‘କେରଳ ଷ୍ଟୋରୀ’: ଆଜି ସୁପ୍ରିମକୋର୍ଟରେ ମାମଲାର ଶୁଣାଣି

supremecourt

କେରଳରେ ହିନ୍ଦୁ ଓ ଖ୍ରୀଷ୍ଟିଆନ ଝିଅଙ୍କ ଧର୍ମାନ୍ତୀକରଣ ଏବଂ ଆଇଏସ୍ଆଇଏସ୍ ଭଳି ଆତଙ୍କବାଦୀ ସଂଗଠନରେ ଯୋଗଦେବା ନିର୍ମିତ ‘ଦି କେରଳ ଷ୍ଟୋରୀ’କୁ ନିଷିଦ୍ଧ କରିବାର ଆବେଦନର ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବ। ମଇ ୫ ରେ କେରଳ ହାଇକୋର୍ଟ ଏହାଉପରେ ବ୍ୟାନ ଲଗାଇବା ପାଇଁ  ବାରଣ କରିଦେଇଥିଲେ। ଏହା ପରେ ଆବେଦନକାରୀମାନେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

କେରଳ ହାଇକୋର୍ଟ ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଇବାକୁ ମନା କରି କହିଥିଲେ ଯେ  ପ୍ରକୃତ ଘଟଣାକୁ ନେଇ ଏହାର କାହାଣୀ । ଜଷ୍ଟିସ୍ ଏନ ନାଗ୍ରେଶ ଏବଂ ଜଷ୍ଟିସ୍ ସୋଫି ଥୋମାସ୍ ଏହା ଉପରେ ମନ୍ତବ୍ୟ ଦେଇ କହିଛନ୍ତି ଯେ ସେନସର ବୋର୍ଡ ଫିଲ୍ମ ଦେଖିବା ପରେ ହିଁ ଏହାକୁ ରିଲିଜ କରାଯାଇଥଲା । ଫିଲ୍ମରେ କୌଣସି ସମ୍ପ୍ରଦାୟ ବିରୋଧରେ କୌଣସି ଆପତ୍ତିଜନକ ମନ୍ତବ୍ୟ ନାହିଁ। ଏହି ସମୟରେ କୋର୍ଟ ଆବେଦନକାରୀଙ୍କୁ ପଚାରିଥିଲେ, ସେମାନେ ଫିଲ୍ମ ଦେଖିଛନ୍ତି କି?

Media1

ଏଥି ସହିତ  ଏହି ମାମଲା ପାଇଁ ସୁପ୍ରିମକୋର୍ଟକୁ ଚ୍ୟାଲେଞ୍ଜ କରାଯାଇଥିଲା, ଏହା ପରେ ଆବେଦନକାରୀଙ୍କ ମଧ୍ୟରୁ କପିଲ ସିବଲ  କୋର୍ଟରେ ହାଜର ହୋଇଥିଲେ। ଖୁବ ଶୀଘ୍ର ଏହି ମାମଲାର ଶୁଣାଣି କରିବାକୁ ସେ ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୁଡ ଏବଂ ଜଷ୍ଟିସ ପିଏସ ନରସିଂହଙ୍କ ବେଞ୍ଚରେ ଆବେଦନ କରିଛନ୍ତି। ବେଞ୍ଚ ଆଜି ଏହି ମାମଲାର ଶୁଣାଣି ପାଇଁ ତାରିଖ  ସ୍ଥିର କରିଥିଲେ ।

ଅନ୍ୟପଟେ, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ “ଦି କେରଳ ଷ୍ଟୋରି” ଉପରେ ପ୍ରତିବନ୍ଧକ ଲଗାଇଥିଲେ।  ସେପଟେ ମଧ୍ୟପ୍ରଦେଶରେ ଫିଲ୍ମକୁ ଟିକସମୁକ୍ତ କରାଯାଇଥିଲା, ଯାହା ବର୍ତ୍ତମାନ ପ୍ରତ୍ୟାହାର କରାଯାଇଛି। ସେପଟେ ଉତ୍ତରପ୍ରଦେଶର ଯୋଗୀ ସରକାର ଫିଲ୍ମକୁ ଟ୍ୟାକ୍ସ ଫ୍ରି କରିଦେଇଛନ୍ତି। ଏହା ବ୍ୟତୀତ ତାମିଲନାଡୁରେ ଫିଲ୍ମର ସ୍କ୍ରିନିଂ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏହି ନିଷେଦ୍ଧାଦେଶ ସମ୍ପର୍କରେ ଫିଲ୍ମର ନିର୍ଦ୍ଦେଶକ ସୁଦୀପ୍ତ ସେନ୍ କହିଛନ୍ତି ଯେ ମମତା ବାନାର୍ଜୀ ଫିଲ୍ମ ନ ଦେଖି ନିଷିଦ୍ଧ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏହି ପ୍ରତିବନ୍ଧକ କେବଳ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ  | ସେ କହିଛନ୍ତି, ମୁଁ ମମତାଙ୍କୁ ନିବେଦନ କରୁଛି ପ୍ରଥମେ ଏହି ଚଳଚ୍ଚିତ୍ର ଦେଖନ୍ତୁ   ଏବଂ ତା’ପରେ  ନିଷ୍ପତ୍ତି ନିଅନ୍ତୁ ।

Leave a Reply

Your email address will not be published. Required fields are marked *