Tag: suchanatv24x7

  • ନାଇଟ୍ ପାଟ୍ରୋଲିଂ ବେଳେ ଧରାପଡିଲା ଅପରାଧୀ

    ନାଇଟ୍ ପାଟ୍ରୋଲିଂ ବେଳେ ଧରାପଡିଲା ଅପରାଧୀ

    ଅପରାଧ ଯୋଜନାକୁ ପଣ୍ଡ କରିଦେଲା ପୋଲିସ୍ । ନାଇଟ୍ ପାଟ୍ରୋଲିଂ ବେଳେ ଧରିନେଲା ଅପରାଧୀ ଘଟାଉ ଥିବା ଯୁବକକୁ । ଗଞ୍ଜାମ ଭଞ୍ଜନଗର ଥାନା ପୋଲିସ୍ ଗତ କାଲି ରାତିରେ ଏସ୍.ଆଇ ଯୋଷ୍ଣମୟୀ ସାହୁ ଏବଂ ଥାନାର ଅନ୍ୟ ଷ୍ଟାଫ ମାନେ ନିକଟରେ ଥିବା ଏକ ବରଙ୍ଗ ନାଳ ପାଖରେ ନାକା ଡିଉଟି କରୁଥିବା ବେଳେ ଜଣେ ଯୁବକ ବେଲଗୁଣ୍ଠାରୁ ପଲ୍ସର୍ ଗାଡ଼ିରେ ଆସୁଥିବା ବେଳେ ପୋଲିସ କୁ ଦେଖି ପଳାଉଥିବା ବେଳେ, ସନ୍ଦେହ କରି ପୋଲିସ୍ କାବୁ କରି ନେଇଥିଲା । ଯୁବକଙ୍କ ଠାରୁ ବୁଲେଟ, ଖଣ୍ଡା ଏବଂ ଗୋଟିଏ ମୋବାଇଲ୍ ଫୋନ୍ ଜବତ କରାଯାଇଛି ।ଅପରାଧିକୁ ପୋଲିସ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି । ପୂର୍ବରୁ ଯୁବକଙ୍କ ନାମରେ ଭଞ୍ଜନଗର ଏବଂ ଗାଙ୍ଗପୁର ଥାନାରେ ୭ ଟି କେସ୍ ରହିଥିବା ମଧ୍ୟ ଜଣାପଡିଛି ।

  • ହୋଲିକୁ ଇଦ୍-ଏ -ଗୁଲାବି ବୋଲି କହୁଥିଲେ ମୋଗଲ, କେମିତି ପାଳନ କରୁଥିଲେ ରଙ୍ଗର ଏହି ପର୍ବକୁ ?

    ହୋଲିକୁ ଇଦ୍-ଏ -ଗୁଲାବି ବୋଲି କହୁଥିଲେ ମୋଗଲ, କେମିତି ପାଳନ କରୁଥିଲେ ରଙ୍ଗର ଏହି ପର୍ବକୁ ?

    ମୋଗଲ ଶାସକମାନଙ୍କ ଯୁଗରେ ହୋଲିଙ୍କୁ ଇଦ୍-ଏ -ଗୁଲାବି କୁହାଯାଉଥିଲା। ସେତେବେଳେ , ପ୍ରାସାଦଗୁଡ଼ିକରେ ଫୁଲରୁ ରଙ୍ଗ ତିଆରି ହୋଇ ପୋଖରୀରେ ଭର୍ତି କରାଯାଉଥିଲା , ପିଚକାରିରେ ଗୋଲାପ ଜଳ ଏବଂ କେୱଡା ଅତର ଭରା ଯାଉଥିଲା | ବେଗମ୍, ନବାବ ଏବଂ ପ୍ରଜାମାନେ ଏକାଠି ହୋଲି ଖେଳୁଥିଲେ |

    ଆଜି ହୋଲିର ପର୍ବ | ରଙ୍ଗର ଏହି ପର୍ବ ଶତାବ୍ଦୀ ଧରି ଦେଶରେ ଖେଳାଯାଉଛି | ଏହାର ମୂଳ ପ୍ରହ୍ଲାଦ ଏବଂ ହୋଲିକା ସହିତ ସଂଯୁକ୍ତ, ତେଣୁ ବ୍ରଜରେ ଭଗବାନ କୃଷ୍ଣଙ୍କ ଦ୍ୱାରା ଖେଳାଯାଇଥିବା ହୋଲି ଏହାକୁ ଏକ ନୂତନ ପରିଚୟ ଦେଇଥିଲା | କଣ ମୋଗଲ ସମ୍ରାଟମାନେ ମଧ୍ୟ ହୋଲି ଖେଳୁଥିଲେ କି? ମୋଗଲ କାଳରେ ଐତିହାସିକମାନେ ହୋଲି ବିଷୟରେ ଅନେକ କିଛି ଲେଖିଯାଇଛନ୍ତି |

    ମୋଗଲ ରାଜାଙ୍କ କଥା ଯଦି ଦେଖିବା, ପ୍ରତ୍ୟେକ ଶାସକଙ୍କ ଶାସନ କାଳରେ ହୋଲିର ଚର୍ଚ୍ଚା ପ୍ରାୟ ଦେଖାଯାଏ | ଉନବିଂଶ ଶତାବ୍ଦୀର ମଧ୍ୟଭାଗରେ ଐତିହାସିକ ମୁନ୍ସି ଜକାଉଲ୍ଲା ତାଙ୍କ ପୁସ୍ତକ ତାରିକ୍-ଏ-ହିନ୍ଦୁସ୍ତାନୀରେ ଲେଖିଛନ୍ତି ଯେ କିଏ କହୁଛି ହୋଲି ହେଉଛି ହିନ୍ଦୁମାନଙ୍କର ପର୍ବ! ଜକାଉଲ୍ଲା ମୋଗଲଙ୍କ ସମୟରେ ହୋଲିର ବର୍ଣ୍ଣନା କରି କହିଛନ୍ତି ଯେ କେମିତି ବାବର ହିନ୍ଦୁମାନଙ୍କ ହୋଲି ଖେଳ ଖେଳୁଥିବା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ | ଲୋକମାନେ ପରସ୍ପରକୁ ଉଠାଇ ରଙ୍ଗରେ ପରିପୂର୍ଣ୍ଣ ଥିବା ପୋଖରୀରେ ପରସ୍ପରକୁ ଫୋପାଡୁଥିଲେ | ବାବରଙ୍କୁ ଏହା ଏତେ ପସନ୍ଦ ଆସିଲା ଯେ ସେ ନିଜ ଗାଧୋଇବା କୁଣ୍ଡକୁ ପୁରା ମଦରେ ଭରିଦେଲେ |

    ସେହିଭଳି ଅବୁଲ ଫଜଲ Ain-e Akbarithat ରେ ଲେଖିଛନ୍ତି ଯେ ସମ୍ରାଟ ଆକବରଙ୍କ ହୋଲି ଖେଳ ଏତେ ସଉକ ଥିଲା ଯେ ସେ ବର୍ଷସାରା ଏମିତି ବିଭିନ୍ନ ଜିନିଷ ସଂଗ୍ରହ କରୁଥିଲେ, ଯାହାର ରଙ୍ଗ ଛିଟା ଦୂରକୁ ଯାଇପାରିଥିବ । ହୋଲିର ସମୟରେ ଆକବର ତାଙ୍କ ଦୁର୍ଗରୁ ବାହାରକୁ ଆସି ସମସ୍ତଙ୍କ ସହ ହୋଲି ଖେଳୁଥିଲେ |

    Tuzk-e-Jahangiri ରେ ଜାହାଙ୍ଗୀର ହୋଲି ବିଷୟରେ ଉଲ୍ଲେଖ ଅଛି | ସଙ୍ଗୀତର ପ୍ରେମୀ ଜାହାଙ୍ଗୀର ଏହି ଦିନ ସଂଗୀତ ସମାବେଶର ଆୟୋଜନ କରୁଥିଲେ, ଯେଉଁଥିରେ ସମସ୍ତଙ୍କୁ ନିମନ୍ତ୍ରଣ ରହୁଥିଲା | ଯଦ୍ୟପି, ସେ ବାହାରକୁ ଆସି ପ୍ରଜାମାନଙ୍କ ସହିତ ହୋଲି ଖେଳୁ ନଥିଲେ, ବରଂ ଲାଲ-କିଲ୍ଲାର ଝରକାରୁ ସମସ୍ତ ଆୟୋଜନ ଦେଖୁଥିଲେ | ତାଙ୍କ ସମୟରେ ହୋଲିଙ୍କୁ ଇଦ୍-ଏ-ଗୁଲାବି (ରଙ୍ଗର ପର୍ବ) ଏବଂ ଆବ-ଏ-ପାଶି (ଜଳ କୁଆରାର ପର୍ବ) ନାମ ଦିଆଯାଇଥିଲା।

  • ହିମାଚଳରେ ହୋଲି ଉତ୍ସବରେ ଭୂସ୍ଖଳନ,ଭକ୍ତଙ୍କ ଠେଲାପେଲା , ୨ ଶ୍ରଦ୍ଧାଳୁଙ୍କ ମୃତ୍ୟୁ, ୭ ଆହତ

    ହିମାଚଳରେ ହୋଲି ଉତ୍ସବରେ ଭୂସ୍ଖଳନ,ଭକ୍ତଙ୍କ ଠେଲାପେଲା , ୨ ଶ୍ରଦ୍ଧାଳୁଙ୍କ ମୃତ୍ୟୁ, ୭ ଆହତ

    ହୋଲି ଦିନ ହିମାଚଳ ପ୍ରଦେଶରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଏଠାରେ ହୋଲା ମୋହଲ୍ଲାରେ ଭୂସ୍ଖଳନ ହେତୁ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ସାତ ଜଣ ଆହତ ହୋଇଛନ୍ତି। ଉନ୍ନ। ଜିଲ୍ଲାର ସବ୍-ଡିଭିଜନ ଅମ୍ବ ର ମେଡିରେ ହୋଲିକୁ ନେଇ ହୋଲା ମହୋଲ୍ଲା ଉତ୍ସବ ଚାଲିଛି | ସୋମବାର ସକାଳେ ହୋଲି ଦିନ ଲ୍ୟାଣ୍ଡ ସ୍ଲାଇଡିଂ ହୋଇଥିଲା। ବର୍ତ୍ତମାନ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ତିନି ଜଣ ଆହତଙ୍କୁ ଆଞ୍ଚଳିକ ଡାକ୍ତରଖାନା ଉନ୍ନ।କୁ ପଠାଯାଇଛି। ପୋଲିସ ଉଭୟ ମୃତଦେହକୁ ଜବତ କରି ଅଧିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି।

    ସୂଚନା ଅନୁଯାୟୀ , ହୋଲି ଦିନ, ସୋମବାର ଭୋର ୫ଟା ସମୟରେ ଭକ୍ତମାନେ ଅମ୍ବର ମେଡି ମେଳା ସେକ୍ଟର ନମ୍ବର ୫ ର ଚରଣ ଗଙ୍ଗା ଠାରେ ପବିତ୍ର ଝରଣାରେ ସ୍ନାନ କରୁଥିଲେ | ଏହି ସମୟରେ ହଠାତ୍ ପାହାଡରୁ ପଥର ଖସିବା ଆରମ୍ଭ ହୋଇଥିଲା । ପର୍ବତରୁ ପଥର ଖସି ପଡୁଥିବା ଦେଖି ଭକ୍ତଙ୍କ ମଧ୍ୟରେ ଠେଲାପେଲା ଆରମ୍ଭ ହୋଇଯାଇଥିଲା ଏବଂ ଚରଣ ଗଙ୍ଗାରେ ସ୍ନାନ କରୁଥିବା ୯ଜଣ ଭକ୍ତ ଆହତ ହୋଇଥିଲେ। ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ସିଭିଲ ହସ୍ପିଟାଲ ଅମ୍ବକୁ ଅଣାଯାଇଥିଲା, ସେଥିମଧ୍ୟରୁ ଦୁଇଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ହୋଇଥିଲା। ତିନି ଜଣଙ୍କ ଅବସ୍ଥା ଅତି ଗୁରୁତର ଥିବାରୁ ଉନ୍ନ। ଆଞ୍ଚଳିକ ଡାକ୍ତରଖାନାକୁ ପଠାଯାଇଛି।

    ଅତିରିକ୍ତ ପୋଲିସ ଅଧୀକ୍ଷକ ସଞ୍ଜୀବ ଭାଟିଆ କହିଛନ୍ତି ଯେ ପାହାଡ଼ର ସ୍ଲାଇଟିଙ୍ଗ କାରଣରୁ ଆହତ ହୋଇଥିବା ଭକ୍ତଙ୍କ ମଧ୍ୟରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନେ ଚିକିତ୍ସିତ ହେଉଛନ୍ତି।

  • ହାର୍ଦ୍ଦିକ ରୋହିତ ଶର୍ମାଙ୍କୁ ନିଜ ଇସାରାରେ ପୁରା ଗ୍ରାଉଣ୍ଡରେ ଦୌଡ଼ାଇଲେ !

    ହାର୍ଦ୍ଦିକ ରୋହିତ ଶର୍ମାଙ୍କୁ ନିଜ ଇସାରାରେ ପୁରା ଗ୍ରାଉଣ୍ଡରେ ଦୌଡ଼ାଇଲେ !

    ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଗୁଜୁରାଟ ଟାଇଟାନ୍ସ ବିପକ୍ଷରେ ଆଇପିଏଲ୍ ୨୦୨୪ ର ପ୍ରଥମ ମ୍ୟାଚ୍ ହାରିଯାଇଛି । ମ୍ୟାଚ୍‌ରେ ଏପରି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା, ଯାହାକୁ ଆପଣ ଦେଖି କହିବେ ଯେ ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇର ଅଧିନାୟକ ହେବା ମାତ୍ରେ ରୋହିତ ଶର୍ମାଙ୍କ ସହ ଗଣ୍ଡଗୋଳ ଆରମ୍ଭ କରିଦେଇଛନ୍ତି । ମ୍ୟାଚ୍ ସମୟରେ କିଛି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ହାର୍ଦ୍ଦିକ ଫିଲ୍ଡିଂ ପାଇଁ ମୁମ୍ବାଇର ପୂର୍ବତନ ଅଧିନାୟକ ରୋହିତ ଶର୍ମାଙ୍କୁ ଫିଲଡିଂ ପାଇଁ ପୁରା ପଡିଆରେ ଦୌଡଉଥିବାର ଦୃଶ୍ୟ ଦେଖାଯାଇଛି ।

    ଭିଡିଓରେ ଏହା ଦେଖିବାକୁ ମିଳେ ଯେ ପ୍ରଥମ ରୋହିତ ଶର୍ମା ଦୋୖଡିକି ଦ୍ୱିତୀୟ ଫିଲ୍ଡିଂ ସ୍ଥାନକୁ ଯିବାର ଦେଖିବାକୁ ମିଳେ । ରୋହିତ ତାଙ୍କସ୍ଥାନରେ ପହଞ୍ଚିଯାନ୍ତି , କିନ୍ତୁ ହାର୍ଦ୍ଦିକ ତାଙ୍କୁ ପୁଣି ଫିଲ୍ଡିଂ ସ୍ଥାନ ବଦଳାଇବାକୁ କହନ୍ତି ଏବଂ ମୁମ୍ବାଇର ପୂର୍ବତନ ଅଧିନାୟକ ତା’ପରେ ଅନ୍ୟ ଏକ ସ୍ଥାନକୁ ଯାଆନ୍ତି। ପ୍ରଥମେ ରୋହିତ ଶର୍ମା ଚାଲିକି ଯାନ୍ତି ଏବଂ ପରେ ହାର୍ଦ୍ଦିକଙ୍କଠାରୁ ସଙ୍କେତ ପାଇବା ପରେ ରୋହିତ ଫିଲ୍ଡିଂ ସ୍ଥାନକୁ ଦୌଡ଼ନ୍ତି |

    ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଗୁଜୁରାଟ ଟାଇଟାନ୍ସ, ଶୁଭମାନ ଗିଲଙ୍କ ଅଧିନାୟକତ୍ୱରେ ୬ ରନ୍ ରେ ଜିତିଯାଇଥିଲେ। ପ୍ରତିଯୋଗିତା ଅତି ସଂଘର୍ଷ ହୋଇଥିଲା | ଟସ୍ ହାରିବା ପରେ ଗୁଜୁରାଟ ପ୍ରଥମେ ବ୍ୟାଟିଂ କରିବାକୁ ଆସି ୨୦ ଓଭରରେ ବୋର୍ଡରେ ୧୬୮/୬ ରନ୍ ସ୍କୋର କରିଥିଲା।

  • ୧ ରନ ମଧ୍ୟରେ ୩ ଟି ଉଇକେଟ, ମୁସ୍ତାଫିଜୁର ରହମାନଙ୍କ ମୌକା ଉପରେ ଚୌକା

    ୧ ରନ ମଧ୍ୟରେ ୩ ଟି ଉଇକେଟ, ମୁସ୍ତାଫିଜୁର ରହମାନଙ୍କ ମୌକା ଉପରେ ଚୌକା

    ଆଇପିଏଲ୍ .୨୦୨୪ ର ଉଦଘାଟନୀ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) କୁ ୬ ଟି ୱିକେଟ୍ ରେ ହରାଇ ପ୍ରଥମ ମ୍ୟାଚ ଜିତିଯାଇଛି I ଏହି ମ୍ୟାଚରେ ସିଏସକେର ମୁସ୍ତାଫିଜୁର ରହମାନ ସେହି ସ୍ଥାନରେ ‘ଚାରି’ (୪ ୱିକେଟ୍, ୨୯ ରନ୍) ମାରିବା ସହ ବିଜୟର ସ୍ୱାଦ ଚଖାଇଥିଲେ । ‘ମୌକା ଉପରେ ଚୌକା ‘ ମଧ୍ୟ ଏଥିପାଇଁ କାରଣ ଯଦି ‘ବେବି ମାଲିଙ୍ଗା’ ମାଥିଶା ପାଥିରାନା ଆହତ କାରଣରୁ ବାହାରକୁ ଯାଇ ନଥାନ୍ତେ, ତେବେ ସେ ଏ ସୁଯୋଗ ମଧ୍ୟ ପାଇ ନଥାନ୍ତେ | ଏକ ପ୍ରକାର, ସେ ଚୌକାବର୍ଷା କରି ଚେନ୍ନାଇର ପ୍ରଥମ ବିଜୟର ପଟକଥା ଲେଖିଥିଲେ । ପରେ ରାଚିନ୍ ରବିନ୍ଦ୍ର ଏବଂ ଶିବମ୍ ଦୁବେ ବ୍ୟାଟିଂରେ ପ୍ରତିଭା ପ୍ରଦର୍ଶନ କରିଥିଲେ।

  • ତନଭି ପବ୍ଲିକ ଇଂଲିଶ ମିଡିଅମ୍ ସ୍କୁଲର ବାର୍ଷିକ ଉତ୍ସବ

    ତନଭି ପବ୍ଲିକ ଇଂଲିଶ ମିଡିଅମ୍ ସ୍କୁଲର ବାର୍ଷିକ ଉତ୍ସବ

    ଗଞ୍ଜାମ ଜିଲ୍ଲା ହିଞ୍ଜିଳି କାଟୁ ବ୍ଲକ ଅନ୍ତର୍ଗତ ଶାସନ ଆମ୍ବଗାଁ ସ୍ଥିତ ତନଭି ପବ୍ଲିକ ଇଂଲିଶ ମିଡିଅମ୍ ସ୍କୁଲ ଠାରେ ୧୦ତମ ବାର୍ଷିକ ଉତ୍ସବ ପାଳନ ହୋଇଯାରିଛି। ବିଗତ କରୋନା କଟକଣା ପରେ ଚଳିତ ବର୍ଷ ଏହି ୧୦ତମ ବାର୍ଷିକ ଉତ୍ସବରେ ଚେୟାରମେନ ଶ୍ରୀ କାମରାଜୁ ସାବତ ଙ୍କ ପରାମର୍ଶ କ୍ରମେ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଅଧ୍ୟକ୍ଷ ଶ୍ରୀ ନୀଳମାଧବ ସାବତ ଙ୍କ ଅଧ୍ୟକ୍ଷତା ରେ ମୁଖ୍ୟ ଅତିଥି ଭାବେ ରିଟାର୍ଡ ବି. ଇ. ଓ. ହରେ କୃଷ୍ଣ ପଣ୍ଡା , ମୁଖ୍ୟ ବକ୍ତା ଭାବେ ଅରୁଣ କୁମାର ପଟେଲ ଏବଂ ସମ୍ମାନୀୟ ଅତିଥି ଭାବେ ଶ୍ରୀ କାହ୍ନୁ ଚରଣ ଗନ୍ତାୟତ ,ଶ୍ରୀ ବିଜୟ କୁମାର ଶତପଥୀ ,ଶ୍ରୀ ସୁନୀଲ କୁମାର ଗନ୍ତାୟତ ,ଶ୍ରୀ ଅଖିଳ କୁମାର ସାବତ,ଶ୍ରୀ ସୁରେଶ କୁମାର ଦାସ ଯୋଗ ଦେଇ ଜଗନ୍ନାଥ ଙ୍କ ପାଖ ରେ ଦ୍ଵୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା।

    ଅନେକ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରି କୃତିତ୍ୱ ହାସଲ କରିଥିବା କୁନି କୁନି ଶିଶୁ ମାନଙ୍କୁ ସମ୍ମାନ ପତ୍ର ସହ ଟ୍ରଫି ଦେଇ ମନୋବଳ କୁ ଦୃଢ଼ କରି ଆହୁରି ଆଗକୁ ବଢିବା ପାଇଁ ଉତ୍ସାହିତ କରାଯାଇଥିଲା।ଛାତ୍ର,ଛାତ୍ରୀ ମାନଙ୍କ ନାଚ,ଗୀତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆସର ରେ ଦୁଲୁକିଥିଲା ମଞ୍ଚ।ପ୍ରଧାନ ଶିକ୍ଷକ ଶ୍ରୀ ପ୍ରସଂଞ୍ଜିତ ଶତପଥୀ ସ୍କୁଲ ର ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଶ୍ରୀ କେ. କିରଣ କୁମାର ମଞ୍ଚ କୁ ପରିଚାଳନା କରିଥିଲେ।

    ଅନ୍ୟ ଶିକ୍ଷକ,ଶିକ୍ଷୟତ୍ରୀ ଭାବେ ମନୋଜ କୁମାର ପଟ୍ଟନାୟକ, ପ୍ରିୟଙ୍କା ଜେନା ଗାୟତ୍ରୀ ଚୌଧୁରୀ, ଅଙ୍କିତା ଗୌଡ଼, ଅଭିନ୍ନସି ସାହୁ, ରୋଜା ରାଉତ , ସରିତା ପରିଡ଼ା , ରିଶିମା ରାଉତ , ସ୍ମିତା ଚୌଧୁରୀଙ୍କ ସହଯୋଗ ରେ ଅନୁଷ୍ଠିତ ହୋଇଥିଲା ବାର୍ଷିକ ଉତ୍ସବ ଶେଷରେ ସ୍କୁଲ ତରଫରୁ ବିରାଟ ଭୋଜିର ଆୟୋଜନ କରାଯାଇଥିବାରୁ ସମସ୍ତ ପିଲାମାନେ ଏବଂ ବାର୍ଷିକ ଉତ୍ସବରେ ଯୋଗ ଦେଇଥିବା ସମସ୍ତ ଅଭିଭାବକ ଶିକ୍ଷକ ଶିକ୍ଷୟତ୍ରୀ ଭୋଜି ଖାଇ ଆନନ୍ଦରେ ନିଜ ନିଜ ଘରକୁ ଫେରିଥିଲେ!

  • ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ଶିଳ୍ପାୟନ ପରିଦର୍ଶନ

    ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ଶିଳ୍ପାୟନ ପରିଦର୍ଶନ

    ହିଞ୍ଜିଳିକାଟୁ ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟ ର ଛାତ୍ର ଛାତ୍ରୀଙ୍କ ସୁଚନା ଓ ପ୍ରଯୁକ୍ତି ବିଦ୍ୟାର ବିକାଶ ପାଇଁ ହିଞ୍ଜିଳିକାଟୁ ସ୍ଥିତ ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟ ନବମ ଶ୍ରେଣୀ (ଏଲ -୧) ଧନ୍ଦାମୂଳକ ଶିକ୍ଷା ଆଇ.ଟି/ଆଇ.ଟି. ଇ. ଏସ ପକ୍ଷରୁ ହିଞ୍ଜିଳିକାଟୁ ମୁଖ୍ୟ ପୋଷ୍ଟ କାର୍ଯ୍ୟାଳୟ ପରିଦର୍ଶନ କରାଯାଇଛି l ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଶାନ୍ତିଲତା ମୁନି ଓ. ସେ. ପା ଏବଂ ଲେବରନେଟ୍ ସରଭିସେଶ୍ ପ୍ରାଇଭେଟ୍ ଲି. ଙ୍କ ସହଯୋଗରେ ଶିଳ୍ପାୟନ ପରିଦର୍ଶନ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ହୋଇଛି l

    ଏହି ପରିଦର୍ଶନ କାର୍ଯ୍ୟକ୍ରମ ଛାତ୍ର ଛାତ୍ରୀ ଙ୍କ ବାସ୍ତବିକ ଜ୍ଞାନ ବିକାଶରେ ସହାୟକ ହୋଇଛି l ପୁସ୍ତକ ରେ ପଢୁଥିବା ପାଠ ସହିତ ଏହାର ବାସ୍ତବ ଚିତ୍ର ଛାତ୍ର ଛାତ୍ରୀ ଙ୍କୁ ଖୁବ୍ ଉତ୍ସାହିତ କରିବା ସହ ସେମାନଙ୍କ ସୁଚନା ଓ ପ୍ରଯୁକ୍ତି ଜ୍ଞାନର ବିକାଶ କରିଛି l ବିଦ୍ୟାଳୟ ର ଆଇ. ଟି/ଆଇ. ଟି. ଇ. ଏସ ଧନ୍ଦାମୂଳକ ପ୍ରଶିକ୍ଷକ ଶ୍ରୀ ଜ୍ଞାନ ରଞ୍ଜନ ମହାପାତ୍ର ଛାତ୍ର ଛାତ୍ରୀ ଙ୍କୁ ହିଞ୍ଜିଳିକାଟୁ ସ୍ଥିତ ମୁଖ୍ୟ ପୋଷ୍ଟ କାର୍ଯ୍ୟାଳୟ ପରିଭ୍ରମଣ ପାଇଁ ନେଇଥିଲେ l

    ସେଠାରେ କାର୍ଯ୍ୟାଳୟ ର ମୁଖ୍ୟ ପୋଷ୍ଟ ମାଷ୍ଟର ଶ୍ରୀ ସଦାନନ୍ଦ ଶୂଆର ଏବଂ ଅନ୍ୟ କର୍ମଚାରୀ ଛାତ୍ର ଛାତ୍ରୀ ଙ୍କୁ ସୁଚନା ଓ ପ୍ରଯୁକ୍ତି କମ୍ପ୍ୟୁଟର ଓ ଅନ୍ୟାନ୍ୟ ଇଲୋକ୍ଟ୍ରୋନିକ୍ସ୍ ଯନ୍ତ୍ର ସାହାର୍ଯ୍ୟ ରେ ଗ୍ରାହକ ମାନଙ୍କୁ କିପରି ବିଭିନ୍ନ ସେବା ଯୋଗାଇ ଦିଆଯାଏ ତାହା ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ l ଏହି ପରିଭ୍ରମଣ ରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ପ୍ରଭାତୀ ପଟ୍ଟନାୟକ ଓ ପୁଷ୍ପାଞ୍ଜଳି ସେଠୀ ସହଯୋଗ କରିଥିଲେ l

  • ବାବା ତାରକ ଚନ୍ଦ୍ର ପୀଠରେ ମହିମା ଅଲେଖ ମେଳା

    ବାବା ତାରକ ଚନ୍ଦ୍ର ପୀଠରେ ମହିମା ଅଲେଖ ମେଳା

    ଡେରାବିଶ ବ୍ଲକ ଖାନ ନଗର ସ୍ଥିତ ବାବା ତାରକ ଚନ୍ଦ୍ର ପୀଠ ରେ ସିଧ ମନୋହର ବାବା ଙ୍କ ଜୟନ୍ତି ଅବସରରେ ମହିମା ଅଲେଖ ନାମ ସଂକୀର୍ତନ ଆରମ୍ଭ ହୋଇଛି. ଫଗୁଣ ମାସ ଦୋଳ ଦଶମୀ ଠାରୁ ପୀଠ ରେ ମହିମା ଧର୍ମଅବଲମ୍ବୀ ମାନେ ଏକତ୍ରିତ ହୋଇ ଅଖଣ୍ଡ ଧୂନି ଜଳାଇ ମହିମା ଧର୍ମ ର ଧର୍ମ ଗୁରୁ ମାନଙ୍କୁ ସ୍ମରଣ କରି ନାମ ସଂକୀର୍ତନ ମେଳା ଆୟୋଜନ କରିଥିଲେ. କିମ୍ବଦନ୍ତୀ ଅନୁଯାୟୀ ସିଧ ମନୋହର ବାବା ଲୁଣା କରାଣ୍ଡିଆ ଦ୍ବିପାଞ୍ଚଳ ସଲାର ଗ୍ରାମ ର କରଣ ସାହି ରୁ ଗୋପୀନାଥ ଓ ଲକ୍ଷ୍ମୀ ଦେବି ଙ୍କ ତୃତୀraୟ ସନ୍ତାନ ତାରକଚନ୍ଦ୍ରଙ୍କୁ ବାଲ୍ୟ ଅବସ୍ଥା ରୁ ନିଜ ଶିଷ୍ୟ କରି ଆଣିଥିଲେ. ପାପାନ୍ଧ ସମାଜ ରେ ଧର୍ମ ପ୍ରଚାରକ ରୂପେ ଗୁରୁ ମନୋହର ଓ ଶିଷ୍ୟ ତାରକଚନ୍ଦ୍ର ଅଲେଖ ମହିମା ପ୍ରଚାର କରି ସତପଥ ଅନୁଗାମୀ ହେବାକୁ ବାର୍ତା ଦେଉଥିଲେ. କାଳ କ୍ରମେ ୧୯୧୪ ମସିହା ଠାରୁ ସିଧ ମନୋହର ବାବା ଓ ଶିଷ୍ୟ ତାରକଚନ୍ଦ୍ର ଲୁଣା ନଦୀ ତଟ ର ଜଅଂରା ବାରିମୂଳ ର ଖାନ ନଗର ଗ୍ରାମ ରେ ଆଶ୍ରମ ପ୍ରତିଷ୍ଠା କରି ଫଗୁ ଦଶମୀ ରେ ମହିମା ଧର୍ମ ଓ ଧାର୍ମିକ ପୀଠ ସ୍ଥାପନ କରି ସଂସାର ର ମଙ୍ଗଳ ପାଇଁ ନାମ ସଂକୀର୍ତନ ଓ ଧର୍ମ ପ୍ରଚାର କରି ଆସୁଥିଲେ. ଗୁରୁ ଓ ଶିଷ୍ୟ ଙ୍କ ଇହ ଲୀଳା ପରିତ୍ୟାଗ ପରେ ଅଲେଖ ଧର୍ମଅବଲମ୍ବି ମାନେ ଫଗୁ ଦଶମୀ ସମୟରେ ଏହି ଆଶ୍ରମ ରେ ଅଖଣ୍ଡ ଧୂନି ପ୍ରଜ୍ବଳନ କରି ଅଲେଖ ମହିମା ନାମ ସଂକୀର୍ତନ ଆୟୋଜନ କରି ଆସୁଛନ୍ତି. ଦୀର୍ଘ ବର୍ଷ ହେବ ଏହି ପରମ୍ପରା ଜାରି ରହିଛି.ବିଶ୍ୱ ବାସି ଙ୍କ ମଙ୍ଗଳ ପାଇଁ ଅଖଣ୍ଡ ଧ୍ୱନି ପ୍ରଜ୍ବଳନ କରିଥାନ୍ତି. ହଜାର ହଜାର ଶ୍ରଧାଳୁ ଙ୍କ ଭିଡ଼ ମଧ୍ୟ ଆଶ୍ରମ ରେ ହୋଇଥାଏ. ସମସ୍ତେ ପ୍ରସାଦ ସେବନ କରିଥାନ୍ତି

  • ବାଇକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ

    ବାଇକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ

    ଯାଜପୁର ଥାନା ଅନ୍ତର୍ଗତ ଗୋଖନା ଛକ ନିକଟରେ ବାଇକ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ନରସିଂହପୁର ପଂଚାୟତ ହରିପୁର ଅଂଚଳର ମାନସ ବେହେରା । ସୂଚନା ମୁତାବକ ମାନସ ଯାଜପୁର ରୁ ଘରକୁ ଫେରୁଥିବା ସମୟରେ ଗୋଖନା ଛକ ନିକଟରେ ଏକ ଆଇଚର ଗାଡି ତାଙ୍କୁ ଧକ୍କା ଦେଇଥିଲା । ଫଳରେ ବାଇକ ଆରୋହୀ ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା। ଏଠାରେ ହୋଇଥିବା ହମ୍ପ୍ସ ଯୋଗୁ ଦୁର୍ଘଟଣା ଘଟିଥିବା ଅଭିଯୋଗ ହୋଇଛି। ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଉତେଜନା ଦେଖାଦେଇଥିଲା । ଘଟଣା ସ୍ଥଳରେ ଯାଜପୁର ପୋଲିସ ପହଂଚି ତଦନ୍ତ ଆରମ୍ଭ କରିବା ସହିତ ଶବ ବ୍ୟବଚ୍ଛେଦ ପାଇଁ ଜିଲା ମୁଖ୍ୟ ଡାକ୍ତର ଖାନା କୁ ପଠାଇଛି।

  • ବଲାଙ୍ଗୀର ଜିଲ୍ଲା ପେଷାଦାର ସାମ୍ବାଦିକ ସଂଘର ନୂତନ କର୍ମକର୍ତ୍ତା ମନୋନୀତ

    ବଲାଙ୍ଗୀର ଜିଲ୍ଲା ପେଷାଦାର ସାମ୍ବାଦିକ ସଂଘର ନୂତନ କର୍ମକର୍ତ୍ତା ମନୋନୀତ

    ବଲାଙ୍ଗୀର ଜିଲ୍ଲା ଚୁଡାପାଲି ଠାରେ ଆଜି ବଲାଙ୍ଗୀର ଜିଲ୍ଲା ପେଷାଦାର ସାମ୍ବାଦିକ ସଂଘ ର ସାଧାରଣ ପରିଷଦ ବୈଠକ ସଂଘର ନବନିର୍ବାଚିତ ସଭାପତି ଅଶ୍ବିନୀ କୁମାର ନାଏକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ବାଗଦେବୀ ସରସ୍ୱତୀ ଙ୍କ ଫଟୋଚିତ୍ର ରେ ପୂଜାର୍ଚ୍ଚନା କରାଯିବା ପରେ ସଭାକାର୍ଯ୍ୟ ଆରମ୍ଭରେ ସଭାପତି ଆସନ୍ତା ତିନି ବର୍ଷ ପାଇଁ ନୂତନ କର୍ମକର୍ତ୍ତା ଙ୍କ ନାମ ଘୋଷଣା କରିଥିଲେ କାର୍ଯ୍ୟକାରୀ ସଭାପତି ଭାବେ ସନ୍ଦୀପ କୁମାର କୁଅଁର, ଉପ ସଭାପତି ଭାବେ ଅଶୋକ ନାରାୟଣ ଭୋଇ, ସୁଧାକର ଦାସ, ସୁଶାନ୍ତ ବାରିକ, ସାଧାରଣ ସମ୍ପାଦକ ଭାବେ ଶ୍ୟାମ ସୁନ୍ଦର ମେହେର, ସଂଗଠନ ସମ୍ପାଦକ ଭାବେ ହୁଲେଶ୍ୱର ହଂସ,ସହ ସମ୍ପାଦକ ଭାବେ ବିରଞ୍ଚି ନାଏକ, ଦେବରାଜ ନାହାକ, ଗୁରୁଦୟାଲ ହଂସ, ସୁଦାମ ଚରଣ ବଘାର,କୋଷାଧ୍ୟକ୍ଷ ଭାବେ ବିମଳେନ୍ଦୁ ସାହୁ,ଉପଦେଷ୍ଟା କମିଟି ରେ ଆନନ୍ଦ ଚନ୍ଦ୍ର ସାହୁ, ବାଳକୃଷ୍ଣ ମିଶ୍ର, ସୁଶୀଲ କୁମାର ମିଶ୍ର,କାର୍ଯ୍ୟକାରୀ କମିଟି ସଦସ୍ଯ ଭାବେ ଅନ୍ତିମ ପାଣିଗ୍ରାହୀ, ଅଜିତ କୁମାର ପୁରୋହିତ, ଅନ୍ତର୍ଯ୍ୟାମୀ ସାହୁ, ଅଶୋକ କୁମାର ସାହୁ,, ବିରାଜନନ୍ଦ ପାଢ଼ୀ,ବ୍ୟାସଦେବ ଥନାପତି,ଦୀପକ ଖମାରୀ, ଜୀବନାନନ୍ଦ ମହାନ୍ତି, ଶାନ୍ତିଶୃଙ୍ଖଳା କମିଟି ରେ ଚିନ୍ତାମଣି ରାଉତ, ଶ୍ୟାମପ୍ରସାଦ ଗୁରୁ, ସୁବାଷ ଚନ୍ଦ୍ର ମିଶ୍ର ଙ୍କ ନାମ ଘୋଷଣା କରାଯାଇଥିଲା ।

    ଅନ୍ୟ ମାନଙ୍କ ମଧ୍ଯରେ ସାମ୍ବାଦିକ ବିଜୟାନନ୍ଦ ଦାସ, ବିମଲ ଦାସ, କୈଳାସ ସଗରିଆ,ଲଳିତ ମଲ୍ଲିକ,ତ୍ରିନାଥ ସାହୁ, ରାଧେଶ୍ୟାମ ମେହେର,ଅଜିତ ମିଶ୍ର, ମହେଶ କର ପ୍ରମୁଖ ଏହି ସାଧାରଣ ପରିଷଦ ବୈଠକରେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ସଂଘ ତରଫରୁ ସାଂଗଠନିକ ବୈଠକ ଜିଲ୍ଲାର ବିଭିନ୍ନ ଅଂଚଳରେ ଆୟୋଜନ କରାଯିବାକୁ ତଥା ସଂଘର ସଦସ୍ଯ ମାନଙ୍କ ସାମୁହିକ ସ୍ବାର୍ଥକୁ ନେଇ ପ୍ରଶାସନ ସ୍ତରରେ ଚାପ ସୃଷ୍ଟି ପାଇଁ ପଦକ୍ଷେପ ନେବାକୁ ଆଲୋଚନାରେ ମତପ୍ରକାଶ ପାଇଥିଲା ।