Blog

  • ଲାଉ ସହ ସେଲ୍ଫି !

    ଲାଉ ସହ ସେଲ୍ଫି !

    ନୀଳଗିରି ବ୍ଲକ୍‌ ନରସିଂହପୁର ଗାଁର ବିନାୟକ ଦାଶ । ତାଙ୍କ ବାଡ଼ିରେ ଏକ ଲାଉ ଗଛ ଦେଖିବାକୁ ମିଳିଛି । ଆଉ ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ଗଛର ଗୋଟିଏ ଡାଳରେ ୫୦ଟି ଲାଉ ଫଳିଛି । ତେବେ ଗୋଟିଏ ଡାଳରେ ଏକାଥରକେ ଏତେ ଫଳ ଫଳିବା ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ମନ ମୋହିଲା ଭଳି ଫଳିଥିବା ଲାଉ ଦେଖିବା ପାଇଁ ଲୋକଙ୍କ ଭିଡ଼ ବି ଜମୁଛି । ଅନେକ ଲୋକ ଲାଉ ସହ ସେଲ୍‌ଫି ମଧ୍ୟ ନେଉଛନ୍ତି ।

  • ଯୁବକଙ୍କୁ ପିଟିପିଟି ହତ୍ୟା, କାରଣ ଖୋଜୁଛି ପୋଲିସ

    ଯୁବକଙ୍କୁ ପିଟିପିଟି ହତ୍ୟା, କାରଣ ଖୋଜୁଛି ପୋଲିସ

    କେନ୍ଦୁଝର ଘଟଗାଁ ଥାନା ଧାଙ୍ଗଡ଼ଡ଼ିହା ଗାଁ ପୋଖରୀ ନିକଟରେ ଜଣେ ଯୁବକକୁ ପିଟିପିଟି ହତ୍ୟା କରାଯାଇଛି । ମୃତ ଯୁବକ କେନ୍ଦୁଝର ସହର ଗହ୍ମାରିଆ ଗାଁର କୁଞ୍ଜ ବାହାଦୁର ଲମା ।

    ସେ କଟକ ଏସସିବି ଡାକ୍ତରଖାନାରେ ଜୀବନ ସହ ସଂଗ୍ରାମ କରୁଥିବା ପୁଅକୁ ଜଗି ରହିଥିଲେ। ଗତ ୧୦ ତାରିଖ ରାତିରେ କଟକରୁ ନାଇଟ ବସରେ କେନ୍ଦୁଝର ଆସୁଥିବା ବେଳେ ୧୧ ତାରିଖ ଭୋରରୁ ଘଟଗାଁରେ ଓହ୍ଲାଇ ଧାଙ୍ଗଡ଼ଡ଼ିହା ଗାଁର ଜଣେ ବ୍ୟକ୍ତିଙ୍କ ଘରେ ପଶିଥିଲେ । ପରେ ସେହି ଗାଁ ପୋଖରୀ ନିକଟରେ କିଛି ଲୋକ ତାଙ୍କୁ ସଙ୍ଗବଦ୍ଧ ଭାବେ ପିଟିପିଟି ହତ୍ୟା କରିଥିଲେ । ସେଠାରେ ସେ ମୁମୂର୍ଷ ଅବସ୍ଥାରେ ପଡ଼ି ରହିଥିଲେ । ଆମ୍ବୁଲାନ୍ସକୁ ଖବର ଦେବାପରେ ତାଙ୍କୁ ତୁରନ୍ତ ଘଟଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପ୍ରବଳ ମାଡ଼ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିଲା । ପୋଲିସ ଘଟଣାର ଛାନଭିନ କରି ଘଟଣାରେ ସଂପୃକ୍ତ ୮ ଜଣଙ୍କୁ ଧାଙ୍ଗଡ଼ଡ଼ିହା ଗାଁରୁ ଗିରଫ କରିଛି । ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଘଟଗାଁ ଥାନା ଆଇଆଇସି ସୂଚନା ଦେଇଛନ୍ତି ।

  • ହରିଶ୍ଚନ୍ଦ୍ର ସହାୟତା ରାଶି ବୃଦ୍ଧି କଲେ ନବୀନ

    ହରିଶ୍ଚନ୍ଦ୍ର ସହାୟତା ରାଶି ବୃଦ୍ଧି କଲେ ନବୀନ

    ଗରିବ ଲୋକେ ଯେପରି ପ୍ରିୟଜନଙ୍କ ଅନ୍ତ୍ୟେଷ୍ଟିକ୍ରିୟା ସଂପାଦନରେ କୌଣସି ଅସୁବିଧାର ସମ୍ମୁଖିନ ନ ହୁଅନ୍ତି, ସେଥିପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ହରିଶ୍ଚନ୍ଦ୍ର ସହାୟତା ଯୋଜନା । ଏହି ଯୋଜନାରେ ଅନ୍ତ୍ୟେଷ୍ଟି ପାଇଁ ଗ୍ରାମାଞ୍ଚଳରେ ଦୁଇ ହଜାର ଓ ସହରାଞ୍ଚଳରେ ତିନି ହଜାର ଟଙ୍କା ସହାୟତା ମିଳୁଥିଲା । ଏବେ କିନ୍ତୁ ଏଥିରେ ବୃଦ୍ଧି କରାଯାଇଛି ।

    ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଏହି ସହାୟତାକୁ ଗ୍ରାମାଞ୍ଚଳ ପାଇଁ ଦୁଇ ହଜାରରୁ ତିନି ହଜାର ଏବଂ ସହରାଞ୍ଚଳ ଓ ପୁରୀ ସ୍ୱର୍ଗଦ୍ୱାର ପାଇଁ ତିନି ହଜାରରୁ ଚାରି ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ପ୍ରତି ପଞ୍ଚାୟତରେ ଏକ ରିଭଲଭିଂ ଫଣ୍ଡ ଖୋଲାଯାଇ ଏଥିପାଇଁ ୧୫ ହଜାର ଟଙ୍କା ଲେଖାଏଁ ଅର୍ଥ ପ୍ରଦାନ କରାଯାଇଛି । ହରିଶ୍ଚନ୍ଦ୍ର ସହାୟତା ଖର୍ଚ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଦିଆଯାଉଛି । ସମସ୍ତ ପଞ୍ଚାୟତର ରିଭଲଭିଂ ଫଣ୍ଡ ପାଇଁ ୧୦ କୋଟି ୧୯ ଲକ୍ଷ ୧୦ ହଜାର ଟଙ୍କା ମଞ୍ଜୁର କରାଯାଇଛି ।

  • ଖ୍ରୀଷ୍ଟିଆନଙ୍କ ଉପରେ ଆକ୍ରମଣର ତଥ୍ୟ ମିଛ: କେନ୍ଦ୍ର

    ଖ୍ରୀଷ୍ଟିଆନଙ୍କ ଉପରେ ଆକ୍ରମଣର ତଥ୍ୟ ମିଛ: କେନ୍ଦ୍ର

    ଦେଶରେ ଖ୍ରୀଷ୍ଟିଆନ ସଂସ୍ଥା ତଥା ପାଦ୍ରୀଙ୍କ ଉପରେ ବଢିଚାଲିଥିବା ଆକ୍ରମଣ ସମ୍ବନ୍ଧିତ ଯାଚିକା ଉପରେ ସୁପ୍ରିମ କୋର୍ଟରେ ଶୁଣାଣି ହୋଇଛି। କେନ୍ଦ୍ର ପକ୍ଷରୁ ସୁପ୍ରିମ କୋର୍ଟରେ ଦାୟର ଯାଚିକାକର୍ତ୍ତାଙ୍କ ପକ୍ଷରୁ ଦାଖଲ ଯାଚିକରେ ଖ୍ରୀଷ୍ଟିଆନଙ୍କ ଉପରେ ହେଉଥିବା ଆକ୍ରମଣର ସଂଖ୍ୟା ଭୁଲ ବୋଲି କୁହାଯାଇଛି। ଦେଶ ବାହାରେ ଭୁଲ ପ୍ରଚାର କରାଯାଉଛି କି, ଇସାଇ ବିପଦରେ। କେନ୍ଦ୍ର ସରକାର ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହତା ଉପସ୍ଥିତ ହୋଇ ଯାଚିକାକୁ ଭୁଲ ବୋଲି ଯୁକ୍ତି ବାଢିଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ, ଜଷ୍ଟିସ ପିଏସ ନରସିଂହା ଓ ଜଷ୍ଟିସ ପାରଦୀୱାଲାଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରୁଛନ୍ତି।

    ଯାଚିକାକର୍ତ୍ତାଙ୍କ ପକ୍ଷରୁ ଦାବି କରାଯାଇଥିଲା କି, ଇସାଇଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣା 500ରୁ ଅଧିକ ରହିଛି। ଆକ୍ରମଣ ଘଟଣାକୁ ନେଇ ଯେଉଁ ତଥ୍ୟ ସଂଗ୍ରହ କରାଯାଇଥିଲା, ସେସବୁକୁ ରାଜ୍ୟ ସରକାରଙ୍କ ନିକଟରେ ଦାଖଲ କରାଯାଇଛି। ଏହା ପୂର୍ବରୁ କେନ୍ଦ୍ର ସରକାର ଇସାଇଙ୍କ ଉପରେ ହେଉଥିବା ଆକ୍ରମଣକୁ ଖଣ୍ଡନ କରି ଆସୁଥିଲା। ସେତେବେଳେ କୁହାଯାଇଥିଲା କି, ଅଭିଯୋଗରେ କୌଣସି ଦମ ନାହିଁ। ମିଡିଆରେ ଆସୁଥିବା ଖବର ମିଛ ଉପରେ ଆଧାରିତ ଓ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ।

    ତେବେ ଆଜି ଖ୍ରୀଷ୍ଟିଆନ ପାଦ୍ରୀଙ୍କ ପକ୍ଷରୁ ଯାଚିକାକର୍ତ୍ତାଙ୍କ ଓକିଲ କହିଛନ୍ତି କି, କେନ୍ଦ୍ରର ସତ୍ୟପାଠ ଗତ କାଲି ରାତିରେ ମିଳିଥିଲା। ତେଣୁ ଏହା ଉପରେ ଜବାବ ଦାଖଲ ପାଇଁ ସମୟ ଲୋଡା। ତେଣୁ କୋର୍ଟ ଯାଚିକାକର୍ତ୍ତାଙ୍କୁ 3 ସପ୍ତାହ ସମୟ ଦେଇଛନ୍ତି ଜବାବ ଦାଖଲ କରିବାକୁ। ସୂଚନାଯୋଗ୍ୟ, ଏହି ଯାଚିକା ସଲିଡେରିଟି ଫୋରମ, ଉଭେଞ୍ଜେଲିକଲ ଫେଲୋସିପ ଅଫ ଇଣ୍ଡିଆ ଓ ବେଙ୍ଗାଲୁରୁ ଡାୟସିସ ୱାର୍କସପ ପରକ୍ଷରୁ ଦାୟର କରାଯାଇଥିଲା।

  • ଅସଦ ଏନକାଉଣ୍ଟରର ଯାଞ୍ଚ ହେଉ

    ଅସଦ ଏନକାଉଣ୍ଟରର ଯାଞ୍ଚ ହେଉ

    ଉମେଶ ପାଲ ହତ୍ୟା ଘଟଣାରେ ୟୁପି ପୋଲିସର ଏସଟିଏଫ ଆଜି ପୂର୍ବତନ ସାଂସଦ ଅତିକ ଅହମଦର ପୁଅ ଅସଦ ଓ ତାର ସହଯୋଗୀ ଗୁଲାମକୁ ଏନକାଉଣ୍ଟରରେ ମାରିବା ପରେ ତେଜିଛି ରାଜନୀତି। ଏନକାଉଣ୍ଟରକୁ ନେଇ ବିରୋଧୀ ନାନା ପ୍ରଶ୍ନ ଉଠାଉଛନ୍ତି। ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ, ଅଖିଳେଶ ଯାଦବଙ୍କ ସମେତ ବହୁ ନେତା ମୁହଁ ଖୋଲିଛନ୍ତି।

    ମାୟା ଟ୍ୱିଟ କରି କହିଛନ୍ତି କି, ଆଜି ପ୍ରୟାଗରାଜର ଅତିକ ଅହମଦର ପୁଅ ସହ ପୋଲିସର ଗୁଳି ବିନିମୟରେ ତାକୁ ହତ୍ୟା କରାଯିବାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହା ଲୋକଙ୍କୁ ବିକାଶ ଦୁବେ ଘଟଣାର ପୁନରାବୃତି ଲାଗୁଛି। ତେଣୁ ଏହି ଘଟଣାର ସତ୍ୟତା ଉଚ୍ଚସ୍ତରୀୟ ଯାଞ୍ଚ କରାଯାଇ ସାମ୍ନାକୁ ଆଣିବାର ଆବଶ୍ୟକତା ରହିଛି।

    ସେହିପରି ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ ଏନକାଉଣ୍ଟର ପରେ ଟ୍ୱିଟ୍ କରି ମିଛ ଏନକାଉଣ୍ଟର କରି ବିଜେପି ସତ ଘଟଣା ଉପରୁ ଲୋକଙ୍କ ଧ୍ୟାନ ହଟାଇବାକୁ ଚାହୁଁଛି ବୋଲି ଅଭିଯୋଗ କରିଛନ୍ତି। ବିଜେପି ନ୍ୟାୟପାଳିକା ଉପରେ ବିଶ୍ୱାସ କରୁନାହିଁ। ଅଖିଳେଶ ଆହୁରି କହିଛନ୍ତି କି, ଆଜିର ଏନକାଉଣ୍ଟରର ଯାଞ୍ଚ କରାଯାଇ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉ। ଠିକ ଭୁଲ ନିର୍ଣ୍ଣୟ ନେବାର ଅଧିକାର ସରକାରକୁ ନାହିଁ। ବିଜେପି ଭାଇଚାରାକୁ ନଷ୍ଟ କରୁଥିବା ଅଭିଯୋଗ ଆଣିଛନ୍ତି ଅଖିଳେଶ।  

  • ମା’ ତାରିଣୀ ୱାର୍କର୍ସ କ୍ଲବ୍ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର

    ମା’ ତାରିଣୀ ୱାର୍କର୍ସ କ୍ଲବ୍ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର

    ସୁସ୍ଥ ଶରୀର ଓ ସୁସ୍ଥ ସମାଜ ଗଠନ ଦିଗରେ ପ୍ରୟାସ ଜାରି ରଖିଛି କେନ୍ଦୁଝର କଲେଜ ରୋଡସ୍ଥିତ ମା’ ତାରିଣୀ ୱାର୍କର୍ସ କ୍ଲବ୍ ଓ ସୁଶ୍ରୁତ ମେଡିକେୟାର । କଲେଜ ରୋଡସ୍ଥିତ ସୁଶ୍ରୁତ ମେଡିକେୟାର ପରିସରରେ ଆଜି ଏକ ବୃହତ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ୱାକର୍ସ କ୍ଲବ୍ ସଭାପତି ତଥା ବରିଷ୍ଠ ଡାକ୍ତର ପି.ସି. ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କଲେଜ ରୋଡସ୍ଥିତ ସୁଶୃତ ମେଡିକେୟାର ପରିସରରେ ଏହି ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ଆରବିଏସ,ସ୍ନାୟୁ ପରୀକ୍ଷା,ମଧୁମେହ, ଇସିଜି,ସିବିସି,ହିମୋଗ୍ଲୋବିନ ଆଦି ରୋଗର ନିରୁପଣ ସହ ଆବଶ୍ୟକ ପରାମର୍ଶ ପ୍ରଦାନ କରାଯାଇଥିଲା ।

    ସୁଶ୍ରୁତ ମେଡିକେୟାର ସଂଚାଳକ ଡ.ମାନସ ପଣ୍ଡା ଓ ସନ୍ତୋଷ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଶିବିରରେ ୫୦ରୁ ଅଧିକ ରୋଗୀଙ୍କ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଆଜିର ଏହି ଶିବିରରେ ୱାର୍କର୍ସ କ୍ଲବର ବରିଷ୍ଠ ସଦସ୍ୟ ପ୍ରଶାନ୍ତ ସ୍ୱାଇଁ ଶୁଶ୍ରୁତ ମେଡିକେୟାରର ମଲ୍ଟି ଟେକ୍ନିସିୟାନ ଭବାନୀ ଶଙ୍କର ମହାନ୍ତ,ଟେକ୍ନିସିଆନ ବନଜା ମଞ୍ଜରୀ ପାଢ଼ୀ, ୟୋଶରାଣୀ ମହାନ୍ତ,ସ୍ୱେଚ୍ଛାସେବୀ ସୁବାଷ ସାହୁ,ସୁପ୍ରଭାଇଜର ସୁପ୍ରଭାତ ମହାନ୍ତ, ମ୍ୟାନକାଇଣ୍ଡ ଫାର୍ମା ଶଶିକାନ୍ତ ଦାସ, ଫାର୍ମାକୋ ଇଣ୍ଡିଆର ସୁଜିତ ଦାସ, କ୍ରସ ପୀରମଲର ଆଶିଷ ଦାସ ଓ ପଲସ ଫର୍ମାର ଦ୍ରୁବଜ୍ୟୋତି ଦାସ ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ ।