ହେଟ ସ୍ପିଚ: ଯାଚିକାର ପରୀକ୍ଷଣ କରିବାକୁ ପ୍ରସ୍ତୁତ ସୁପ୍ରିମ କୋର୍ଟ

2020ରେ ସିଏଏ ବିରୋଧୀ ପ୍ରଦର୍ଶନ କାଳରେ ବିଜେପି ନେତା ଅନୁରାଗ ଠାକୁର ଓ ପରଭଜ ବର୍ମାଙ୍କ ହେଟ ସ୍ପିଚ ଉପରେ ଏଫଆଇଆର ଦାୟର କରିବା ଯାଚିକାର ପରୀକ୍ଷଣ କରିବାକୁ ପ୍ରସ୍ତୁତ ହୋଇଛନ୍ତି ସୁପ୍ରିମ କୋର୍ଟ। ଏହି ମାମଲାରେ ସୁପ୍ରିମ କୋର୍ଟ ନୋଟିସ ଜାରି କରି ତିନି ସପ୍ତାହରେ ଜବାବ ତଲବ କରିଛନ୍ତି। ଜଷ୍ଟିସ କେ ଏମ ଜୋସେଫ କହିଛନ୍ତି, ଯଦି ସୁପ୍ରିମ କୋର୍ଟଙ୍କ ନିଷ୍ପତ୍ତି ମୁତାବକ ଯଦି ଅପରାଧସାବ୍ୟସ୍ତ ହୁଏ ତେବେ ପୋଲିସ ଏଫଆଇଆର ବାଧ୍ୟତାମୂଳକ ହେବ। ତେଣୁ ତାଙ୍କୁ 7 ଦିନ ଭିତରେ ପ୍ରାରମ୍ଭିକ ଯାଞ୍ଚ କରିବାକୁ ହେବ।

ବିଜେପିର ଏହି ନେତାଙ୍କ ବିରୋଧରେ କମ୍ୟୁନିଷ୍ଟ ନେତ୍ରୀ ବୃନ୍ଦା କରାତ ଯାଚିକା ଦାୟର କରିଥିଲେ। ବୃନ୍ଦାଙ୍କ ଓକିଲ ସିଦ୍ଧାର୍ଥ ଅଗ୍ରୱାଲ କୋର୍ଟଙ୍କୁ ଜଣାଇଛନ୍ତି କି, ଏହା ଲୋକମାନଙ୍କୁ ସବୁଠାରୁ ଜଘନ୍ୟ ହିଂସାରେ ସାମିଲ ହେବାକୁ ଆହ୍ୱାନ ଦେଉଛନ୍ତି। ଜଷ୍ଟିସ ଜୋସେଫ ଓ ବି ଭି ନାଗରତ୍ନାଙ୍କ ଖଣ୍ଡପୀଠରେ ମାମଲାର ଶୁଣାଣା ହେଉଛି।

ଜଷ୍ଟିସ ଜୋସେଫ ଅନୁରାଗ ଠାକୁରଙ୍କ ଗୁଳି ମାର ଟିପ୍ପଣୀକୁ ପଢି କହିଲେ, ଆମେ ଭାବୁଛୁ କି, ଏଠାରେ ଗଦ୍ଦାରର ଅର୍ଥ ଦେଶଦ୍ରୋହୀ. ଗୁଳି ମାର ନିଶ୍ଚିତ ରୂପେ ଚିକିତ୍ସା ଦେବାକୁ କୁହାଯାଉ ନାହିଁ। 9 ଜାନୁଆରୀ 2023ରେ ସର୍ବୋଚ୍ଚ କୋର୍ଟ ବୃନ୍ଦାଙ୍କ ଯାଚିକାକୁ ନେଇ ଚାଲିଥିବା ସମସ୍ତ ମାମଲାକୁ ଏକିକୃତ କରି ଜଷ୍ଟିସ ଜୋସେଫଙ୍କ କୋର୍ଟକୁ ପଠାଇ ଦେଇଥିଲେ।

ସୂଚନାଯୋଗ୍ୟ, ଗତ ଅକ୍ଟୋବର ମାସରେ ଜଷ୍ଟିସ ଜୋସେଫଙ୍କ ଖଣ୍ଡପୀଠ ଆଦେଶ ଦେଇଥିଲେ କି, ଧର୍ମୀୟ କାର୍ଯ୍ୟକ୍ରମରେ ଘୃଣା ସୃଷ୍ଟିକାରୀ ଭାଷଣ  ଘଟଣାର ପୁଲିସ ନିଜ ତରଫରୁ କାର୍ଯ୍ୟାନୁଷ୍ଠାନ ନେବ।

Comments

One response to “ହେଟ ସ୍ପିଚ: ଯାଚିକାର ପରୀକ୍ଷଣ କରିବାକୁ ପ୍ରସ୍ତୁତ ସୁପ୍ରିମ କୋର୍ଟ”

  1. Your code of destiny Avatar

    I am extremely impressed together with your writing skills and also with the structure for your weblog. Is this a paid subject or did you customize it yourself? Either way stay up the nice quality writing, it is uncommon to peer a great blog like this one today!

Leave a Reply

Your email address will not be published. Required fields are marked *