Tag: suchanatv24x7

  • ମାର୍ଚ୍ଚ ୨୨ ରୁ ଆରମ୍ଭ ହେବ ଆଇପିଏଲର ୧୭ ତମ ସିଜନ,     ପ୍ରଥମଦିନରେ ସିଏସକେ କୁ ଭେଟିବ ଆରସିବି

    ମାର୍ଚ୍ଚ ୨୨ ରୁ ଆରମ୍ଭ ହେବ ଆଇପିଏଲର ୧୭ ତମ ସିଜନ, ପ୍ରଥମଦିନରେ ସିଏସକେ କୁ ଭେଟିବ ଆରସିବି

    ଆଇପିଏଲ୍ ୨୦୨୪ : ଇଣ୍ଡିଆନ୍ ପ୍ରିମିୟର ଲିଗ୍ ର ୧୭ ତମ ସିଜନ୍ ମାର୍ଚ୍ଚ ୨୨ ରୁ ଆରମ୍ଭ ହେଉଛି | ପ୍ରଥମ ମ୍ୟାଚ୍ ଏମ ଚିଦାମ୍ବରମ୍ ଷ୍ଟାଡିୟମରେ ଖେଳାଯିବ ଯେଉଁଥିରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ମୁହାଁମୁହିଁ ହେବ । ଯେହେତୁ ଭାରତରେ ଲୋକସଭା ନିର୍ବାଚନ ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି, ଏପର୍ଯ୍ୟନ୍ତ ଆଇପିଏଲ ୨୦୨୪ ର ୨୧ ଟି ମ୍ୟାଚ୍ କାର୍ଯ୍ୟସୂଚୀ ଜାରି କରିଛି । ଏଠାରେ ଆପଣ ଜାଣିପାରିବେ ଆଇପିଏଲ୍ ୨୦୨୪ ର ମ୍ୟାଚ୍ କେବେ ଏବଂ କେଉଁ ଗ୍ରାଉଣ୍ଡରେ ଖେଳାଯିବ ଏବଂ ଆପଣ କେଉଁଠି ମ୍ୟାଚ୍ ର ଲାଇଭ୍ ଷ୍ଟ୍ରିମିଂ ଦେଖିପାରିବେ ତାହା ମଧ୍ୟ ଜାଣିପାରିବେ |

    ୨୨ ମାର୍ଚ୍ଚ, ୨୦୨୪- ଚେନ୍ନାଇ ସୁପର କିଙ୍ଗସ୍ ବନାମ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର -ରାତି ୮ ରେ |

    ୨୩ ମାର୍ଚ୍ଚ, ୨୦୨୪ – ପଞ୍ଜାବ କିଙ୍ଗସ୍ ବନାମ ଦିଲ୍ଲୀ କ୍ୟାପିଟାଲସ -ଦିନ ୩:୩୦ ରେ |
    ୨୩ ମାର୍ଚ୍ଚ, ୨୦୨୪ – କୋଲକାତା ନାଇଟ୍ ରାଇଡର୍ସ ବନାମ ସନରାଇଜର୍ସ ହାଇଦ୍ରାବାଦ – ସନ୍ଧ୍ୟା ୭:୩୦ରେ |

    ୨୪ ମାର୍ଚ୍ଚ, ୨୦୨୪ – ରାଜସ୍ଥାନ ରୟାଲ୍ସ ବନାମ ଲଖନଉ ସୁପର ଜିଆଣ୍ଟସ୍ -ଦିନ ୩:୩୦ ରେ |

    ୨୪ ମାର୍ଚ୍ଚ, ୨୦୨୪ – ଗୁଜୁରାଟ ଟାଇଟାନ୍ସ ବନାମ ମୁମ୍ବାଇ ଇଣ୍ଡିଆନ୍ସ – ସନ୍ଧ୍ୟା ୭:୩୦ ରେ |

    ୨୫ ମାର୍ଚ୍ଚ, ୨୦୨୪ – ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବନାମ ପଞ୍ଜାବ କିଙ୍ଗସ୍ – ସନ୍ଧ୍ୟା ୭:୩୦ ରେ|

    ୨୫ ମାର୍ଚ୍ଚ, ୨୦୨୪ – ଚେନ୍ନାଇ ସୁପର କିଙ୍ଗସ୍ ବନାମ ଗୁଜୁରାଟ ଟାଇଟାନ୍ସ – ସନ୍ଧ୍ୟା ୭:୩୦ ରେ |

    ୨୫ ମାର୍ଚ୍ଚ, ୨୦୨୪ – ସନରାଇଜର୍ସ ହାଇଦ୍ରାବାଦ ବନାମ ମୁମ୍ବାଇ ଇଣ୍ଡିଆନ୍ସ -ସନ୍ଧ୍ୟା ୭:୩୦ ରେ |

    ୨୫ ମାର୍ଚ୍ଚ, ୨୦୨୪ – ରାଜସ୍ଥାନ ରୟାଲ୍ସ ବନାମ କ୍ୟାପିଟାଲସ – ସନ୍ଧ୍ୟା ୭:୩୦ ରେ |

    ୨୮ ମାର୍ଚ୍ଚ, ୨୦୨୪ – ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବନାମ କୋଲକାତା ନାଇଟ୍ ରାଇଡର୍ସ – ସନ୍ଧ୍ୟା ୭:୩୦ ରେ |

    ୨୯ ମାର୍ଚ୍ଚ, ୨୦୨୪ – ଲଖନଉ ସୁପର ଜଏଣ୍ଟସ୍ ବନାମ ପଞ୍ଜାବ କିଙ୍ଗସ୍ – ସନ୍ଧ୍ୟା ୭:୩୦ ରେ |

    ୩୦ ମାର୍ଚ୍ଚ, ୨୦୨୪ – ଗୁଜୁରାଟ ଟାଇଟାନ୍ସ ବନାମ ସନରାଇଜର୍ସ ହାଇଦ୍ରାବାଦ -ଦିନ ୩:୩୦ ରେ |

    ୩୧ ମାର୍ଚ୍ଚ, ୨୦୨୪ – ଦିଲ୍ଲୀ କ୍ୟାପିଟାଲସ ବନାମ ଚେନ୍ନାଇ ସୁପର କିଙ୍ଗସ୍ – ସନ୍ଧ୍ୟା ୭:୩୦ ରେ |

    ୧ ଏପ୍ରିଲ୍, ୨୦୨୪ – ମୁମ୍ବାଇ ଇଣ୍ଡିଆନ୍ସ ବନାମ ରାଜସ୍ଥାନ ରୟାଲ୍ସ – ସନ୍ଧ୍ୟା ୭:୩୦ ରେ |

    ୨ ଏପ୍ରିଲ୍, ୨୦୨୪ – ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବନାମ ଲଖନଉ ସୁପର ଜିଆଣ୍ଟସ୍ – ସନ୍ଧ୍ୟା ୭:୩୦ ରେ |

    ୩ ଏପ୍ରିଲ୍, ୨୦୨୪ – ଦିଲ୍ଲୀ କ୍ୟାପିଟାଲସ ବନାମ କୋଲକାତା ନାଇଟ୍ ରାଇଡର୍ସ – ସନ୍ଧ୍ୟା ୭:୩୦ ରେ|

    ୪ ଏପ୍ରିଲ୍, ୨୦୨୪ – ଗୁଜୁରାଟ ଟାଇଟାନ୍ସ ବନାମ ପଞ୍ଜାବ କିଙ୍ଗସ୍ -ସନ୍ଧ୍ୟା ୭:୩୦ ରେ |

    ୫ ଏପ୍ରିଲ୍, ୨୦୨୪ – ସନରାଇଜର୍ସ ହାଇଦ୍ରାବାଦ ବନାମ ଚେନ୍ନାଇ ସୁପର କିଙ୍ଗସ୍ – ସନ୍ଧ୍ୟା ୭:୩୦ ରେ |

    ୬ ଏପ୍ରିଲ୍, ୨୦୨୪ – ରାଜସ୍ଥାନ ରୟାଲ୍ସ ବନାମ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର -ସନ୍ଧ୍ୟା ୭:୩୦ ରେ |

    ୭ ଏପ୍ରିଲ୍, ୨୦୨୪ – ମୁମ୍ବାଇ ଇଣ୍ଡିଆନ୍ସ ବନାମ ଦିଲ୍ଲୀ କ୍ୟାପିଟାଲସ -ଦିନ ୩:୩୦ ରେ |

    ୭ ଏପ୍ରିଲ୍, ୨୦୨୪ – ଲଖନଉ ସୁପର ଜିଆଣ୍ଟସ୍ ବନାମ ଗୁଜୁରାଟ ଟାଇଟାନ୍ସ -ସନ୍ଧ୍ୟା ୭:୩୦ ରେ |

    ଟିଭିରେ ଆଇପିଏଲ୍ ୨୦୨୪ ଲାଇଭ୍ ଦେଖୁଥିବା କ୍ରିକେଟ୍ ପ୍ରେମୀମାନେ ଷ୍ଟାର୍ ସ୍ପୋର୍ଟସ୍ ଚ୍ୟାନେଲରେ ବିଭିନ୍ନ ଭାଷାରେ ମ୍ୟାଚ୍ ଉପଭୋଗ କରିପାରିବେ | ଯଦି ଆପଣ ଏକ ଆଣ୍ଡ୍ରଏଡ୍ ଡିଭାଇସ୍ (ମୋବାଇଲ୍, ଟାବଲେଟ୍ କିମ୍ବା ଟିଭି) ରେ ଲାଇଭ୍ ଷ୍ଟ୍ରିମ୍ ଦେଖିବାକୁ ଚାହାଁନ୍ତି, ତେବେ ଜିଓ ସିନେମା ପ୍ରୟୋଗରେ ଲାଇଭ୍ ମ୍ୟାଚ୍ ଉପଲବ୍ଧ ହେବ |

  • ରୁଷରେ ପୁଣି ରାଷ୍ଟ୍ରପତି ହେଲେ ପୁତିନ, ଗ୍ରହଣ କରିପାରୁନି ଆମେରିକା

    ରୁଷରେ ପୁଣି ରାଷ୍ଟ୍ରପତି ହେଲେ ପୁତିନ, ଗ୍ରହଣ କରିପାରୁନି ଆମେରିକା

    ଋଷରେ ପୁନଶ୍ଚ ୮୭.୯୭ ପ୍ରତିଶତ ଭୋଟ୍ ପାଇ ରାଷ୍ଟ୍ରପତି ହୋଇଛନ୍ତି ଭ୍ଲାଦିମିର୍ ପୁତିନ୍ । ତେଣୁ ସେ ଏବେ ୨୦୩୦ ପର୍ଯ୍ୟନ୍ତ ରହିବେ ରୁଷର ରାଷ୍ଟ୍ରପତି । ଯାହାକୁ ନେଇ ମୁହଁ ଖୋଲିଛି ଆମେରିକା । ଆମେରିକା କହିଛି ରୁଷରେ ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ ଅନୁଷ୍ଠିତ ହୋଇନାହିଁ, ତେଣୁ ଏହି ଫଳାଫଳ ସଠିକ୍ ନୁହେଁ । ହେଲେ ବିଶ୍ବର ଅନେକ ବଡ ନେତା ଅଛନ୍ତି ଯେଉଁମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏଥିସହିତ ରୁଷ ସହିତ ସମ୍ପର୍କ ମଜବୁତ କରିବା ପାଇଁ ମଧ୍ୟ ଅଣ୍ଟା ଭିଡିଛନ୍ତି ।

    ତେବେ ମାର୍ଚ୍ଚ ୧୫ ରୁ ମାର୍ଚ୍ଚ `୧୭ ପର୍ଯ୍ୟନ୍ତ ୩ ଦିନ ଧରି ରୁଷରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ପୁତିନଙ୍କ ବିପୁଳ ବିଜୟ ପରେ ତାଙ୍କ ଉପରେ ଏବେ ସମସ୍ତଙ୍କ ନଜର । କାରଣ ଦୀର୍ଘ ଦିନ ଧରି ଚାଲିଥିବା ରୁଷ-ୟୁକ୍ରେନ ଯୁଦ୍ଧା ପାଇଁ ମାନବାଧିକାର ପାଇଁ ଅନେକ ଦେଶ ଉଦବେଗ ପ୍ରକାଶ କରିଛନ୍ତି । ଅନ୍ୟପଟେ ଅନେକ ଦେଶ ଋଷ ସହିତ କୁଟନୈତିକି ସମ୍ପର୍କ ଆହୁରି ମଜବୁତ କରିବାକୁ ଚାହୁଁଛନ୍ତି ।

    ପୁଟିନଙ୍କ ବିଜୟ ପରେ ସାଉଦି କ୍ରାଉନ୍ ପ୍ରିନ୍ସ ମହମ୍ମଦ ବିନ୍ ସଲମାନ ପୁଟିନଙ୍କୁ ଡାକି ତାଙ୍କୁ ଅଭିନନ୍ଦନ ଜଣାଇବା ସହ ଉଭୟ ଦେଶର ବିକାଶ ପାଇଁ ମିଳିତ ଭାବେ କାର୍ଯ୍ୟ କରିବାକୁ ଗୁରୁତ୍ୱାରୋପ କରିଥିଲେ। ସେହିପରି ଚୀନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଲିନ ଜିଆନ ପୁତିନଙ୍କୁ ଅଭିନନ୍ଦନ ଜଣାଇ ମସ୍କୋ ଏବଂ ବେଜିଂ ମଧ୍ୟରେ ସମ୍ପର୍କର ବିକାଶ ଜାରି ରହିବ ବୋଲି କହିଥିଲେ ।

    ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ପୁତିନଙ୍କୁ ଅଭିନନ୍ଦନ ଜଣାଇ ଲେଖିଛନ୍ତି, ଆଗାମୀ ଦିନରେ ରୁଷ ସହିତ ରଣନୀତିକ ଭାଗିଦାରୀକୁ ଆହୁରି ଆହୁରି ମଜବୁତ କରିବାକୁ ଭାରତ ଆଶା କରୁଛି ।

    ସେହିପରି ଫୋନ୍ ଯୋଗେ ତୁର୍କୀ ରାଷ୍ଟ୍ରପତି ଏରଦାନ୍ ମଧ୍ୟ ପୁଟିନଙ୍କୁ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି । ଇରାନ ରାଷ୍ଟ୍ରପତି ମଧ୍ୟ ପୁଟିନଙ୍କୁ ଏକ ବାର୍ତ୍ତା ମାଧ୍ୟମରେ ଅଭିନନ୍ଦନ ଜଣାଇଛନ୍ତି । ଇରାନ ସର୍ବଦା ପୁତିନଙ୍କ ଏକ ଘନିଷ୍ଠ ବନ୍ଧୁ ହିସାବରେ କାର୍ଯ୍ୟ କରିଆସୁଛି ।

    ଉତ୍ତରକୋରିଆର ଏକଛତ୍ରବାଦୀ ଶାସକ ତଥା ରାଷ୍ଟ୍ରପତି କିମ୍ ଜୋଙ୍ଗ ଉନ୍ ମଧ୍ୟ ପୁତିନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହା ବ୍ୟତୀତ ବେଲାରୁଷ, ମିଆଁମାର, ଅଜରବେଇଜାନ, କାଜାଖସ୍ତାନ, କିର୍ଗିଜସ୍ଥାନ, ତାଜିକିସ୍ତାନ ଏବଂ ଉଜବେକିସ୍ତାନ ଭଳି ଦେଶର ନେତାମାନେ ମଧ୍ୟ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

  • ସିଏଏ ବିରୋଧୀ ୨୦୦ରୁ ଊର୍ଦ୍ଧ୍ବ ଆବେଦନ ଉପରେ ଶୁଣାଣି

    ସିଏଏ ବିରୋଧୀ ୨୦୦ରୁ ଊର୍ଦ୍ଧ୍ବ ଆବେଦନ ଉପରେ ଶୁଣାଣି

    ସୁପ୍ରିମ କୋର୍ଟରେ ନାଗରିକ ସଂଶୋଧନ ଆଇନ ୨୦୧୯ ଓ ନାଗରିକ ସଂଶୋଧନ ନିୟମ ୨୦୨୪। ସିଏଏ ଉପରେ କୌଣସି ପ୍ରକାରର ରୋକ ଲଗାଇବାକୁ ସୁପ୍ରିମ କୋର୍ଟଙ୍କ ନା। ୩ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ କେନ୍ଦ୍ରକୁ କରିଛନ୍ତି ନୋଟିସ। ତେବେ ଶୁଣାଣି କାଳରେ ସିଜେଆଇ କେନ୍ଦ୍ରକୁ ରୋକ ଲଗାଇବା ଉପରେ ଜବାବ ରଖିବାକୁ କେତେ ସମୟ ଆବଶ୍ୟକ ବୋଲି ପଚାରିଥିଲେ। କେନ୍ଦ୍ର ଏଥିପାଇଁ ୪ ସପ୍ତାହ ମାଗିଥିବା ବେଳେ କୋର୍ଟ ୩ ସପ୍ତାହ ସମୟ ଦେଇଛନ୍ତି।

    ଦେଶବ୍ୟାପୀ ସିଏଏ କୁ ନେଇ ଜାରି ବିରୋଧ ଭିତରେ ଆଜି ସର୍ବୋଚ୍ଚ ନ୍ୟାୟାଳୟର ତିନି ଜଣିଆ ଖଣ୍ଡପୀଠରେ ଆରମ୍ଭ ହୋଇଛି ଶୁଣାଣି। ଜଷ୍ଟିସ ଜେ ବି ପର୍ଦିୱାଲା, ଜଷ୍ଟିସ ମନୋଜ ମିଶ୍ରଙ୍କୁ ନେଇ ସିଜେଆଇ ଡି ୱାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କରିଛନ୍ତି ୨୩୭ ଯାଚିକାର ଶୁଣାଣି । ଗତ ମାର୍ଚ୍ଚ ୧୧ ତାରିଖରେ କେନ୍ଦ୍ର ସରକାର ପକ୍ଷରୁ ସିଏଏ ଲାଗୁ ପାଇଁ ବିଜ୍ଞପ୍ତି ଜାରି ପରେ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ପାକିସ୍ତାନ, ଆଫଗାନିସ୍ତାନ, ବାଙ୍ଗଲାଦେଶରୁ ଆସି ଭାରତରେ ଶରଣ ନେଇଥିବା ହିନ୍ଦୁ, ପାର୍ଶୀ, ଖ୍ରୀଷ୍ଟିଆନ, ଜୈନ ଓ ବୌଦ୍ଧ ଧର୍ମାବଲମ୍ବୀ ଶରଣାର୍ଥୀଙ୍କ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏହା ପରେ ଆରମ୍ଭ ହୋଇଛି ବିବାଦ। ଏହି ଆଇନ ଉପରେ ସ୍ଥଗିତାଦେଶ ଜାରି କରିବାକୁ ଆବେଦନ ହୋଇଛି।

    ମୁଖ୍ୟତଃ ଇଣ୍ଡିଆନ ୟୁନିୟନ ମୁସଲିମ ଲିଗ ବା ଆଇୟୁଏମଏଲ, ଡେମୋକ୍ରାଟିକ ୟୁଥ ଫ୍ରଣ୍ଟ ଅଫ ଇଣ୍ଡିଆ ବା ଡିୱାଇଏଫଆଇ, ସିପିଆଇ (ଏମ)ର ଯୁବ ୱିଙ୍ଗ, ଅଲ ଆସାମ ଷ୍ଟୁଡେଣ୍ଟ୍ସ ୟୁନିୟନ ବଏଓଏସୟୁ,ଏଆଇଏମଆଇଏମ ପରି ବହୁ ବିରୋଧୀ ଦଳ ପକ୍ଷରୁ ଏହି ଅପିଲ କରାଯାଇଛି। ସୁପ୍ରିମ କୋର୍ଟ ସମସ୍ତ ୨୩୭ ମାମଲାକୁ ଏକତ୍ର ଶୁଣାଣି କରିବାକୁ ନେଇଥିଲେ ନିଷ୍ପତ୍ତି।ତେବେ କାହିଁକି ସିଏଏକୁ ହେଉଛି ବିରୋଧ? ବିରୋଧୀଙ୍କ ମତ, ଏହି ଆଇନ ମୁସଲମାନଙ୍କ ପ୍ରତି ଭେଦଭାବ ଆଧାରିତ ଆଇନ। ଧର୍ମ ଆଧାରରେ ଆଇନ ହୋଇଥିବାକୁ ନେଇ ବିରୋଧୀ ପ୍ରଶ୍ନ କରିଛନ୍ତି। ଏହା ସମ୍ବିଧାନର ଧର୍ମନିରପେକ୍ଷତା, ସିଦ୍ଧାନ୍ତ ଓ ଭାବନା ବିରୋଧୀ ବୋଲି ଅଭିଯୋଗ କରାଯାଇଛି। ଏଥିସହ ଲୋକସଭା ନିର୍ବାଚନକୁ ଆଖିରେ ରଖି ଏହି ଆଇନକୁ କେନ୍ଦ୍ର ଭୋଟବ୍ୟାଙ୍କ ହାତେଇବା ଲକ୍ଷ୍ୟରେ ଜାରି କରିଥିବା କୁହାଯାଇଛି। ଯାହାକୁ ନେଇ ସୁପ୍ରିମକୋର୍ଟଙ୍କ ନୋଟିସର ଉତ୍ତରରେ କେନ୍ଦ୍ର କହିଥିଲା, ବର୍ତ୍ତମାନ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଇନ ଲାଗୁ ହୋଇନାହିଁ। ଶୁଣାଣି ସରିବା ପରେ ସିଏଏ ଲାଗୁହେବ।

  • କେନ୍ଦ୍ର ମନ୍ତ୍ରୀମଣ୍ଡଳରୁ ଓହରିଗଲେ ରାଷ୍ଟ୍ରୀୟ ଜନଶକ୍ତି ପାର୍ଟି ପ୍ରତିଷ୍ଠାତା

    କେନ୍ଦ୍ର ମନ୍ତ୍ରୀମଣ୍ଡଳରୁ ଓହରିଗଲେ ରାଷ୍ଟ୍ରୀୟ ଜନଶକ୍ତି ପାର୍ଟି ପ୍ରତିଷ୍ଠାତା

    ଅସହ୍ୟ ହେଲା ଅଣଦେଖା। ମନ୍ତ୍ରୀପଦରୁ ଇସ୍ତଫା ଦେଲେ କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରୀ ପଶୁପତି ପାରସ। ମଙ୍ଗଳବାର ମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ କହିଛନ୍ତି କି, ମୋ ସହ ଓ ମୋ ଦଳ ସହ ହୋଇଛି ଅନ୍ୟାୟ। ସେଥିପାଇଁ ଇସ୍ତଫା ଦେଲି। ତେବେ ଏନଡିଏର ମେଣ୍ଟ ଘୋଷଣା ପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି କୃତଜ୍ଞତା ଜାହିର କରିଛନ୍ତି। ପରାସଙ୍କ ପୁତୁରା ଚିରାଗ ପାସୱାନଙ୍କ ଲୋକ ଜନଶକ୍ତି ପାର୍ଟିକୁ ଏନଡିଏରେ ସାମିଲ କରିବା ସହ ସିଟ ସେୟାରିଂ ପରେ ଏପରି ନିଷ୍ପତ୍ତି ନେଇଛନ୍ତି ପାରସ। ଏବେ ଦାଦା ପୁତୁରା ମୁହାଁମୁହିଁ।

    ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୪୦୦ ପାର ମିଶନରେ ଏନଡିଏ ପ୍ରଥମପାଳିର ସମସ୍ତ ସଦସ୍ୟ ଦଳଙ୍କୁ ଏକତ୍ରିତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଆରମ୍ଭ ହୋଇଛି ସିଟ ବୁଝାମଣା ପ୍ରକ୍ରିୟା। ସେଥିପାଇଁ ବିହାରରେ ବିଜେପି ନିତିଶ କୁମାରଙ୍କ ଜେଡିୟୁ ଓ ଚିରାଗ ପାଶୱାନଙ୍କ ଲୋକ ଜନଶକ୍ତି ପାର୍ଟି ସହ କରିଛି ମେଣ୍ଟ। ବିହାର ନିର୍ବାଚନରେ ବିଜେପି ୧୭, ଜେଡିୟୁ ୧୬ ଓ ଏଲଜିପି ୫ ଓ ଉଭୟ ଜିତନରାମ ମାଝି ଓ ଉପେନ୍ଦ୍ର କୁଶୱାହାଙ୍କ ଦଳ ଗୋଟିଏ ଲେଖା ସିଟରେ ଲୋକସଭା ନିର୍ବାଚନ ଲଢିବେ। ହେଲେ ଏହି ମେଣ୍ଟ ବୁଝାମଣାରେ ପଶୁପତି ପାରସଙ୍କ ଦଳକୁ ମିଳିନି ସ୍ଥାନ। ଅନ୍ୟପଟେ ଇସ୍ତଫା ପୂର୍ବରୁ ଶୁକ୍ରବାର ଦିନ ରାଷ୍ଟ୍ରୀୟ ଲୋକ ଜନଶକ୍ତି ପାର୍ଟି ପ୍ରମୁଖ ପଶୁପତି ପାରସ କହିଥିଲେ କି, ସେ ହାଜିପୁର ସିଟରୁ ଲୋକସଭା ନିର୍ବାଚନ ଲଢିବେ।

    ଏଥିସହ ଆହୁରି କହିଥିଲେ କି, ତାଙ୍କ ଦଳର ଅନ୍ୟ ସାଂସଦମାନେ ୨୦୧୯ରେ ଯେଉଁ ସବୁ ସିଟରୁ ନିର୍ବାଚନ ଜିତିଥିଲେ ସେହି ଆସନରୁ ଲଢିବେ। ଏପରି ଘୋଷଣା ଥିଲା ଏନଡିଏରେ ଏଲଜିପି ସାମିଲ ହେବାର ପାର୍ଶ୍ବ ପ୍ରତିକ୍ରିୟା। ତେବେ ଏନଡିଏ ତାର ପ୍ରଥମ ସହଯୋଗୀ ଦଳଙ୍କୁ ସାମିଲ କରୁଥିବାରୁ ପାରସଙ୍କୁ ବାଦ ଦେଇ ଚିରାଗ ପାସୱାନଙ୍କୁ ସାମିଲ କରିଛି। କାରଣ ଚିରାଗଙ୍କ ପିତା ରାମ ବିଳାସ ପାସୱାନ ବାଜପେୟୀ ସରକାରର ସହଯୋଗୀ ଦଳ ହୋଇଥିବା ବେଳେ ମୋଦିଙ୍କ ପ୍ରଥମ ପାଳିରେ ରାମବିଳାସ ସାମିଲ ହୋଇ ମନ୍ତ୍ରୀପଦ ପାଇଥିଲେ। ୨୦୧୯ରେ ପାସୱାନଙ୍କୁ ରାଜ୍ୟସଭାକୁ ପଠାଇଥିଲା ବିଜେପି। କିନ୍ତୁ ୨୦୨୦ରେ ରାମବିଳଶଙ୍କ ମୃତ୍ୟୁପରେ ଲୋକଜନଶକ୍ତି ପାର୍ଟି ବିଭାଜିତ ହୋଇଗଲା ଦାଦା ପଶୁପତି ଓ ପୁତୁରା ଚିରାଗଙ୍କ ମଧ୍ୟରେ। ସେତେବେଳେ ବିଜେପି ପଶୁପତିଙ୍କୁ ସାଙ୍ଗରେ ନେଇ ଦ୍ବାତୀୟ ପାଳି ପୂରା କରିବା ପରେ ଏବେ ଚିରାଗଙ୍କୁ ସାଙ୍ଗରେ ନେଇ ଆଗେଇବାକୁ ଚାହୁଁଛି।

  • ମହାରାଷ୍ଟ୍ରରେ I.N.D.I.A ମେଣ୍ଟରେ ଏହି ଦୁଇ ଦଳର କୌଣସି ସ୍ଥାନ ନାହିଁ, ଉଦ୍ଧବ ଏବଂ ପାୱାର ଦଳକୁ କେତେ ସିଟ୍ ?

    ମହାରାଷ୍ଟ୍ରରେ I.N.D.I.A ମେଣ୍ଟରେ ଏହି ଦୁଇ ଦଳର କୌଣସି ସ୍ଥାନ ନାହିଁ, ଉଦ୍ଧବ ଏବଂ ପାୱାର ଦଳକୁ କେତେ ସିଟ୍ ?

    ମହାରାଷ୍ଟ୍ରରେ ଲୋକସଭା ନିର୍ବାଚନକୁ ନେଇ ସରଗରମ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଏହି ସମୟରେ ଏନଡିଏ ବିରୋଧରେ ଲଢୁଥିବା ବିରୋଧୀ ମେଣ୍ଟ I. N. D. I. Aରେ ଏହି ଆସନ ଗୁଡିକ ଭଗବଣ୍ଟା ହୋଇଯାଇଛି ବୋଲି ସୂତ୍ରରୁ ପ୍ରକାଶ। ମାର୍ଚ୍ଚ ୨୧ ରେ ମହାରାଷ୍ଟ୍ର ରେ ସିଟ୍ ବଣ୍ଟନ ଘୋଷଣା କରାଯାଇପାରେ | I. N. D. I. A ମିଳିତ ମେଣ୍ଟ ରେ ଶିବସେନା ଉଦ୍ଧବ ଠାକରେ ୨୩ ଟି, କଂଗ୍ରେସ ୧୯ ଏବଂ ଏନସିପି ଶରଦ ପାୱାର ଦଳ ୬ ଟି ସିଟ୍ ପାଇବାର ସମ୍ଭାବନା ରହିଛି। ଯେଉଁଠି ରାଜୁ ଶେଟ୍ଟୀ ଏବଂ ପ୍ରକାଶ ଆମ୍ବେଦକରଙ୍କ ଦଳ I. N. D. I. A ମିଳିତ ମେଣ୍ଟରୁ ବାହାରେ ବୋଲି ଶୁଣିବାକୁ ମିଳୁଛି ।

    ସୂତ୍ରରୁ ଯାହା ଜଣାଯାଏ , ମୁମ୍ବାଇର ୪ ଟି ଆସନ ଶିବସେନାର ଉଦ୍ଧବ ଥାକରେ ଦଳକୁ ଦିଆଯାଇଥିବାବେଳେ କଂଗ୍ରେସକୁ ଦୁଇଟି ଆସନ ଦିଆଯାଇପାରେ। ୧୯ ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଉପରେ ଆଲୋଚନା କଂଗ୍ରେସ ଦ୍ୱାରା ଶେଷ ହୋଇଛି। ବୁଧବାର (ସି ଇ ସି) ବୈଠକରେ ମହାରାଷ୍ଟ୍ରର ଆସନ ଉପରେ ମଧ୍ୟ ଆଲୋଚନା ହୋଇପାରେ । ସେପଟେ କଂଗ୍ରେସ ଗୁରୁବାର ତାର ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିପାରେ।

    ଅନ୍ୟପଟେ, ଏମଏନଏସ ମୁଖ୍ୟ ରାଜ ଠାକରେଙ୍କ ଏନଡିଏରେ ଯୋଗଦେବା ନେଇ ଆଲୋଚନା ତୀବ୍ର ହୋଇଚାଲିଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ରାଜ ଠାକରେଙ୍କ ସାକ୍ଷାତ ପରେ ମହାରାଷ୍ଟ୍ରର ରାଜନୈତିକ ତାପମାତ୍ରା ପାରା ବଢ଼ିବାରେ ଲାଗିଛି। ଏହି ସମୟରେ ଶିବସେନା (ୟୁବିଟି) ସାଂସଦ ପ୍ରିୟଙ୍କା ଚତୁର୍ବେଦୀଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି।ସେ କହିଛନ୍ତି ବିଜେପି କୁ ରାଜ ଠାକରେ ତାଙ୍କ ଦଳ ଯୋଗଦେଲେ କୌଣସି ଫାଇଦା ମିଳିବ ନାହିଁ। ଏଥି ସହିତ ପ୍ରିୟଙ୍କା ଚତୁର୍ବେଦୀ କହିଛନ୍ତି ଯେ ମହାରାଷ୍ଟ୍ରରେ ବିଜେପିର ଆତ୍ମବିଶ୍ୱାସ ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି ଯେ ୪୦୦ ଅତିକ୍ରମ କରିବାର ସ୍ଲୋଗାନ ଦେଉଥିବା ବିଜେପି ପାଖରେ ୨୦୦ ମଧ୍ୟ ଅତିକ୍ରମ କରିବାର ଆତ୍ମବିଶ୍ୱାସ ନାହିଁ। ସେ କହିଛନ୍ତି ଯେ ମହାରାଷ୍ଟ୍ରରେ ଦୁଇ ଦଳ ଅଲଗା ହେବା ପରେ ମଧ୍ୟ ଲୋକମାନେ ବିଜେପି ସମର୍ଥନରେ ନାହାଁନ୍ତି।

  • ମିନି ବସ୍ ସହ ଲୁହା ରଡ଼ ବୋଝେଇ ପିକ୍ ଅପ ଭ୍ୟାନ ଧକ୍କା, ୧୦ରୁ ଉର୍ଦ୍ଧ୍ବ ଆହାତ

    ମିନି ବସ୍ ସହ ଲୁହା ରଡ଼ ବୋଝେଇ ପିକ୍ ଅପ ଭ୍ୟାନ ଧକ୍କା, ୧୦ରୁ ଉର୍ଦ୍ଧ୍ବ ଆହାତ

    ଯାତ୍ରୀବାହୀ ମିନି ବସ୍ ସହ ଲୁହା ରଡ଼ ବୋଝେଇ ପିକ୍ ଅପ ଭ୍ୟାନ ଧକ୍କା । ବସର ଆଗପଟ ଭାଙ୍ଗି ଚୂନା ହୋଇଯାଇଥିବା ବେଳେ ପିକଅଫ ଭ୍ୟାନ ଆଗପଟ ଭାଙ୍ଗିଯାଇଛି । ଏମିତି ଏକ ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ବ୍ଲକ ଅନ୍ତର୍ଗତ ମାଲାନସୁଗା ଠାରେ । ସୂଚନା ମୁତାବକ, ଜି. ଉଦୟଗିରିରୁ ଫୁଲବାଣୀ ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ମିନି ବସ ଭୁବନେଶ୍ୱରରୁ ବାଲିଗୁଡ଼ା ଅଭିମୁଖେ ଆସୁଥିବା ଏକ ଲୁହା ରଡ଼ ବୋଝେଇ ମାକ୍ସ ପିକ୍ଅପ ଭ୍ୟାନ ସହ ମୁହାଁମୁହିଁ ହୋଇଥିଲା । ଧକ୍କା ହେବା ଫଳରେ ବସର ଡ୍ରାଇଭାଇ ସମତେ ଦୁଇ ଜଣ ଗୁରୁତର ହେବା ସହ ୧୦ରୁ ଉର୍ଦ୍ଧ ଆହାତ ହୋଇଛନ୍ତି । ସମସ୍ତଙ୍କୁ ଜି ଉଦୟଗିରି ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଅତି ଗୁରୁତର ହୋଇଥିବା ଦୁଇ ଜଣଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି । ଘଟଣା ସ୍ଥଳରେ ଜି. ଉଦୟଗିରି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

  • ଧସିଲା ୭୦ ଫୁଟର ବୈତରଣୀ ନଦୀବନ୍ଧ, ଆତଙ୍କରେ ଧାମରାବାସୀ

    ଧସିଲା ୭୦ ଫୁଟର ବୈତରଣୀ ନଦୀବନ୍ଧ, ଆତଙ୍କରେ ଧାମରାବାସୀ

    ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅନ୍ତର୍ଗତ ଧାମରାଇ ମନ୍ଦିର ନିକଟରେ ୭୦ ଫୁଟ ଧସିଲା ନଦୀବନ୍ଧ । ଆତଙ୍କିତ ଅବସ୍ଥାରେ ଧମରାବାସୀ । ସୂଚନା ମୁତାବକ, ମନ୍ଦିର ପାର୍ଶ୍ଵ ଦେଇ ବୋହିଯାଇଥିବା ବୈତରଣୀ ନଦୀ କ୍ରମଶଃ ସ୍ଥଳ ଭାଗ ଆଡ଼କୁ ମାଡ଼ି ଚାଲିଛି । ନଦୀ ମଧ୍ୟରେ ବାଲି ଚର ସୃଷ୍ଟି ଯୋଗୁଁ ନଦୀର ଗତିପଥ ପରିବର୍ତ୍ତନ ଘଟୁଛି ବୋଲି ଅଞ୍ଚଳବାସୀ କହିଛନ୍ତି । ଫଳରେ ନଦୀବନ୍ଧରୁ ବଡ ବଡ ମାଟି ଅତଡ଼ା ଧସିବାରେ ଲାଗିଛି ।

    ପଥର ପ୍ୟାକିଂ ହୋଇଥିଲେ ସୁଦ୍ଧା ନିମ୍ନ ମାନର କାର୍ଯ୍ୟ ଯୋଗୁଁ କୋଟିକୋଟି ଟଙ୍କା ପାଣିରେ ପଡୁଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସୀନ୍ଧା । ନଦୀବନ୍ଧଟି ସମ୍ପୂର୍ଣ୍ଣ ଧୋଇଯିବା ପୂର୍ବରୁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଦାବୀ କରିଛନ୍ତି ଅଞ୍ଚଳବାସୀ । ବାରମ୍ବାର ଏସମ୍ପର୍କରେ ଅଧିକାରୀଙ୍କୁ ଜଣାଯାଉଛି, ତଥାପି କେହି ଏଥିପ୍ରତି ଧ୍ୟାନ ଦେଉନଥିବା ଅଭିଯୋଗ ହୋଇଛି । ବିଭାଗୀୟ ଅଧିକାରୀଙ୍କ ଦେଖାନାହିଁ ।

  • ୭ ବିଭାଗର ୧୪ପ୍ରସ୍ତାବରେ କ୍ୟାବିନେଟ ମୋହର

    ୭ ବିଭାଗର ୧୪ପ୍ରସ୍ତାବରେ କ୍ୟାବିନେଟ ମୋହର

    ନବୀନ ସରକାରର ପଞ୍ଚମ ପାଳିର ଶେଷ କ୍ୟାବିନେଟ୍ ବୈଠକରେ ୭ ବିଭାଗର ୧୪ ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ। ଆଜି ରାଜ୍ୟ ମନ୍ତ୍ରୀମଣ୍ଡଳର ୭୭ତମ ବୈଠକ ଲୋକସେବା ଭବନର ତୃତୀୟ ମହଲା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିଲା ଏହି ରାଜ୍ୟ କ୍ୟାବିନେଟ୍ ବୈଠକରେ। ରାଜସ୍ୱ ଓ ବିପର୍ଯ୍ୟୟ ବିଭାଗର ୬ଟି ପ୍ରସ୍ତାବ ସହ ମହାନଦୀରେ ଆଉ ଏକ ସେତୁ ନିର୍ମାଣ ପାଇଁ କ୍ୟାବିନେଟର ମୋହର ବାଜିଛି।

    ସେହିପରି ସାଲେପୁର ବ୍ଲକ ବ୍ରାହ୍ମଣଖଣ୍ଡ-ସାହୁଖେତ ରାସ୍ତାରେ ତିଆରି ହେବ ନୂତନ ସେତୁ । ଏଥିପାଇଁ ଖର୍ଚ୍ଚ ହେବ ୧୨୮ କୋଟି ଟଙ୍କା ଓ ଆସନ୍ତା ୩ ବର୍ଷ ମଧ୍ୟରେ କାମ ସାରିବାକୁ ସମୟ ଧାର୍ଯ୍ୟ। ସେତୁ ଦ୍ଵାରା ସହଜ ହେବ କଟକରୁ ପାରାଦୀପ ଓ କଟକରୁ ଚାନ୍ଦବାଲିକୁ ଯାତାୟାତ। ସେହିପରି ଚନ୍ଦ୍ରଶେଖରପୁରରେ ହେବ ଯାଦବ ଭବନ । ଉତ୍କଳ ଯାଦବ ମହାସଭାର ୫କୋଟି ୬୦ ଲକ୍ଷ ପ୍ରିମିୟମ ଛାଡ଼ ପାଇଁ କ୍ୟାବିନେଟ ଅନୁମୋଦନ ମିଳିଛି।

    ଅପରପକ୍ଷରେ ତାଳଚେର ଫର୍ଟିଲାଇଜର ଲିମିଟେଡକୁ ରାଜ୍ୟ ସରକାରଙ୍କ ତରଫରୁ ୮୫୬ ଏକର ଜାଗା କରାଯିବ ପଞ୍ଜିକରଣ । ଷ୍ଟାମ୍ପ ଭେଣ୍ଡର ମାନଙ୍କ କମିସନ ମଧ୍ୟ କରାଯାଇଛି ବୃଦ୍ଧି। ସର୍ବଶେଷରେ କଟକ ଚାଉଳିଆଗଞ୍ଜରେ ହେବ ଡିଏଭି ଏସସିବି ମେଡିକାଲ ପବ୍ଲିକ ସ୍କୁଲ। ରାଜ୍ୟ ସରକାରଙ୍କ ତରଫରୁ ଅଢେଇ ଏକର ଜମି ବିନା ପ୍ରିମିୟମରେ ପ୍ରଦାନ କରାଯିବ ଓ ଏଥିପାଇଁ ୨୯ କୋଟି ୩୭ ଲକ୍ଷ ପ୍ରିମିୟମ ଛାଡ ପାଇଁ ଆଜି ରାଜ୍ୟର ଶେଷ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି।

    ଏହା ସହ ରାଜ୍ୟ କ୍ୟାବିନେଟ ବୈଠକର ନିଷ୍ପତ୍ତି ସଂପର୍କରେ ରାଜ୍ୟ ଜଳ ସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ ସାମ୍ବାଦିକଙ୍କୁ ସୂଚନା ଦେଇଥିଲେ।

  • ନିର୍ବାଚନ ସମୟରେ ବ୍ୟକ୍ତିଗତ ଜୀବନକୁ ନେଇ କୌଣସି ଆକ୍ରମଣ ହେବା ଉଚିତ୍ ନୁହେଁ: ମୁଖ୍ୟ ନିର୍ବାଚନ କମିଶନର

    ନିର୍ବାଚନ ସମୟରେ ବ୍ୟକ୍ତିଗତ ଜୀବନକୁ ନେଇ କୌଣସି ଆକ୍ରମଣ ହେବା ଉଚିତ୍ ନୁହେଁ: ମୁଖ୍ୟ ନିର୍ବାଚନ କମିଶନର

    ଲୋକସଭା ନିର୍ବାଚନ ସହିତ ଓଡିଶା, ସିକ୍କିମ୍, ଅରୁଣାଚଳ ଏବଂ ଆନ୍ଧ୍ରରେ ବିଧାନସଭା ନିର୍ବାଚନ ହେବ।

    ଲୋକସଭା ନିର୍ବାଚନର ତାରିଖ ଘୋଷଣା କରିବାକୁ ମୁଖ୍ୟ ନିର୍ବାଚନ କମିଶନର ଏକ ସାମ୍ବାଦିକ ସମ୍ମିଳନୀ କରୁଛନ୍ତି।ଲୋକସଭା ନିର୍ବାଚନର ତାରିଖ ଘୋଷଣା କରିବା ସହିତ ନିର୍ବାଚନ କମିଶନର ମଧ୍ୟ ଆନ୍ଧ୍ରପ୍ରଦେଶ, ଓଡିଶା, ଅରୁଣାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ତାରିଖ ସ୍ଥିର କରିବାକୁ ଆୟୋଗ ପାଣିପାଗ, ପରୀକ୍ଷା ଏବଂ ପର୍ବପର୍ବାଣୀକୁ ମଧ୍ୟ ବିଚାରକୁ ନେଇଛନ୍ତି । ସୂଚନାନୁସାରେ, ୨୦୨୪ ଲୋକସଭା ନିର୍ବାଚନ ୭ ରୁ ୮ ପର୍ଯ୍ୟାୟରେ ହୋଇପାରେ ।

    ୪ ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ

    ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର କହିଛନ୍ତି ଯେ ଲୋକସଭା ନିର୍ବାଚନ ସହିତ ସିକ୍କିମ, ଓଡିଶା, ଅରୁଣାଚଳ ପ୍ରଦେଶ ଏବଂ ଆନ୍ଧ୍ରପ୍ରଦେଶରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ରାଜ୍ୟରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ପର୍ଯ୍ୟାୟ ସହିତ ଏକକାଳୀନ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ।

    ଭୁଲ ତଥ୍ୟକୁ ରୋକିବା ପାଇଁ ଆମେ ବ୍ୟାପକ ବ୍ୟବସ୍ଥା କରିଅଛୁ | ରାଜନୈତିକ ଦଳମାନଙ୍କୁ ଅନେକ ଉପଦେଶ ଦିଆଯାଇଛି। ସମସ୍ତ ଷ୍ଟାର ପ୍ରଚାରକମାନେ ଇସିର ନିର୍ଦ୍ଦେଶାବଳୀ ଜାଣିବା ଉଚିତ୍। ଏହି ଦାୟିତ୍ ରାଜନୈତିକ ଦଳମାନଙ୍କୁ ଦିଆଯାଇଛି। ଯଦି ଭୋଟ୍ ସମୟରେ ଯେ କୌଣସି ସ୍ଥାନରେ ହିଂସା ଘଟେ,ତେବେ ସମସ୍ତ ପଦକ୍ଷେପ ଗ୍ରହଣ କରିବୁ ଏବଂ ଏହାକୁ ବନ୍ଦ କରିବୁ |

    ନେତାମାନଙ୍କୁ ନିର୍ବାଚନ ଆୟୋଗର ଚେତାବନୀ

    ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର କହିଛନ୍ତି ଯେ ସୋସିଆଲ ମିଡିଆ ପୋଷ୍ଟ ହଟାଇବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇପାରେ। ପ୍ରତ୍ୟେକ ରାଜ୍ୟରେ ନୋଡାଲ ଅଧିକାରୀ କରାଯିବ। ଯଦି କେହି ସମାଲୋଚନାର ସୀମା ଅତିକ୍ରମ କରନ୍ତି କିମ୍ବା ଭୁଲ ଖବର ପ୍ରଚାର କରନ୍ତି, ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ନିର୍ବାଚନ ସମୟରେ ଲକ୍ଷ୍ମଣ ରେଖା ଅତିକ୍ରମ ନ କରନ୍ତୁ |

    ବରିଷ୍ଠ ନାଗରିକଙ୍କ ପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା

    ବରିଷ୍ଠ ନାଗରିକଙ୍କ ପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା ହେବ | ଆମେ ଜଣେ ବ୍ୟକ୍ତିଙ୍କ ଭୋଟ୍ ପାଇଁ ମଧ୍ୟ ତାଙ୍କ ଘରକୁ ଯିବୁ | ନିର୍ବାଚନ ସମୟରେ ସ୍ୱଚ୍ଛତା ଏବଂ ପରିବେଶ ପ୍ରତି ବିଶେଷ ଧ୍ୟାନ ଦିଆଯିବ । ପ୍ରତ୍ୟେକ ଜିଲ୍ଲାରେ ୨୪ ଘଣ୍ଟା ର କଣ୍ଟ୍ରୋଲ ରୁମ ରହିବ ଯାହାକି ଜଣେ ବରିଷ୍ଠ ଅଧିକାରୀଙ୍କ ତତ୍ୱାବଧାନରେ କାର୍ଯ୍ୟ କରିବ |

    ପ୍ରତ୍ୟେକ ବୁଥରେ ରହିବ ସ୍ୱତନ୍ତ୍ର ବ୍ୟବସ୍ଥା

    ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର କହିଛନ୍ତି ଯେ ନିର୍ବାଚନ ସମୟରେ ମତଦାନ କେନ୍ଦ୍ରରେ ସାଧାରଣ ସୁବିଧା ଉପଲବ୍ଧ ହେବ। ପ୍ରତ୍ୟେକ ବୁଥରେ ପାନୀୟ ଜଳ ଏବଂ ରେମ୍ପ ସୁବିଧା ରହିବ | ଉଭୟ ପୁରୁଷ ଏବଂ ମହିଳାଙ୍କ ପାଇଁ ଅଲଗା ଶୌଚାଳୟ ରହିବ | ଭୋଟର ତାଲିକାରେ ୮୫ ବର୍ଷରୁ ଅଧିକ ୮୨ ଲକ୍ଷ ଭୋଟର ଅଛନ୍ତି |

  • ଚୋରା କାଠ ବୋଝେଇ ଗାଡି ଜବତ

    ଚୋରା କାଠ ବୋଝେଇ ଗାଡି ଜବତ

    କେନ୍ଦୁଝର ଜିଲ୍ଲା ଚମ୍ପୁଆ ବନ ବିଭାଗ ଆଜି ଚମ୍ପୁଆ ତହସିଲ କାର୍ଯ୍ୟାଳୟ ନିକଟରେ ଏକ ପଟା ବୋଝେଇ ଟାଟା ମେଜିକ୍ ଗାଡ଼ି ଜବତ କରିଛି। ଝାଡ଼ଖଣ୍ଡର ରାମତୀର୍ଥ ଅଞ୍ଚଳରୁ କାଠ ପଟା ନେଇ ଚମ୍ପୁଆ ଅଞ୍ଚଳକୁ ଆସୁଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ଚମ୍ପୁଆ ରେଞ୍ଜର ଅକ୍ଷୟ ଛତ୍ରୀୟାଙ୍କ ନିର୍ଦ୍ଦେଶକ୍ରମେ ବନ ବିଭାଗ ସଦଳବଳେ ଚମ୍ପୁଆ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଚଢାଉ କରିଥିଲେ । ଚଢାଉ ବେଳେ ଜବତ ହୋଇଥିବା ଟାଟା ଏସି ଗାଡ଼ିରୁ ୫୧ ଖଣ୍ଡ କାଠ ପଟା ବୋଝେଇ ହୋଇଥିବା ଦେଖିବାକୁ ମିଳିଥିଲା । ହେଲେ କୌଣସି ପ୍ରକାରେ ସୁଯୋଗ ଦେଖି ଗାଡ଼ି ଡ଼୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଛି । ବନ ବିଭାଗ ଏନେଇ ଏକ ମାମଲା ରୁଜୁ କରିଥିବା ବେଳେ ଗାଡ଼ିରୁ ଜବତ ପଟା ଗୁଡ଼ିକର ଆନୁମାନିକ ମୂଲ୍ୟ ୫୦ ହଜାରରୁ ଅଧିକ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।