କୁସ୍ତି ମହାସଂଘ ସଭାପତି ବିରୋଧରେ ନାରା, କଠୋର ଶାସ୍ତି ଦେବାକୁ ଦାବି

ମହିଳା କୁସ୍ତି ଯୋଦ୍ଧାଙ୍କୁ ଯୌନ ଶୋଷଣ ଅଭିଯୋଗ ପରେ ଜୋରଦାର ପ୍ରତିବାଦ ହୋଇଛି । ରାଜଧାନୀ ଦିଲ୍ଲୀରେ ଚାଲିଥିବା କୁସ୍ତି ଯୋଦ୍ଧାଙ୍କ ଆନ୍ଦୋଳନକୁ ଦୃଢ଼ ସମର୍ଥନ ଜଣାଇଛି ଅଲ୍ ଇଣ୍ଡିଆ ମହିଳା ସାଂସ୍କୃତିକ ସଙ୍ଗଠନ । କେନ୍ଦୁଝର ଜିଲ୍ଲା ସାଙ୍ଗଠନିକ କମିଟି ପକ୍ଷରୁ ଗାନ୍ଧି ଛକରେ ସମ୍ପାଦିକା ସଂଯୁକ୍ତା ସାମଲ ଓ ସଭାପତି କୁମୁନ୍ଦିନୀ ମାହାନ୍ତଙ୍କ ନେତୃତ୍ବରେ ଏକ ପ୍ରତିବାଦ ସଭା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ଭାରତୀୟ କୁସ୍ତି ଫେଡେରେସନ WFIର ସଭାପତି ତଥା ବିଜେପି ସାଂସଦ ବ୍ରିଜଭୂଷଣ ଶରଣ ସିଂ ମହିଳା କୁସ୍ତିଯୋଦ୍ଧାମାନଙ୍କୁ ଯୌନ ଶୋଷଣ କରୁଥିବା ଅଭିଯୋଗ ହୋଇଛି । ତାଙ୍କ ବିରୋଧରେ ଗତ ଜାନୁଆରୀରେ ଆନ୍ଦୋଳନ ହୋଇଥିଲା । ପ୍ରଶାସନ କୌଣସି ପଦକ୍ଷେପ ନ ନେବାରୁ ଗତ ୨୧ ତାରିଖରୁ ପୁନର୍ବାର ମହିଳା କୁସ୍ତିଯୋଦ୍ଧାମାନେ ଜନ୍ତରମନ୍ତର ଠାରେ ଧାରଣା ଦେଇଛନ୍ତି । ସେମାନଙ୍କ ସମର୍ଥନରେ ବାହାରିଛନ୍ତି ବହୁ କୁସ୍ତିଯୋଦ୍ଧା,କ୍ରୀଡ଼ାବିତ୍,ବିଭିନ୍ନ ସଙ୍ଗଠନ,ବୁଦ୍ଧିଜୀବୀ ଏବଂ ମହିଳା ସଙ୍ଗଠନ । ଅଲ୍ ଇଣ୍ଡିଆ ମହିଳା ସାଂସ୍କୃତିକ ସଙ୍ଗଠନ,ଦିଲ୍ଲୀ ୟୁନିଟ୍ ମଧ୍ୟ ସେମାନଙ୍କ ସାଥ୍ ଦେଇଛି ।

ଆଜି ଦେଶର କୌଣସି ସ୍ଥାନରେ ବି ମହିଳା ସୁରକ୍ଷିତ ନୁହଁନ୍ତି । ଶିଶୁ ଠାରୁ ବୃଦ୍ଧା ଯାଏ ଯୌନ ଶୋଷଣର ଶିକାର ହେଉଛନ୍ତି । ଅଲିମ୍ପିକ୍ସ ପଦ ବିଜେତା ତଥା ଦେଶପାଇଁ ଗୌରବ ଆଣୁଥିବା କୁସ୍ତିଯୋଦ୍ଧାଙ୍କ ପ୍ରତି
ଏଭଳି ବ୍ୟବହାର ନେଇ ପ୍ରଶ୍ନ ଉଠିଛି । କୁସ୍ତି ଫେଡେରେସନ ସଭାପତିଙ୍କ ବହିଷ୍କାର ସହ ତୁରନ୍ତ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି ।

Leave a Reply

Your email address will not be published. Required fields are marked *