Prabhas Birthday : ଜନ୍ମଦିନରେ ଖୋଲିଲା ବାହୁବଳୀଙ୍କ ଅଜଣା କାହାଣୀ!

ସାଉଥ୍ ସୁପରଷ୍ଟାର୍‌ରୁ ପାନ୍ ଇଣ୍ଡିଆ ଷ୍ଟାର୍। ସିନେମା ଜଗତରେ ନିଜର ଦମଦାର ଅଭିନୟ ଓ ଆକର୍ଷଣୀୟ ବ୍ୟକ୍ତିତ୍ୱ ପାଇଁ କୋଟି କୋଟି ଦର୍ଶକଙ୍କ ହୃଦୟ ଜିତିଛନ୍ତି ବାହୁବଳୀ ଫେମ୍ ପ୍ରଭାସ। ଆଜି ଅକ୍ଟୋବର ୨୩ ତାରିଖରେ ନିଜର ୪୭ତମ ଜନ୍ମଦିନ ପାଳନ କରୁଛନ୍ତି ଏହି ଲୋକପ୍ରିୟ ଅଭିନେତା। ତେବେ ପ୍ରଭାସଙ୍କ ଜୀବନରେ ଏମିତି ଅନେକ ରୋଚକ କଥା ରହିଛି, ଯାହା ହୁଏତ ଅନେକ ପ୍ରଶଂସକ ଜାଣି ନଥିବେ।

ପ୍ରଭାସଙ୍କ ପୂରା ନାମ ଉପ୍ପଲପାଟି ଭେଙ୍କଟ ସୂର୍ଯ୍ୟନାରାୟଣ ପ୍ରଭାସ ରାଜୁ। ୧୯୭୯ ମସିହା ଅକ୍ଟୋବର ୨୩ରେ ଚେନ୍ନାଇରେ ତାଙ୍କର ଜନ୍ମ। ତାଙ୍କ ବାପା ସୂର୍ଯ୍ୟନାରାୟଣ ରାଜୁ ଜଣେ ଚଳଚ୍ଚିତ୍ର ପ୍ରଯୋଜକ ଥିଲେ। ପ୍ରସିଦ୍ଧ ତେଲୁଗୁ ଅଭିନେତା କୃଷ୍ଣମ ରାଜୁ ହେଉଛନ୍ତି ପ୍ରଭାସଙ୍କ ଦାଦା। ଅଭିନୟ ଜଗତକୁ ଆସିବା ପୂର୍ବରୁ ପ୍ରଭାସ ବିଟେକ୍ ପାଠ ପଢ଼ିଥିଲେ।

୨୦୦୨ ମସିହାରେ ‘ଈଶ୍ୱର’ ଚଳଚ୍ଚିତ୍ର ଜରିଆରେ ସିନେମା ଜଗତରେ ପାଦ ଥାପିଥିଲେ ପ୍ରଭାସ। ୨୦୦୪ରେ ‘ବର୍ଷମ୍’ ତାଙ୍କୁ ବଡ଼ ସଫଳତା ଆଣିଦେଇଥିଲା। ହେଲେ ଏସ୍.ଏସ୍. ରାଜାମୌଲିଙ୍କ ‘ବାହୁବଳୀ’ ତାଙ୍କ ଭାଗ୍ୟ ବଦଳାଇ ଦେଇଥିଲା। ଏହି ଫିଲ୍ମ ପାଇଁ ସେ ବର୍ଷ ବର୍ଷ ଧରି କଠିନ ପରିଶ୍ରମ କରିଥିଲେ।

ଆଉ ଏକ ରୋଚକ କଥା ହେଉଛି, ପ୍ରଭାସଙ୍କୁ ଖାଇବା ଓ ଭ୍ରମଣ କରିବା ବେଶ୍ ପସନ୍ଦ। ବିରିୟାନି ତାଙ୍କର ଅନ୍ୟତମ ପ୍ରିୟ ଖାଦ୍ୟ। ସେହିପରି ‘ବାହୁବଳୀ’ର ସଫଳତା ପରେ ବ୍ୟାଙ୍କକ୍‌ର ମାଡାମ୍ ତୁସାଦ୍ ସଂଗ୍ରହାଳୟରେ ତାଙ୍କ ମହମ ମୂର୍ତ୍ତି ସ୍ଥାନ ପାଇଥିଲା।

ସେପଟେ ଜନ୍ମଦିନ ଅବସରରେ ‘ସାଲାର’ ଟିମ୍ ପ୍ରଭାସ ଓ ନିର୍ଦ୍ଦେଶକ ପ୍ରଶାନ୍ତ ନୀଲଙ୍କ ଏକ ସ୍ୱତନ୍ତ୍ର ଫଟୋ ସେୟାର କରିଛି। ଆଗାମୀ ଫିଲ୍ମ ‘ସ୍ପିରିଟ୍’, ‘ଫୌଜି’ ଓ ‘ସାଲାର ୨’କୁ ନେଇ ମଧ୍ୟ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ରହିଛି। ଜନ୍ମଦିନରେ ସୋସିଆଲ ମିଡିଆରେ ପ୍ରଭାସଙ୍କ ପାଇଁ ଛୁଟୁଛି ଶୁଭେଚ୍ଛାର ସୁଅ।