
ବରଗଡ ଜିଲ୍ଲା ଅମ୍ବାଭୋନା ବ୍ଲକର ବାଂଜିପାଲୀ ମହାନଦୀ ହାଇସ୍କୁଲର ୨୫ ତମ ବର୍ଷ ପୂର୍ତ୍ତି ଉପଲକ୍ଷେ ରଜତ ଜୟନ୍ତୀ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହେଉଛି। ମହାନଦୀ ତଟରେ ବାଂଜିପାଲୀ ଗ୍ରାମପଞ୍ଚାୟତରେ ଥିବା ଏହି ସ୍କୁଲ ସ୍ଥାନୀୟ ଅଞ୍ଚଳରେ ଉତ୍ତମ ଶିକ୍ଷା ତଥା ମେଧାବୀ ଛାତ୍ର ଗଢିବାରେ କୃତିତ୍ବ ଅର୍ଜନ କରିଛି। ଆୟୋଜିତ ଏହି ରଜତ ଜୟନ୍ତୀ ସମାରୋହରେ ମୁଖ୍ଯ ଅତିଥି ଭାବେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଭାଇସ-ଚାନ୍ସଲର୍ ବିଧୁଭୁଷଣ ମିଶ୍ର, ସ୍ବତନ୍ତ୍ର ଅତିଥି ଭାବେ ପୂର୍ବତନ ମନ୍ତୀ ତଥା ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ଯ ଯୋଗଦାନ କରିଥିଲେ। ମୁଖ୍ଯ ବକ୍ତା ଭାବରେ ମହାତ୍ମାଗାନ୍ଧୀ ଡିଗ୍ରୀ କଲେଜ ଭୁକ୍ତ ର ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଦାଶ ଯୋଗଦାନ କରି ଛାତ୍ରଛାତ୍ରୀଙ୍କୁ ଶିକ୍ଷାର ମହତ୍ବ ବୁଝାଇବା ସହ ଉଭୟ ପୁସ୍ତକଗତ ଶିକ୍ଷା ସହ ଅନ୍ୟାନ୍ୟ ଆକ୍ଟିଭିଟିରେ ସାମିଲ ହେବାକୁ ପ୍ରୋତ୍ସାହିତ କରିଥିଲେ।

ଏଥିସହିତ ବରଗଡ DEO , ଅମ୍ବାଭୋନା ବ୍ଲକ ଅଧ୍ୟକ୍ଷ, ଅମ୍ବାଭୋନା ବ୍ଲକ ABEO, ଜିଲ୍ଲା ପରିଷଦ ସଭ୍ଯା ଗଣ , ସ୍ଥାନୀୟ ସରପଞ୍ଚ ପ୍ରମୁଖ ଉପସ୍ଥିତ ଥିଲେ । ସ୍କୁଲରେ ଅଧ୍ୟୟନ କରିଥିବା ସମସ୍ତ ବ୍ୟାଚର ପୁରାତନ ଛାତ୍ର ଛାତ୍ରୀଙ୍କ ବନ୍ଧୁମିଳନ କାର୍ଯ୍ୟକ୍ରମ ମଧ୍ୟ ଏହି ଅବସରରେ ଅନୁଷ୍ଠିତ ହୋଇଥିବାରୁ ସମସ୍ତଙ୍କୁ ଆନ୍ଦୋଳିତ କରିଥିଲା । ଏହି ଅବସରରେ ସ୍କୁଲ ପାଇଁ ଅଦମ୍ଯ ପ୍ରଚେଷ୍ଟା କରିଥିବା ବ୍ୟକ୍ତିବିଶେଷଙ୍କୁ ମଞ୍ଚରେ ସମ୍ମାନିତ କରାଯିବା ସହ ପୁରସ୍କୃତ ମଧ୍ଯ କରାଯାଇଥିଲା । ମଂଚ ପରିଚାଲନା ତଥା ଅତିଥି ପରିଚୟ ପ୍ରଦାନ କରିଥିଲେ ସ୍କୁଲର ସହକାରୀ ଶିକ୍ଷକ କ୍ଷିତେଶ୍ବର ମିଶ୍ର । ଏହି ଅବସରରେ ବିଭିନ୍ନ ସାସ୍କୃତିକ କାର୍ଯ୍ୟକ୍ରମ ମଧ୍ଯ ପରିବେଷଣ କରାଯାଇଥିଲା ।
Your point of view caught my eye and was very interesting. Thanks. I have a question for you.