋଇଥିବା ବେଳେ ସେମାନଙ୍କୁ ଏଯାବତ୍ ପୋଲିସ ଧରିନି l ସେଥିପାଇଁ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ଅତିଶୀଘ୍ର ଧରାଯିବ ବୋଲି ଖୋର୍ଦ୍ଧା ଆଡ଼ିସିନାଲ ଏସ. ପି. ଗଣମାଧ୍ୟମ ଙ୍କୁ ଜଣାଇଛନ୍ତି l

  • ପ୍ରଜାପତିର ମସ୍ତକରେ ସ୍ୱୟଂ ଜଗନ୍ନାଥ

    ପ୍ରଜାପତିର ମସ୍ତକରେ ସ୍ୱୟଂ ଜଗନ୍ନାଥ

    ଚାନ୍ଦବାଲି ବ୍ଲକର ଭାଟପଡା ପଞ୍ଚାୟତରେ ବିରଳ ପ୍ରଜାତିର ଏକ ପୋକ ଉଦ୍ଧାର । ମସ୍ତକରେ ଶୋଭା ପାଉଛନ୍ତି ସ୍ୱୟଂ ଜଗନ୍ନାଥ । ପୂଜାର୍ଚ୍ଚନାରେ ମାତିଛନ୍ତି ପରିବାର ଲୋକ । ଏହି ପ୍ରଜାତିର ପୋକକୁ ଦେଖିବାକୁ ଭିଡ଼ ଜମାଇଛନ୍ତି ଗ୍ରାମବାସୀ । ଭଉଁରୀ ଗ୍ରାମର ଶ୍ରୀନାଥ ଓଝାଙ୍କ ସ୍ତ୍ରୀ ଏହି ପୋକକୁ ଉଦ୍ଧାର କରି ଠାକୁର ଘରେ ରଖି ପୂଜା କରୁଛନ୍ତି । ଯାହାକୁ ଦେଖିବା ପାଇଁ ଆଖପାଖ ଅଞ୍ଚଳର ଲୋକଙ୍କ ସୁଅ ଛୁଟିଛି । ଅନ୍ୟ ପଟେ କୃଷି ବିଭାଗର ଅଧିକାରୀଙ୍କ ସହ ଯୋଗାଯୋଗ କରିବାରୁ ଜଣାପଡ଼ିଛି ଯେ -ଏହାକୁ ଜଗନ୍ନାଥ ମଚ ବା ଛଞ୍ଚାଣ ପୋକ ବୋଲି କୁହାଯାଏ । ଯାହା କି ଏକ ବିରଳ ପୋକ ଏହି ପୋକ ସାଧରତଃ ରାଶି ଫସଲରେ ଦେଖିବାକୁ ମିଳେ ।

  • ବାଂଲାଦେଶର ରାଜଧାନୀରେ ଭୀଷଣ ଅଗ୍ନିକାଣ୍ଡ, ରେଷ୍ଟୁରାଣ୍ଟରେ ନିଆଁ ୪୦ ରୁ ଅଧିକ ଲୋକଙ୍କ ମୃତ୍ୟୁ

    ବାଂଲାଦେଶର ରାଜଧାନୀରେ ଭୀଷଣ ଅଗ୍ନିକାଣ୍ଡ, ରେଷ୍ଟୁରାଣ୍ଟରେ ନିଆଁ ୪୦ ରୁ ଅଧିକ ଲୋକଙ୍କ ମୃତ୍ୟୁ

    ପଡୋଶୀ ଦେଶ ବାଂଲାଦେଶର ଢାକାରେ ହୋଇଥିବା ଅଗ୍ନିକାଣ୍ଡରେ ଅତି କମରେ ୪୩ ଜଣଙ୍କର ମୃତ୍ୟୁ ଘଟିଛି। ଏକ ରେଷ୍ଟୁରାଣ୍ଟରେ ନିଆଁ ଲାଗିଯିବାରୁ ୪୩ଜଣଙ୍କର ମୃତ୍ୟୁ ହୋଇଛି। କିଛି ଲୋକ ଗ୍ଲାସ ଭାଙ୍ଗି ପଳାଇ ଯାଇଥିଲେ। କ୍ରେନ୍ ସାହାଯ୍ୟରେ ଅଗ୍ନିଶମ କର୍ମଚାରୀମାନେ ରେଷ୍ଟୁରାଣ୍ଟରେ ପହଞ୍ଚିଥିଲେ। ଦୁର୍ଘଟଣାସ୍ଥଳରୁ ମୃତଦେହକୁ ବାହାର କରାଯାଉଛି। ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଏହି ଅଗ୍ନିକାଣ୍ଡରେ ଆହୁରି ପ୍ରାୟ ୨୦ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି।

    ଢ଼ାକାର ବେଲି ରୋଡରେ ଥିବା ଏକ ବିରିୟାନି ସେଣ୍ଟରରେ ଗତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଛି। ଗୁରୁବାର ରାତି ପ୍ରାୟ ୯ଟା ୫୦ରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ପରେ ଉପର ମହଲାକୁ ନିଆଁ ଦ୍ରୁତ ବେଗରେ ବ୍ୟାପିଥିଲା। ଫଳରେ ଅନେକ ଲୋକେ ବିଲ୍ଡିଂରେ ଫସି ରହିଥିଲେ।

    ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ବିଲ୍ଡିଂରେ ନିଆଁ ଲାଗି ୪୪ରୁ ଅଧିକ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ୨୦ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଛି।

  • ‘ବିଧାୟିକା ହଟାଅ, ଖଲ୍ଲିକୋଟ ବଞ୍ଚାଅ’ ଫାଇଦା ଉଠେଇବେକି ବିରୋଧୀ

    ‘ବିଧାୟିକା ହଟାଅ, ଖଲ୍ଲିକୋଟ ବଞ୍ଚାଅ’ ଫାଇଦା ଉଠେଇବେକି ବିରୋଧୀ

    ‘ବିଧାୟିକା ହଟାଅ, ଖଲ୍ଲିକୋଟ ବଞ୍ଚାଅ ଓ ଜୟ ନବୀନ, ଜୟ ରାଣୀମା’ ସ୍ଲୋଗାନ୍ ରେ ଅସନ୍ତୁଷ୍ଟ ଓ ନେତା କର୍ମୀମାନେ ଖୋଲାଖୋଲି ସ୍ବର ଉତ୍ତୋଳନ କରିଛନ୍ତି ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟଙ୍କ ବିରୋଧରେ I ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ନିର୍ବାଚନମଣ୍ଡଳୀ ବିଜେଡିରେ ଗୋଷ୍ଠୀ କନ୍ଦଳ ତୀବ୍ର ହୋଇଛି। ଏଥିରେ ପୁରୁଷୋତ୍ତମପୁର ଏନ୍‌ଏସି ଓ ବ୍ଲକ୍‌ର କିଛି ନେତା ସାମିଲ ହୋଇଛନ୍ତି। ସେଠାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍ ଓ ରାଜ୍ୟସ୍ତରୀୟ ନେତୃବୃନ୍ଦଙ୍କୁ ‌‌ଭେଟିବାକୁ କାର୍ଯ୍ୟକ୍ରମ ସ୍ଥିର ହୋଇଛି।

    ଆଜି ସେମାନେ ଭୁବନେଶ୍ବରରେ କିଛି ବରିଷ୍ଠ ନେତାଙ୍କୁ ସାକ୍ଷାତ କରି ଆଲୋଚନା କରିଛନ୍ତି। ବରିଷ୍ଠ ବିଜେଡି ନେତା ତଥା ଖଲ୍ଲିକୋଟ ବ୍ଲକର ପୂର୍ବତନ ଅଧକ୍ଷ ଡି. ରାଧାଶ୍ୟାମ ଦୋରା, ବରିଷ୍ଠ ବିଜେଡି ନେତ୍ରୀ ବୀଣାପାଣି ପାଣିଗ୍ରାହୀ, ବ୍ଲକ୍ ଆତ୍ମା ଅଧ୍ୟକ୍ଷ ବିମ୍ବାଧର ତ୍ରିପାଠୀ, ପୂର୍ବତନ ସରପଞ୍ଚ ଦୁର୍ଗା ମଲ୍ଲିକ, ସୁବଳ ସାହୁ, ମନୋଜ କୁମାର ପ୍ରଧାନ, ସକଳେଶ୍ୱର ଦାସ, ଯୁବନେତା ନିରଞ୍ଜନ ନାୟକ, ଯୁବ ବିଜେଡି ନେତା ନାରାୟଣ ପାଢ଼ୀ ଓ ଆଇନଜୀବୀ କୃଷ୍ଣଚନ୍ଦ୍ର ସାହୁ, ଛାତ୍ର ନେତା ବିଭୂ ପଟ୍ଟନାୟକ, ପୁରୁଷୋତ୍ତମପୁର ବ୍ଲକରୁ ଜିଲ୍ଲା ବିଜେଡି ସମ୍ପାଦକ ଦିଗାମ୍ବର ପାଣିଗ୍ରାହୀ, ଭାସ୍କର ବେହେରା, ରବି ବେହେରା, ସରପଞ୍ଚ ଭାସ୍କର ଦୋରା, ଯାମୁନି ସରପଞ୍ଚଙ୍କ ସମେତ ପୁରୁଷୋତ୍ତମପୁର ଏନ୍‌ଏସିର ୮ଜଣ କାଉନସିଲର୍ ଏହି ଅଭିଯାନରେ ସାମିଲ ହୋଇଛନ୍ତି। ପ୍ରକାଶ ଥାଉକି, ଖଲ୍ଲିକୋଟ ବିଧାନସଭା ଆସନ ଟିକେଟ ପାଇଁ ବର୍ତ୍ତମାନ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ ଓ ଖଲ୍ଲିକୋଟ ଏନ୍‌ଏସି ଅଧ୍ୟକ୍ଷ ଇଂ. ନିରଞ୍ଜନ ବେହେରାଙ୍କ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଲାଗି ରହିଛି। ଏଭଳି ପରିସ୍ଥିତିରେ ଜଣେ ପୂର୍ବତନ ବିଧାୟକ ବିଜେଡି ଛାଡ଼ି ବିଜେପିରେ ମିଶିବାକୁ ଯୋଜନା କରୁଛନ୍ତି। ଯାହାକି ରାଜନୈତିକ ପାଣିପାଗକୁ ସରଗରମ କରିଛି।

  • ଭାରତ ବିରୋଧରେ ଏସଏଫଜେ(SFJ)ର ଷଡ଼ଯନ୍ତ୍ର! କାନାଡାରେ ଭାରତୀୟ ଉଚ୍ଚ କମିଶନରଙ୍କୁ କଲା ଟାର୍ଗେଟ

    ଭାରତ ବିରୋଧରେ ଏସଏଫଜେ(SFJ)ର ଷଡ଼ଯନ୍ତ୍ର! କାନାଡାରେ ଭାରତୀୟ ଉଚ୍ଚ କମିଶନରଙ୍କୁ କଲା ଟାର୍ଗେଟ

    କାନାଡାରେ ଭାରତର ହାଇ କମିଶନର ସଞ୍ଜୟ କୁମାର ବର୍ମା ବ୍ରିଟିଶ କଲମ୍ବିଆ ଗସ୍ତ କରିବେ। ବର୍ମାଙ୍କ ଗସ୍ତ ପୂର୍ବରୁ ବିଚ୍ଛିନ୍ନତାବାଦୀ ଗୋଷ୍ଠୀ ଶିଖ୍ ଫର ଜଷ୍ଟିସ୍ (SFJ) ତାଙ୍କୁ ଆକ୍ରମଣ ଧମକ ଦେଇଛି। ବ୍ରିଟିଶ କଲମ୍ବିଆ ଗସ୍ତ ସମୟରେ ବର୍ମାଙ୍କୁ ରାଜଧାନୀ ଭିକ୍ଟୋରିଆ ଏବଂ ଭାନକୋଭର ଏବଂ ସରେ ରେ ମଧ୍ୟ ରହିବାକୁ ପଡିବ |

    ସଞ୍ଜୟ କୁମାର ବର୍ମା ଶୁକ୍ରବାର (ମାର୍ଚ୍ଚ ୨)) ରେ ସରେ ମେୟର ବ୍ରେଣ୍ଡା ଲୋକେ ଏବଂ ସରେ ବାଣିଜ୍ୟ ବୋର୍ଡ ସହିତ ଏକ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି। ତାଙ୍କ ଇମେଲରେ ଗୁରୁପତବନ୍ତ ପନ୍ନୁ କହିଛନ୍ତି ଯେ ମାର୍ଚ୍ଚ ୧ ରେ ତାଙ୍କ ଗୋଷ୍ଠୀ ବର୍ମାଙ୍କୁ ଟାର୍ଗେଟ କରିବ।

    ପନ୍ନୁ କହିଛନ୍ତି, “ଶହୀଦ ନିଜଜରଙ୍କୁ ହତ୍ୟା ପାଇଁ ଭାରତ ଦାୟୀ। ତାଙ୍କ ଗସ୍ତ ସମୟରେ ଖଲିସ୍ତାନ ସମର୍ଥକ ଶିଖମାନେ ସରେ ରେ ଭାରତୀୟ ହାଇ କମିଶନରଙ୍କୁ ସିଧାସଳଖ ଟାର୍ଗେଟ କରିବାର ସୁଯୋଗ ପାଇବେ। କେବଳ ଏତିକି ନୁହେଁ, ସରେରେ ଗୋଷ୍ଠୀ ଦ୍ୱାରା ଏକ ପ୍ରତିବାଦ ମଧ୍ୟ ଆୟୋଜନ କରାଯାଉଛି |

  • ବିଜେଡିର ଅପରାଜୟ ଗଡରେ କିଏ କାହାକୁ ଦେବେ ଟକ୍କର

    ବିଜେଡିର ଅପରାଜୟ ଗଡରେ କିଏ କାହାକୁ ଦେବେ ଟକ୍କର

    ସଜେଇ ହେଉଛି ନିର୍ବାଚନ ମୈଦାନ । ଅଣ୍ଟା କସୁଛନ୍ତି ବିଭିନ୍ନ ଦଳର ଟାଣୁଆ ନେତା । ଟାର୍ଗେଟରେ କ୍ଷମତା, ସେଥିପାଇଁ ଲୋକଙ୍କୁ ପ୍ରଲୋଭିତ କରିବା ଉଦ୍ଦେଶ୍ୟରେ କିଏ କେତେ ପ୍ରକାର ପନ୍ଥା ଆପଣାଉଛନ୍ତି । ଏବେ କେନ୍ଦ୍ରାପଡା ଜିଲ୍ଲା ପାଟକୁରା ନିର୍ବାଚନୀ ମଣ୍ଡଳୀରେ ମଧ୍ୟ ଦେଖିବାକୁ ମିଳିଛି ନିର୍ବାଚନ ତାତୀ । ଏ ତାତୀ ଦୁଇଟି ନେତାଙ୍କୁ ନେଇ । ଗୋଟିଏ ପଟେ ବର୍ଷିୟାନ ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ଏବଂ ଅନ୍ୟପଟେ ରହିଛନ୍ତି ସମାଜସୋବୀ ଅଜୟ ରାଉତ ।

    ପାଟକୁରାରେ ଜିତିବାର ଗ୍ୟାରେଣ୍ଟି ରଖିଥିବା ବିଜୁ ଜନତା ଦଳର ଟିକେଟ ଆଶାୟୀ ଥିବା ଅନେକ ନେତୃତ୍ୱଙ୍କ ଭିତରୁ ସମାଜସେବୀ ଅଜୟ ରାଉତଙ୍କ ନାଁ ସବୁଠୁ ଆଗରେ । ନିଷ୍କଳଙ୍କ ନେତା ଭାବେ ୧୫ ବର୍ଷ ହେବ ନିରବଛିନ୍ନ ଲୋକସେବା କରିଆସୁଥିବା ଅଜୟ ୨୦୨୪ ସାଧାରଣ ନିର୍ବାଚନରେ ପାଟକୁରା ବିଧାୟକ ପାର୍ଥି ଟିକେଟ ପାଇବା ଏକ ରକମ ସ୍ପଷ୍ଟ ବୋଲି ଚର୍ଚ୍ଚ ହେଉଛି । ଅଜୟ ମଧ୍ୟ ପାଟକୁରା ନିର୍ବାଚନ ମଣ୍ଡଳୀର ୩ଟି ବ୍ଲକ ଯଥା, ଗରଦପୁର, ଡେରାବିଶ ଓ ମାର୍ଶାଘାଇର ସାତ ପଞ୍ଚାୟତରେ ହଜାର ହଜାର କର୍ମୀଙ୍କୁ ନେଇ ଜନସମାବେଶ କରି ନିଜ ସାଙ୍ଗଠନିକ ଦକ୍ଷତା ପ୍ରଦର୍ଶନ କରିଛନ୍ତି । ଅଜୟ ଗାଁ ଗାଁ ବୁଲି ଲୋକଙ୍କ ସମସ୍ୟା ବୁଝି ସେମାନଙ୍କୁ ଯଥାସମ୍ଭବ ସାହାଯ୍ୟ ଯୋଗାଇ ସମାଜ ସେବାର ଜ୍ୱଳନ୍ତ ଉଦାହରଣ ସୃଷ୍ଟି କରିଛନ୍ତି । ନିଜର ଦୃଢ଼ ସାଙ୍ଗଠନିକ ଦକ୍ଷତାକୁ ସେ ସାଧାରଣ ନିର୍ବାଚନରେ ପ୍ରତିପାଦନ କରିବାକୁ ଯାଉଛନ୍ତି ।

    ଅନ୍ୟପଟେ ଅଜୟଙ୍କ ପାଇଁ ବଡ଼ ଚାଲେଞ୍ଜ ସୃଷ୍ଟି କରିବେ ବରିଷ୍ଟ ନେତା ବିଜୟ ମହାପାତ୍ର ଓ ତାଙ୍କ ପୁଅ ଅରବିନ୍ଦ। ଶୁଣିବାକୁ ମିଳୁଛି ବିଜୟ ୨୦୨୪ ସାଧାରଣ ନିର୍ବାଚନରେ ପାଟକୁରା ରଣାଙ୍ଗନରେ ତାଙ୍କ ପୁଅ ଅରବିନ୍ଦ ମହାପାତ୍ରଙ୍କୁ ଓଲ୍ହାଇବେ । ଫଳରେ ବିଜୟଙ୍କ ନିଜସ୍ୱ ଭୋଟ ବ୍ୟାଙ୍କ ମଧ୍ୟ ଅରବିନ୍ଦଙ୍କ ସପକ୍ଷ ରେ ଯାଇପାରେ । ୨୦୧୯ ନିର୍ବାଚନରେ ପାଟକୁରାରେ ବିଜୟ ମହାପାତ୍ର ବିଜେଡି ପାର୍ଥି ସାବିତ୍ରୀ ଅଗ୍ରୱାଲଙ୍କ ଠୁ ପରାଜିତ ହୋଇଥିଲେ ମଧ୍ୟ ୭୮ ହଜାରରୁ ଉର୍ଦ୍ଧ ଭୋଟ ହାତେଇବାରେ ସଫଳ ହୋଇଥିଲେ । ବିଜୟଙ୍କ ଲୋକପ୍ରିୟତା ଅରବିନ୍ଦଙ୍କ ରାଜନୀତିକ କ୍ୟାରିୟରକୁ ସୁହାଇପାରେ । ତେବେ ବିଜୁ ଜନତା ଦଳର ବିକାଶ ମୂଳକ କାର୍ଯ୍ୟ ଓ ଅଜୟଙ୍କ ସମାଜ ସେବା ଅରବିନ୍ଦଙ୍କୁ କେତେ ଟକ୍କର ଦେଇପାରିବ ତାହା କେବଳ ସମୟ କହିବ । ପାଟକୁରା ନିର୍ବାଚନ ମଣ୍ଡଳୀ ବିଜେଡିର ଅପରାଜେୟ ଗଡ଼ ହୋଇରହିଥିବା ବେଳେ ବିଜେଡିରୁ ଅଜୟ ରାଉତ ପାର୍ଥି ହେଲେ ତାଙ୍କର ଜିତିବା ଏକ ରକମ ସ୍ପଷ୍ଟ ବୋଲି ଚର୍ଚ୍ଚା ହେଉଛି ।