IPLରେ ଆଜି ଲଢ଼ିବେ RCB ଓ LSG

IPL: LSG VS RCB

IPLରେ ଆଜି ଗୋଟିଏ ମ୍ୟାଚ୍ ଖେଳାଯିବ । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ମୁକାବିଲା ହେବ । ସନ୍ଧ୍ୟା ୭.୩୦ରେ ବେଙ୍ଗାଲୁରୁରେ ମୁହାଁମୁହିଁ ହେବେ ଦୁଇ ଟିମ୍ ।

ଡୁପ୍ଲେସିସଙ୍କ ନେତୃତ୍ୱରେ ମୈଦାନକୁ ଓହ୍ଲାଇବ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଦଳ ଏଯାଏ ୨ଟି ମ୍ୟାଚ୍ ଖେଳିଛି । ଗୋଟିଏରେ ବିଜୟୀ ହୋଇଥିବା ବେଳେ ଅନ୍ୟଟିରେ ପରାସ୍ତ ହୋଇଛି । ଆଜି ଲକ୍ଷ୍ନୌ ବିପକ୍ଷରେ ଉନ୍ନତ ଖେଳ ପ୍ରଦର୍ଶନ କରି ବିଜୟୀ ହେବାକୁ ଆଶା ରଖିଛି ଆରସିବି ।

ସେପଟେ, ଗତବର୍ଷ ପରି ଚଳିତଥର ମଧ୍ୟ ଫର୍ମରେ ରହିଛି ରାହୁଲଙ୍କ ଲକ୍ଷ୍ନୌ ଟିମ୍ । ବ୍ୟାଟିଂ ଓ ବୋଲିଂରେ ଭଲ ପ୍ରଦର୍ଶନ କରୁଛନ୍ତି ଖେଳାଳି । ଲକ୍ଷ୍ନୌ ୩ଟି ମ୍ୟାଚରୁ ୨ଟିରେ ବିଜୟୀ ହୋଇଥିବା ବେଳେ ଗୋଟିଏରେ ହାରିଛି । ଆରସିବି ବିପକ୍ଷରେ ବିଜୟ ହାସଲ ପାଇଁ ରଣନୀତି ପ୍ରସ୍ତୁତ କରିଛି ରାହୁଲ ଆଣ୍ଡ କୋ ।

Leave a Reply

Your email address will not be published. Required fields are marked *