Tag: #khordhanews

  • ଖୋର୍ଦ୍ଧାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୮ ତମ ତିରୋଧାନ ଦିବସ ପାଳିତ

    ଖୋର୍ଦ୍ଧାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୮ ତମ ତିରୋଧାନ ଦିବସ ପାଳିତ

    ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୨୮ ତମ ଶ୍ରାଦ୍ଧ ଦିବସ ଉପଲକ୍ଷେ ଖୋର୍ଦ୍ଧା ବିଜୁ ଜନତା ଦଳ ପଲଟନ ପଡିଆ ସ୍ଥିତ କାର୍ଯ୍ୟାଳୟରେ ଠାରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ବିଜେଡି ସମନ୍ୱୟ କମିଟି ଅଧ୍ୟକ୍ଷ ତଥା ବିଜୁ ଜନତା ଦଳର ବରିଷ୍ଠ ଉପ ସଭାପତି ଦେବୀ ପ୍ରସାଦ ମିଶ୍ର , ବେଗୁନିଆଁ ବୋଲଗଡର ବିଧାୟକ ପ୍ରଦୀପ କୁମାର ସାହୁ,ପୁର୍ବତନ ଖୋର୍ଦ୍ଧା ବିଧାୟକ ରାଜେନ୍ଦ୍ର କୁମାର ସାହୁ, ଟାଙ୍ଗୀ ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ରିଶ୍ନା ମାନ୍ଧାତା , ଖୋର୍ଦ୍ଧା ପୌର ପରିଷଦର ୧୫ ରୁ ଉର୍ଦ୍ଧ କାଉନସିଲର ଉପସ୍ଥିତ ଥିଲେ। ଏହି ଆଲୋଚନା ଚକ୍ରରେ ଆଧୁନିକ ଓଡ଼ିଶା ନିର୍ମାଣରେ ବିଜୁ ବାବୁଙ୍କ ଅବଦାନ ଓ ତାଙ୍କରି ଆଦର୍ଶରେ ଓଡ଼ିଶାର ସମୃଦ୍ଧି ଓ ଆଗାମୀ ଆହ୍ବାନ ସମ୍ପର୍କରେ ଅତିଥିମାନେ ମତବ୍ୟକ୍ତ କରିଥିଲେ ।

  • ଖୋର୍ଦ୍ଧାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୮ ତମ ତିରୋଧାନ ଦିବସ ପାଳିତ

    ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୨୮ ତମ ଶ୍ରାଦ୍ଧ ଦିବସ ଉପଲକ୍ଷେ ଖୋର୍ଦ୍ଧା ବିଜୁ ଜନତା ଦଳ ପଲଟନ ପଡିଆ ସ୍ଥିତ କାର୍ଯ୍ୟାଳୟରେ ଠାରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ବିଜେଡି ସମନ୍ୱୟ କମିଟି ଅଧ୍ୟକ୍ଷ ତଥା ବିଜୁ ଜନତା ଦଳର ବରିଷ୍ଠ ଉପ ସଭାପତି ଦେବୀ ପ୍ରସାଦ ମିଶ୍ର , ବେଗୁନିଆଁ ବୋଲଗଡର ବିଧାୟକ ପ୍ରଦୀପ କୁମାର ସାହୁ,ପୁର୍ବତନ ଖୋର୍ଦ୍ଧା ବିଧାୟକ ରାଜେନ୍ଦ୍ର କୁମାର ସାହୁ, ଟାଙ୍ଗୀ ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ରିଶ୍ନା ମାନ୍ଧାତା , ଖୋର୍ଦ୍ଧା ପୌର ପରିଷଦର ୧୫ ରୁ ଉର୍ଦ୍ଧ କାଉନସିଲର ଉପସ୍ଥିତ ଥିଲେ। ଏହି ଆଲୋଚନା ଚକ୍ରରେ ଆଧୁନିକ ଓଡ଼ିଶା ନିର୍ମାଣରେ ବିଜୁ ବାବୁଙ୍କ ଅବଦାନ ଓ ତାଙ୍କରି ଆଦର୍ଶରେ ଓଡ଼ିଶାର ସମୃଦ୍ଧି ଓ ଆଗାମୀ ଆହ୍ବାନ ସମ୍ପର୍କରେ ଅତିଥିମାନେ ମତବ୍ୟକ୍ତ କରିଥିଲେ ।

  • ବିନା ଅକ୍ସିଜେନରେ ଆମ୍ବୁଲାନ୍ସ, ଶୋଷଣ କରୁଛି ଘରୋଇ ଆମ୍ବୁଲାନ୍ସ

    ବିନା ଅକ୍ସିଜେନରେ ଆମ୍ବୁଲାନ୍ସ, ଶୋଷଣ କରୁଛି ଘରୋଇ ଆମ୍ବୁଲାନ୍ସ

    ବିନା କାଗଜ ପତ୍ରରେ ଚାଲୁଥିଲା ଜରୁରୀ କାଳୀନ ଘରୋଇ ଆମ୍ବୁଲାନ୍ସ । ନା ଥିଲା ଗାଡିର ବୀମା, ଫିଟନେସ ନା ଗାଡ଼ିରେ ରହିଥିଲା ରୋଗୀ ପାଇଁ ଜରୁରି ଅକ୍ସିଜେନ ସିଲିଣ୍ଡର । ନାହିଁ ନାହିରେ ଚାଲୁଥିଲା ଘରୋଇ ଆମ୍ବୁଲାନ୍ସ । ରୋଗୀଙ୍କୁ କରୁଥିଲେ ଶୋଷଣ । ଏ ନେଇ ଖୋର୍ଦ୍ଧା ପରିବହନ ବିଭାଗ ଖବର ପାଇବା ପରେ ଟାଙ୍ଗୀ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ନିକଟରେ କରିଥିଲା ଚଢାଉ । ଏହି ଚଢାଉ ଖୋର୍ଦ୍ଧା ପରିଵହନ ବିଭାଗର ସହକାରୀ ନିରୀକ୍ଷକ ତୃପ୍ତିରେଖା ଜେନାଙ୍କ ନେତୃତ୍ୱ ରେ କରାଯାଇଥିଲା । ଆରଟିଓ କର୍ମଚାରୀଙ୍କୁ ଦେଖି ଆମ୍ବୁଲାନ୍ସ ଛାଡି ଚାଳକ ମାନେ ଲୁଚି ଫେରାର ହୋଇଯାଇଥିଲେ । ଯାହାଫଳରେ ଗାଡି ଗୁଡିକ ଛିଡା ହୋଇଥିବାରୁ ପରିଵହନ ବିଭାଗ ଚାଲାଣ କାଟିପାରି ନାହିଁ ।

    ଗାଡି ଗୁଡିକ ଯାଞ୍ଚ କରିବା ସମୟରେ ମଧ୍ୟ କୌଣସି ଗାଡିର ଫିଟନେସ, ବୀମା, ଅକ୍ସିଜେନ ନଥିବା ଜାଣିବାକୁ ପାଇଥିଲା ପରିଵହନ ବିଭାଗ । ତେଣୁ ୧୫ ଦିନ ମଧ୍ୟରେ କାଗଜ ପତ୍ର ଠିକ କରିବାକୁ ନିର୍ଦେଶ ଦେଇଛି ପରିଵହନ ବିଭାଗ । ନଚେତ ସ୍ଥାନୀୟ ପୋଲିସ ସହାୟତାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ପରିଵହନ ବିଭାଗ ପ୍ରକାଶ କରିଛି ।

  • ପୋକ ସାଲୁ-ବାଲୁ ଛତୁଆ ଖାଇବ କିଏ,ଛୋଟ ପିଲା ନାଁ ଗର୍ଭବତୀ ମହିଳା ?

    ପୋକ ସାଲୁ-ବାଲୁ ଛତୁଆ ଖାଇବ କିଏ,ଛୋଟ ପିଲା ନାଁ ଗର୍ଭବତୀ ମହିଳା ?

    ପୁଣି ଖୋର୍ଦ୍ଧା ଜିଲ୍ଲା ରେ ପୋକ ସାଲୁବାଲୁ ଛତୁଆ ଓ ଚଣା ଖଜା ବଣ୍ଟନ । ଚିଲିକା ବ୍ଲକ ଅନ୍ତର୍ଗତ କୁମାଣ୍ଡୋଳ ସ୍ଥିତ ଦତ୍ତପୁର ଅଙ୍ଗନବାଡି ପକ୍ଷରୁ କୋମଳମତି ଶିଶୁ ,ପ୍ରସୂତୀ ଓ କୋଶରୀଙ୍କୁ ବଣ୍ଟନ ହୋଇଥିବା ଛତୁଆ ଓ ଚଣା ଖଜାରେ ପୋକ ବାହାରୁ ଥିବା ନେଇ ଅଭିଯୋଗ ହୋଇଛି । ତେବେ ପ୍ରସୂତୀଙ୍କୁ ଖାଦ୍ୟ ନାଁରେ ଅଖାଦ୍ୟ ଦିଆଯାଉଛି ଏହାକୁ ଥରେ ଆଖି ପୁରାଇ ଦେଖିନିଅନ୍ତୁ । ଦର୍ଶକ ବନ୍ଧୁ ଅ।ପଣ ଦେଖୂଥିବା ପୋକ ସାଲୁ ବାଲୁ ଅଖାଦ୍ୟ କୁ ଖାଇବ କିଏ ,ଛୋଟ ପିଲା ନାଁ ଗର୍ଭବତୀ ମହିଳା । ଏହି ପୋକ ଶାଲୁବାଲୁ ଖାଦ୍ୟ କୁ ନେଇ ଏବେ ହଟଚମଟ ସୃଷ୍ଟି ହୋଇଥିବା ବେଳେ ନିଜ ଦୋଷ ଦୃର୍ବଳତା ପଦାରେ ନ ପଡିବାପାଇଁ ଲୁଚକାଳି ଖେଳ ଖେଲୂଛନ୍ତୋ ଅଧୀକରୀ । ତେବେ ଦାୟୀ କିଏ ଯୋଗାଣ ସଂସ୍ଥା ନା ଅଙ୍ଗନବାଡି ୱାର୍କର ।

    ଏଘଟଣାର ତଦନ୍ତ କରୁନାହାନ୍ତି ସମନ୍ବିତ ଶିଶୁ ବିକାଶ ଅଧୀକାରୀ । ତେବେ ଏନେଇ ଅଙ୍ଗନବାଡିର ୱାର୍କର ଙ୍କୁ ଫୋନ ଯୋଗେ ପଚାରିବାରେ ସେକହିଥିଲେ ଆମକୁ ଯାହା ମିଳୁଛି ଆମେ ବାଣ୍ଟି ଦେଉଛୁ । ଆମେ କଣ ପ୍ୟାକେଟ ଖୋଲି ଦେଖୁଛୁ କି ? ଯେଉଁ ଠାରୁ ପ୍ୟାକେଟ ସବୁ ଆସୁଛି ସେଠାରେ କଣ ହୋଇଥିବ ଆମେ ଜାଣିନୁ । ତେବେ କିଛି ସମୟପରେ ଉକ୍ତ ନମ୍ବରକୁ ଏକ ଅଜଣା ନମ୍ବରରୁ କଲ ଆସିଥିଲା ଏବଂ କୁହାଗଲା ଏହି ବାବଦରେ ଅଙ୍ଗନବାଡି ୱାର୍କରକୁ ଫୋନ କରୁଛ କହିଁକି । ଏଘଟଣାରୁ ତୁମେ ଦୂରେଇ ଯାଅ ନଚେତ ମୁଁ ତୁମ ନାମରେ ବାଲୁଗାଁ ଥାନାରେ କେସ କରିବୁ କହି ଧମକକାଇ ଥିଲେ । ତେବେ କିଏ ଦେଉଛି ଠିକା ସଂସ୍ଥାକୁ ସୁ୍ରକ୍ଷା । କାହିଁକି ସମନ୍ବିତ ଶିଶୁ ବିକାଶ ଅଧୀକାରୀ ଚୁପ ତାକୁ ନେଇ ସବୁଠି ଚର୍ଚ୍ଚା ।

  • ଟାଙ୍ଗେଣି ମୁଣ୍ଡିଆଖଣି ହତ୍ୟା ଘଟଣା: ପୋଲିସ ହାତରେ ନୂଆ ସୁରାକ୍

    ଟାଙ୍ଗେଣି ମୁଣ୍ଡିଆଖଣି ହତ୍ୟା ଘଟଣା: ପୋଲିସ ହାତରେ ନୂଆ ସୁରାକ୍

    ଖୋର୍ଦ୍ଧା ଜିଲ୍ଲା କାଇପଦର ଟାଙ୍ଗେଣି ମୁଣ୍ଡିଆ ଖଣିରୁ ମୃତଦେହ ଜବତ୍ ଘଟଣାର ରହସ୍ୟ ଉନ୍ମୋଚନ କରିଛି ପୋଲିସ । ଗତ ଅକ୍ଟୋବର ୬ ତାରିଖରେ ଖୋର୍ଦ୍ଧା ସଦର ଥାନା କାଇପଦର ଟାଙ୍ଗେଣି ମୁଣ୍ଡିଆ ପାଣିରୁ ଏକ ମୃତଦେହ ପୋଲିସ ଉଦ୍ଧାର କରିଥିଲା । ଏନେଇ ପ୍ରଥମେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା । ପରବର୍ତ୍ତି ଅନୁସନ୍ଧାନରେ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ପୋଲିସ ଜାଣିବାକୁ ପାଇଲା । ଏହାପରେ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିବା ସହ ପରିଶେଷରେ ସଫଳତା ହାସଲ କରିଥିଲା ପୋଲିସ । ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଗତକାଲି ଖୋର୍ଦ୍ଧା ଆରକ୍ଷୀ ଅଧୀକ୍ଷକ ସାଗରିକା ନାଥ ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ କରିଛନ୍ତି ।

    ଗତ ୬ ତାରିଖରେ ଏକ ଅଜଣା ମୃତଦେହ ପାଣିରେ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ମୃତଦେହକୁ ଜବତ୍ କରିଥିବା ବେଳେ ମୃତକଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଦେଖିବାକୁ ପାଇଥିଲେ । କେହି ଦୁର୍ବୁତ୍ତ ମୃତକଙ୍କ ଦୁଇ ହାତକୁ ବାନ୍ଧି ପାଣିରେ ଫୋପାଡି ଦେଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଥିଲା । ଘଟଣାର ଦୁଇ ଦିନ ପରେ ମୃତକଙ୍କ ପରିଚୟ ନିଶିକାନ୍ତ ବେହେରା ଓରଫ୍ ରାଜା ବୋଲି ଜଣାପଡିଲା । ପରବର୍ତ୍ତି ସମୟରେ ରାଜାଙ୍କ ବାପା ନିଳମଣୀ ବେହେରାଙ୍କ ଅଭିଯୋଗ କ୍ରମେ ପୋଲିସ ଏକ ହତ୍ୟା ମାମଲା ରୁଜ୍ଜୁ କରିଥିଲା । ତଦନ୍ତରେ ରାଜା ପ୍ରାୟ ଦଶ ମାସ ହେଵ ରାଜା ବାଘମାରି ଥାନା ପତନିବର ଗ୍ରାମରେ ରହୁଥିବା ବେଳେ ତାଙ୍କ ପରିବାର ଟାଙ୍ଗୀ ଥାନା ବଳରାମପୁର ସାହିରେ ରହୁଥିବା ପୋଲିସ ଜାଣିବାକୁ ପାଇଥିଲା ।

    ତେଣୁ, ପୋଲିସ ହତ୍ୟାକାଣ୍ଡ ପଛରେ ପତନିବର ଗ୍ରାମର କେତେକ ଦୁର୍ବୁତଙ୍କୁ ସନ୍ଦେହ କରିଥିଲା । ଶେଷରେ ସଦର ପୋଲିସ ହତ୍ୟାକାଣ୍ଡର ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ବାଘମାରି ଥାନା ପତନିବର ଗ୍ରାମର ୨୩ ବର୍ଷିୟ ବିଶ୍ଵନାଥ ପ୍ରଧାନ ଓ ଶୁଭାଶିଷ ବଳିୟାର ସିଂହକୁ ପୋଲିସ ଗିରଫ କରିଛି । ହତ୍ୟାକାଣ୍ଡରେ ସହାୟତା କରିଥିବା ପତନିବର ଗ୍ରାମର ସୁକାନ୍ତ ପ୍ରଧାନ, ଅମୀୟ ରଂଜନ ବଳିୟାର ସିଂହ ଓ ଆଶୁତୋଷ ବଳିୟାର ସିଂହଙ୍କୁ ଗିରଫ କରାଯାଇଥିବା ବେଳେ ଜଣେ ନାବାଳକକୁ ଜୁଭେନାଲ ଜଷ୍ଟିସ କୋର୍ଟରେ ହାଜର କରାଯାଇଥିବା ଜଣାପଡିଛି । ସେହିପରି ହତ୍ୟାକାଣ୍ଡରେ ବ୍ୟବହୃତ ଦୁଇଟି ବାଇକ୍, ପଥର, କପଡା, ମୋବାଇଲ ଓ ମୃତକଙ୍କ ୪ ଚକିଆ ଗାଡ଼ିକୁ ଜବତ୍ କରାଯାଇଛି । ତେବେ ରାଜାଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା ଜଣାପଡିଛି ।

  • ଖୋର୍ଦ୍ଧାଜିଲ୍ଲା ବିଜେପି ପକ୍ଷରୁ ବିରାଟ ” ଜନ ସମ୍ପର୍କ ପଦଯାତ୍ରା”

    ଖୋର୍ଦ୍ଧାଜିଲ୍ଲା ବିଜେପି ପକ୍ଷରୁ ବିରାଟ ” ଜନ ସମ୍ପର୍କ ପଦଯାତ୍ରା”

    ଖୋର୍ଦ୍ଧା ବିଧାନସଭା କ୍ଷେତ୍ରରେ ଟିକେଟ କାହାକୁ ମିଳିବ ଚାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ,ଚେବେ ବିଜେପି କାର୍ଯ୍ୟକାରିଣୀର ସଦସ୍ୟ ଚଥା ଆଶାୟୀ ପ୍ରାର୍ଥୀ କାଳୁ ଚରଣ ଖଣ୍ଡାୟତ ରାୟ ଙ୍କୁ ଦଳ ଏଥର ଭରସା କରିବ ନା ବିଜେଡି ରୁ ସଦ୍ୟ ଆମଦାନୀ ନେତା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ଟିକେଟ ଦେବ ତାହାକୁ ନେଇ ଦଳରେ କଦଳ ଓ ଦ୍ଵଦ ଯାରି ରହିଛି।ମାତ୍ର ସେପଟେ ବିଜେପି ନେତା ଶ୍ରୀ ଖଣ୍ଡାୟତ ରାୟ ଟିକେଟ ଘୋଷଣା ପୂର୍ବରୁ ନିଜର ଜୟ ଜୟେ କାର ସହିତ ବିଜେପି ଜିନ୍ଦାବାଦ ଆରମ୍ଭ କରିଛନ୍ତି।

    ହଜାର ହଜାର ସଂଖ୍ୟାରେ ବିଜେପି କର୍ମୀଙ୍କୁ ନେଇ ଖୋର୍ଦ୍ଧା ସହରରେ ନିଜର ଉପସ୍ଥିତି ଜାହିର କରିବା ସହିତ ନିଜର ବୃହତ୍ ଶକ୍ତି ପ୍ରଦର୍ଶନ କରିଛନ୍ତି। ଏନେଇ ଆଶାୟୀ ପ୍ରାର୍ଥୀ ଶ୍ରୀ ଖଣ୍ଡାୟତ ରାୟ ଙ୍କ ନେତୃତ୍ବରେ ସ୍ଥାନୀୟ ମୁକୁଦପ୍ରସାଦ ଠାରୁ ଏକ ବିଶାଳ ଜନସମ୍ପର୍କ ପଦଯାତ୍ରା ରେ ହଜାର ହଜାର ସଂଖ୍ୟାରେ ମହିଳା ଓ ପୁରୁଷ କର୍ମୀ ସାମିଲ ହୋଇଥିଲେ ନୂଆ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଯାଇଥିଲେ।ଏହି ପଦଯାତ୍ରା ରେ ବିଜେପି ଜିଲ୍ଲା ସଭାପତି ରଶ୍ମିରଞ୍ଜନ ମହାପାତ୍ର , ରାଜ୍ୟ ସେଲ୍ ସଂଯୋଜକ ଶ୍ରୀରଞ୍ଜନ ମଙ୍ଗରାଜ, ସଭାନେତ୍ରୀ ଶୁଚିଶ୍ମିତା ବଡ଼ଜେନା, ଲକ୍ଷ୍ମୀ ଧର ମିଶ୍ର, ସିନେ ତାରକା ଅଖିଳ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ।ଚେବେ ଷ୍ଟେଟ୍ ବ୍ୟାଙ୍କ ଛକରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ପଦଯାତ୍ରା କୁ ଅଖଦେଖା କରି ଗାଡି ବୁଲାଇ ଚାଲି ଯାଇଥିବା କୁହାଯାଉଛି।

    ସୂଚନା ଯୋଗ୍ୟ ଯେ, ନିକଟରେ ବିଜେପି ରେ ଯୋଗ ଦେଇଥିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ଙ୍କୁ ଖୋର୍ଦ୍ଧା ଦାୟିତ୍ଵ ଦେବା ନେଇ ଏକ କାର୍ଯ୍ୟକ୍ରମ ରେ ସାଂସଦ ଅପରାଜିତା ଘୋଷଣା କରିଥିଲେ।ଯାହାକୁ ନେଇ ବିଜେପି ସମର୍ଥକ ମାନେ ଅପରାଜିତା କୁ ସମାଲୋଚନା କରିଥିଲେ। ଏବଂ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପହଞ୍ଚି ଏହାକୁ ବିରୋଧ ପ୍ରଦର୍ଶନ କରିବା ସହିତ କାଳୁ ଖଣ୍ଡାୟତ ରାୟ ଙ୍କୁ ଟିକେଟ ଦେବା ପାଇଁ ଦାବି କରିଥିଲେ। ମାତ୍ର ଗତ ଦୁଇଦିନ ପୂର୍ବେ ଟାଙ୍ଗି ବ୍ଳକ ବିଜେପି କାର୍ଯ୍ୟାଳୟର ଉଦଘାଟନ କାର୍ଯ୍ୟକ୍ରମ ରେ ଅପରାଜିତା ଯୋଗଦେଇ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ର ବିଧାୟକ ପ୍ରାର୍ଥୀ ଭାବେ ଜଗଦେବ ଙ୍କ ନାମ ଖୁବ ଶିଘ୍ର ଘୋଷଣା ହୋଇଯିବ ବୋଲି କହିଥିଲେ।ଯାହାକୁ ନେଇ ପୁର୍ଣ୍ଣ ବାର କର୍ମ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କୋୖଣସି ଆମ ଦାନୀ ନେତା ଙ୍କୁ ପ୍ରାର୍ଥୀ କରାଗଲେ ଚହାକୁ ବିରୋଧ କରାଯିବ ବୋଲି ମତ ପୋଷଣ ପାଇଥିଲା।

    ଅନ୍ୟପଟେ ଅପରାଜିତା କୈାଣସି କାର୍ଯ୍ୟକ୍ରମ ରେ ଦେଖା ମିଳୁ ନଥିବା ଚର୍ଚା ଜୋର ଧରିଥିଲା। ବିଜେପି ସଭାପତି ରଶ୍ମିରଞ୍ଜନ ମହାପାତ୍ର ଯୋଗ ବୋଲି କହିଥିଲେ ଦେଇ ଖୋର୍ଦ୍ଧା ବାସୀ ପରିବର୍ତନ ଚାହୁଁଛନ୍ତି ଏଣୁ ପ୍ରଧାନ ମନ୍ତ୍ରୀଙ୍କ ବିକାଶ ମୂଳକ ଯୋଜନାକୁ ଲୋକ ଚାହୁଁ ଛନ୍ତି ଏଣୁ ପରିବର୍ତନ ର ସୂର ଶୁଭା ଯାଉଛି ବୋଲି କହିଥିଲେ।

  • ଖୋର୍ଦ୍ଧାରେ ଅପରାଜିତାଙ୍କ ବିରୋଧରେ ବଢୁଛି ଅସନ୍ତୋଷ

    ଖୋର୍ଦ୍ଧାରେ ଅପରାଜିତାଙ୍କ ବିରୋଧରେ ବଢୁଛି ଅସନ୍ତୋଷ

    ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ନେଇ ଖୋର୍ଦ୍ଧା ବିଜେପିରେ କମ୍ପନ। ଅପରାଜିତା ହଟାଓ ଅଭିଯାନ ଆରମ୍ଭ କଲେଣି ବିଜେପି କର୍ମୀ। ଅପରାଜିତାଙ୍କ ଗୋଟିଏ ବିବାଦୀୟ ବୟାନ ପାଇଁ ଦଳକୁ ବହୁମୂଲ୍ୟ ଦେବାକୁ ହେବ ବୋଲି ଖୋର୍ଦ୍ଧାର ସାମ୍ପ୍ରତିକ ସ୍ଥିତିକୁ ଦେଖି ସ୍ପଷ୍ଟ ବାରିହୋଇଯାଉଛି। ସ୍ଥିତି ଏମିତି ହୋଇଛି କି ଜିଲ୍ଲାର ଶହ ଶହ ବିଜେପି କର୍ମୀ ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ହଙ୍ଗାମା କରିଛନ୍ତି। ଯାହାକୁ ଦେଖି ଲାଗୁଛି, ଅପରାଜିତା ଅତି ଉତ୍ସାହିତ ହୋଇ ପ୍ରଶାନ୍ତ ଜଗଦେବ ବା ଗଣେଷ ଜଗଦେବଙ୍କୁ ଖୋର୍ଦ୍ଧାର ଉଚିତ ପ୍ରାର୍ଥୀ କହିବା ତାଙ୍କୁ ତଥା ତାଙ୍କ ଦଳ ପାଇଁ ଘାତକ ହେବାକୁ ଯାଉଛି। ଏଠାରେ ପୂର୍ବରୁ ଦଳ ତରଫରୁ ପ୍ରାର୍ଥୀ ହୋଇଥିବା କାଳୁଚରଣ ଖଣ୍ଡାୟତରାୟଙ୍କ ସମର୍ଥକ ଅପରାଜିତାଙ୍କ ବାଟରେ କଣ୍ଟା ହୋଇଠିଆ ହୋଇଛନ୍ତି, ଯାହା ଆଗାମୀ ସଂସଦୀୟ ନିର୍ବାଚନରେ ଅପରାଜିତାଙ୍କୁ ବିରୋଧର ସାମ୍ନା କରିବାକୁ ପଡିପାରେ ବୋଲି କୁହାଯାଉଛି।

    ତେବେ ଏହି ବିବାଦ କିଛି ଦିନ ତଳେ ଖୋର୍ଦ୍ଧାରେ ଅନୁଷ୍ଠିତ ଏକ ମେଳଣ କାର୍ଯ୍ୟକ୍ରମରୁ ଆରମ୍ଭ ହୋଇଥିଲା। କାର୍ଯ୍ୟକ୍ରମରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଯୋଗଦେଇ ଦଳରେ ନୂତନ ଭାବେ ଯୋଗ ଦେଇଥିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ଖୋର୍ଦ୍ଧା ବିଧାନସଭା ଆସନ ପାଇଁ ଉଚିତ ବ୍ୟକ୍ତି ବୋଲି କହିଥିଲେ। ଯାହାକୁ ନେଇ ତାତିଛନ୍ତି କୋଳୁ ଖଣ୍ଡାୟତ ରାୟଙ୍କ ସମର୍ଥକ। କାଳୁ ଖଣ୍ଡାୟତ ରାୟ ବିଗତ ନିର୍ବାଚନରେ ଖୋର୍ଦ୍ଧାରୁ ବିଜେପି ଟିକେଟରେ ପ୍ରାର୍ଥୀ ହୋଇ ବିଜେଡିଠାରୁ ପରାସ୍ତ ହୋଇଥିଲେ।ଏହା ସତ୍ତ୍ବେ ସେ ଖୋର୍ଦ୍ଧା ବିଜେପି ସଂଗଠନକୁ ଯୋଡି ରଖିବାରେ କାର୍ଯ୍ୟ କରିବା ସହ ୨୦୨୪ ନିର୍ବାଚନରେ ଟିକେଟ ପାଇବାକୁ ନେଇ ଆଶାବାଦୀ। ହେଲେ ଅପରାଜିତାଙ୍କ ବୟାନ ତାଙ୍କ ସବୁ ସ୍ବପ୍ନକୁ ଧୋଇଦେବା ପରେ ସେ କ୍ଷୁବ୍ଧ। ନିଜ ସଂଗଠନକୁ ନେଇ ରାଜ୍ୟ ବିଜେପି ଅଫିସରେ ସାଂସଦଙ୍କ ବିରୋଧରେ ପ୍ରଦର୍ଶନ କରିଥିଲେ ନିଜ ଶକ୍ତି।

    ଅପରାଜିତାଙ୍କ ବିରୋଧରେ ଏହି ମେଳିକୁ ଦେଖିବା ପରେ ଲାଗୁଛି ଅପରାଜିତାଙ୍କ ପାଇଁ ବିଜୟ ହୋଇଯିବ ସ୍ବପ୍ନ। କାରଣ କାଳୁଚରଣ ଓ ତାଙ୍କ ସର୍ଥକ ଖୋଲାଖୋଲି ଅପରାଜିତାଙ୍କୁ ବିତାଡିତ କରିବାକୁ କହିସାରିଛନ୍ତି। ସେପଟେ ବିଜେଡିରୁ ଆସିଥିବା ଚିଲିକା ବିଧାୟକ ପ୍ରଶାନ୍ତଙ୍କୁ ତାଙ୍କ ପୂର୍ବ କାରନାମା ପାଇଁ ବିଜେପିର ଅନେକ ଗ୍ରହଣ କରିପାରୁନାହାନ୍ତି । ଏବେ ସାଂସଦଙ୍କ ଜଗଦେବ ପ୍ରୀତି ବିଜେଡିକୁ ଫାଇଦା ଦେବା ସହ ତାଙ୍କ ପରାଜୟର କାରଣ ଯେ ନ ହେବ ଏହି ଆଶଙ୍କାକୁ ଏଡାଇ ଦିଆଯାଇ ନ ପାରେ।

  • ମୋବାଇଲ ରେ ଲୁଚି ରହିଛି କି ଯୁକ୍ତ୨ ନାବାଳିକା ଛାତ୍ରୀ ସୋନାଲି ପାତ୍ରଙ୍କ ମୃତ୍ୟୁ ରହସ୍ୟ !

    ମୋବାଇଲ ରେ ଲୁଚି ରହିଛି କି ଯୁକ୍ତ୨ ନାବାଳିକା ଛାତ୍ରୀ ସୋନାଲି ପାତ୍ରଙ୍କ ମୃତ୍ୟୁ ରହସ୍ୟ !

    ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଂଚଳର ଗୋପବନ୍ଧୁ ନଗର ସନ୍ତୋଷ ପାତ୍ରଙ୍କ ଯୁକ୍ତ ଦୁଇ ପଢୁଆ ଝିଅ ସୋନାଲି ପାତ୍ର (୧୭ )ଙ୍କ ମୃତଦେହ ଗତ ମଙ୍ଗଳ ବାର ସଂଧ୍ୟାରେ ନିଜ ଘର ଭିତରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା l

    ସୋନାଲିଙ୍କ ମୃତ୍ୟୁ ବେଳେ ପରିବାର ଲୋକେ ବାହାରେ ଥିବା ବେଳେ ପଡୋଶୀ ଙ୍କ ଠାରୁ ଖବର ପାଇ ପରିବାର ଲୋକେ ଏଵଂ ବାଲୁଗାଁ ପୋଲିସ ଉପସ୍ଥିତି ରେ ସୋନାଲି ଙ୍କ ମୃତ ଦେହ ଉଦ୍ଧାର କରା ଯାଇଥିଲା।ସୋନାଲି ଙ୍କ ମୃତ୍ୟୁ ପ୍ରଥମେ ଆତ୍ମ ହତ୍ୟା ବୋଲି ସନ୍ଦେହ କରାଯାଉଥିବା ବେଳେ ପରବର୍ତ୍ତୀ ସମୟରେ ସୋନାଲି ଙ୍କ ମୋବାଇଲ ଉଦ୍ଧାର ହେବା ପରେ ସେଥିରୁ ସୋନାଲି ଙ୍କ ସାଙ୍ଗ ମାନଙ୍କ ସହ ଚାଟିଂ ଏବଂ ଧମକ ପୂର୍ଣ୍ଣ ଭଏସ ରେକର୍ଡ ଥିବା ମୋବାଇଲ ଟି ପୋଲିସ ର ହସ୍ତଗତ ହୋଇଛି l

    ଯାହା ଫଳରେ ତଦନ୍ତ ର ଦିଗ ଟି ଅନ୍ୟ ମୋଡ ନେଇ ଘଟଣା ର ପ୍ରକୃତ ସତ୍ୟାସତ୍ୟ ଜାଣିବା ପାଇଁ ବାଲୁଗାଁ ପୋଲିସ ଚେଷ୍ଟା ଜାରି ରଖିଛି ।ଗତକାଲି ତିନି ଜଣିଆ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଁଚି ଛାନଭିନ୍ କରିଥିଲେ । ଅନ୍ୟ ପଟେ ପାଠ ପଢ଼ୁଆ ଝିଅ କୁ ହରେଇ ସୋନିଲି ଙ୍କ ପରିବାର ଲୋକେ ଏବେ ଦୁଃଖ ରେ ଭାଙ୍ଗି ପଡ଼ିବା ସହ ନ୍ୟାୟ ଅପେକ୍ଷା ରେ ଆଖିରୁ ଲୁହ ଗଡ଼ାଉଛନ୍ତି। ଯାହାକି ଛାନଭିନ୍ ସମୟରେ ସୋନାଲି ଙ୍କ ମୋବାଇଲ ରୁ ତଥ୍ୟ ପାଇବା ପରେ ପୋଲିସ ଘଟଣା ରେ ସଂପୃକ୍ତ ଥିବା ବ୍ୟକ୍ତି ଙ୍କ ବିରୁଦ୍ଧରେ କି ପ୍ରକାର ପଦକ୍ଷେପ ନେଉଛି ତାହା ଦେଖିବକୁ ବାକି ରହିଲା l

  • ବାଇକ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହେଇଥିବା ବେଳେ ଜଣେ ଗୁରୁତର

    ବାଇକ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହେଇଥିବା ବେଳେ ଜଣେ ଗୁରୁତର

    ଖୋର୍ଦ୍ଧା ଜଙ୍କିଆ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ମୋଟା ଛକ ନିକଟରେ ଏକ ମୋଟରସାଇକେଲ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି । ମୃତକ ଜଣକ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ଥାନା ପଣଷପୁର ଗ୍ରାମର ସମୀର କୁମାର ବେହେରା ଓ ଗୁରୁତର ଆହତ ଜଣଙ୍କ ହେଉଛନ୍ତି ଢେଙ୍କାନାଳ କାମାକ୍ଷାନଗର ଅଞ୍ଚଳର ଅଭିମନ୍ୟୁ ବେହେରା ।

    ମିଳିଥିବା ସୂଚନାରୁ ଜଣାପଡିଛି ଯେ, ଗୋଟିଏ ବାଇକରେ ୨ ଜଣ ଯୁବକ ଟାଙ୍ଗି ପଟୁ ଖୋର୍ଦ୍ଧା ଅଭିମୁଖେ ଏକ ବାଇକ ଯୋଗେ ଯାଉଥିବା ବେଳେ ୧୬ ନମ୍ବର ଜାତୀୟ ରାଜପଥର ମୋଟା ଛକ ନିକଟରେ ଏକ ଅଜଣା ଗାଡି ବାଇକକୁ ପଛରୁ ଧକ୍କା ଦେଇଥିଲା । ଫଳରେ ମୋଟରସାଇକେଲରେ ଥିବା ଦୁଇ ଜଣ ଯୁବକ ଛିଟିକି ପଡିଥିଲେ । ହେଲେ ଘଟଣା ସ୍ଥଳରେ ସମୀର କୁମାର ବେହେରାଙ୍କର ମୃତ୍ୟୁ ଘଟିଥିଲା । ସ୍ଥାନୀୟ ଲୋକମାନେ ଘଟଣା ସ୍ଥଳରୁ ଅଭିମନ୍ୟୁଙ୍କୁ ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର କରି ମେଡିକାଲକୁ ପଠାଇଥିଲେ । ଖବର ପାଇ ଜଙ୍କିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବାଇକ୍ ଓ ମୃତଦେହ ଉଦ୍ଧାର କରି ଘଟଣାର ତଦନ୍ତ ଜାରି ରଖିଥିବା ଜଣାପଡିଛି ।