Blog

  • ମାର୍ଚ୍ଚ ୩୧ ତାରିଖରେ ସବୁ ବ୍ୟାଙ୍କ ଖୋଲିବାକୁ ଆରବିଆଇଙ୍କ ନିର୍ଦ୍ଦେଶ

    ମାର୍ଚ୍ଚ ୩୧ ତାରିଖରେ ସବୁ ବ୍ୟାଙ୍କ ଖୋଲିବାକୁ ଆରବିଆଇଙ୍କ ନିର୍ଦ୍ଦେଶ

    ମାର୍ଚ୍ଚ ୩୧ ତାରିଖ, ରବିବାର ଖୋଲା ରହିବ ସବୁ ବ୍ୟାଙ୍କ ଓ ବ୍ୟାଙ୍କର ସମସ୍ତ ବ୍ରାଞ୍ଚ। ଏଥିପାଇଁ ଆରବିଆଇ ପକ୍ଷରୁ ଜାରି ହୋଇଛି ନିର୍ଦ୍ଦେଶନାମା। ୨୦୨୩-୨୪ ଆର୍ଥିକ ବର୍ଷର ଶେଷ ଦିନ ଥିବାରୁ ରବିବାର ଥିଲେ ମଧ୍ୟ ବ୍ୟାଙ୍କ ଖୋଲିବାକୁ ନିର୍ଦ୍ଦେଶ ଦେଇଛି ଆରବିଆଇ। ଏଥିସହ ଏହି ଦିନରେ ଗ୍ରାହକ ମଧ୍ୟ ବ୍ୟାଙ୍କରେ ସେମାନଙ୍କ ସମସ୍ତ କାମ କରିପାରିବେ ବୋଲି କୁହାଯାଇଛି। ଏହି ନୋଟିଫିକେସନ ୨୦ ମାର୍ଚ୍ଚ ୨୦୨୪ରେ ଆରବିଆଇ ପକ୍ଷରୁ ଜାରି ହୋଇଛି। ଆରବିଆଇ ମୁଖ୍ୟ ଜେନେରାଲ ମ୍ୟାନେଜରଙ୍କ ପକ୍ଷରୁ ଜାରି ନୋଟିଫିକେସନରେ କୁହାଯାଇଛି, ସରକାର ସମସ୍ତ ବ୍ୟାଙ୍କ ଓ ବ୍ୟାଙ୍କ ବ୍ରାଞ୍ଚକୁ ରବିବାର ଖୋଲିବାକୁ ଅନୁରୋଧ କରିଛନ୍ତି। ସେବା ଜାରି ରହିବା ନେଇ ବ୍ୟାଙ୍କଗୁଡିକ ଗ୍ରାହକଙ୍କ ଉଦ୍ଦେଶ୍ୟରେ ସମସ୍ତଙ୍କୁ ଜଣାଇବାକୁ ନୋଟିଫିକେସନରେ କୁହାଯାଇଛି।

  • ମାର୍ଚ୍ଚ ୨୨ ରୁ ଆରମ୍ଭ ହେବ ଆଇପିଏଲର ୧୭ ତମ ସିଜନ,     ପ୍ରଥମଦିନରେ ସିଏସକେ କୁ ଭେଟିବ ଆରସିବି

    ମାର୍ଚ୍ଚ ୨୨ ରୁ ଆରମ୍ଭ ହେବ ଆଇପିଏଲର ୧୭ ତମ ସିଜନ, ପ୍ରଥମଦିନରେ ସିଏସକେ କୁ ଭେଟିବ ଆରସିବି

    ଆଇପିଏଲ୍ ୨୦୨୪ : ଇଣ୍ଡିଆନ୍ ପ୍ରିମିୟର ଲିଗ୍ ର ୧୭ ତମ ସିଜନ୍ ମାର୍ଚ୍ଚ ୨୨ ରୁ ଆରମ୍ଭ ହେଉଛି | ପ୍ରଥମ ମ୍ୟାଚ୍ ଏମ ଚିଦାମ୍ବରମ୍ ଷ୍ଟାଡିୟମରେ ଖେଳାଯିବ ଯେଉଁଥିରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ମୁହାଁମୁହିଁ ହେବ । ଯେହେତୁ ଭାରତରେ ଲୋକସଭା ନିର୍ବାଚନ ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି, ଏପର୍ଯ୍ୟନ୍ତ ଆଇପିଏଲ ୨୦୨୪ ର ୨୧ ଟି ମ୍ୟାଚ୍ କାର୍ଯ୍ୟସୂଚୀ ଜାରି କରିଛି । ଏଠାରେ ଆପଣ ଜାଣିପାରିବେ ଆଇପିଏଲ୍ ୨୦୨୪ ର ମ୍ୟାଚ୍ କେବେ ଏବଂ କେଉଁ ଗ୍ରାଉଣ୍ଡରେ ଖେଳାଯିବ ଏବଂ ଆପଣ କେଉଁଠି ମ୍ୟାଚ୍ ର ଲାଇଭ୍ ଷ୍ଟ୍ରିମିଂ ଦେଖିପାରିବେ ତାହା ମଧ୍ୟ ଜାଣିପାରିବେ |

    ୨୨ ମାର୍ଚ୍ଚ, ୨୦୨୪- ଚେନ୍ନାଇ ସୁପର କିଙ୍ଗସ୍ ବନାମ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର -ରାତି ୮ ରେ |

    ୨୩ ମାର୍ଚ୍ଚ, ୨୦୨୪ – ପଞ୍ଜାବ କିଙ୍ଗସ୍ ବନାମ ଦିଲ୍ଲୀ କ୍ୟାପିଟାଲସ -ଦିନ ୩:୩୦ ରେ |
    ୨୩ ମାର୍ଚ୍ଚ, ୨୦୨୪ – କୋଲକାତା ନାଇଟ୍ ରାଇଡର୍ସ ବନାମ ସନରାଇଜର୍ସ ହାଇଦ୍ରାବାଦ – ସନ୍ଧ୍ୟା ୭:୩୦ରେ |

    ୨୪ ମାର୍ଚ୍ଚ, ୨୦୨୪ – ରାଜସ୍ଥାନ ରୟାଲ୍ସ ବନାମ ଲଖନଉ ସୁପର ଜିଆଣ୍ଟସ୍ -ଦିନ ୩:୩୦ ରେ |

    ୨୪ ମାର୍ଚ୍ଚ, ୨୦୨୪ – ଗୁଜୁରାଟ ଟାଇଟାନ୍ସ ବନାମ ମୁମ୍ବାଇ ଇଣ୍ଡିଆନ୍ସ – ସନ୍ଧ୍ୟା ୭:୩୦ ରେ |

    ୨୫ ମାର୍ଚ୍ଚ, ୨୦୨୪ – ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବନାମ ପଞ୍ଜାବ କିଙ୍ଗସ୍ – ସନ୍ଧ୍ୟା ୭:୩୦ ରେ|

    ୨୫ ମାର୍ଚ୍ଚ, ୨୦୨୪ – ଚେନ୍ନାଇ ସୁପର କିଙ୍ଗସ୍ ବନାମ ଗୁଜୁରାଟ ଟାଇଟାନ୍ସ – ସନ୍ଧ୍ୟା ୭:୩୦ ରେ |

    ୨୫ ମାର୍ଚ୍ଚ, ୨୦୨୪ – ସନରାଇଜର୍ସ ହାଇଦ୍ରାବାଦ ବନାମ ମୁମ୍ବାଇ ଇଣ୍ଡିଆନ୍ସ -ସନ୍ଧ୍ୟା ୭:୩୦ ରେ |

    ୨୫ ମାର୍ଚ୍ଚ, ୨୦୨୪ – ରାଜସ୍ଥାନ ରୟାଲ୍ସ ବନାମ କ୍ୟାପିଟାଲସ – ସନ୍ଧ୍ୟା ୭:୩୦ ରେ |

    ୨୮ ମାର୍ଚ୍ଚ, ୨୦୨୪ – ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବନାମ କୋଲକାତା ନାଇଟ୍ ରାଇଡର୍ସ – ସନ୍ଧ୍ୟା ୭:୩୦ ରେ |

    ୨୯ ମାର୍ଚ୍ଚ, ୨୦୨୪ – ଲଖନଉ ସୁପର ଜଏଣ୍ଟସ୍ ବନାମ ପଞ୍ଜାବ କିଙ୍ଗସ୍ – ସନ୍ଧ୍ୟା ୭:୩୦ ରେ |

    ୩୦ ମାର୍ଚ୍ଚ, ୨୦୨୪ – ଗୁଜୁରାଟ ଟାଇଟାନ୍ସ ବନାମ ସନରାଇଜର୍ସ ହାଇଦ୍ରାବାଦ -ଦିନ ୩:୩୦ ରେ |

    ୩୧ ମାର୍ଚ୍ଚ, ୨୦୨୪ – ଦିଲ୍ଲୀ କ୍ୟାପିଟାଲସ ବନାମ ଚେନ୍ନାଇ ସୁପର କିଙ୍ଗସ୍ – ସନ୍ଧ୍ୟା ୭:୩୦ ରେ |

    ୧ ଏପ୍ରିଲ୍, ୨୦୨୪ – ମୁମ୍ବାଇ ଇଣ୍ଡିଆନ୍ସ ବନାମ ରାଜସ୍ଥାନ ରୟାଲ୍ସ – ସନ୍ଧ୍ୟା ୭:୩୦ ରେ |

    ୨ ଏପ୍ରିଲ୍, ୨୦୨୪ – ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବନାମ ଲଖନଉ ସୁପର ଜିଆଣ୍ଟସ୍ – ସନ୍ଧ୍ୟା ୭:୩୦ ରେ |

    ୩ ଏପ୍ରିଲ୍, ୨୦୨୪ – ଦିଲ୍ଲୀ କ୍ୟାପିଟାଲସ ବନାମ କୋଲକାତା ନାଇଟ୍ ରାଇଡର୍ସ – ସନ୍ଧ୍ୟା ୭:୩୦ ରେ|

    ୪ ଏପ୍ରିଲ୍, ୨୦୨୪ – ଗୁଜୁରାଟ ଟାଇଟାନ୍ସ ବନାମ ପଞ୍ଜାବ କିଙ୍ଗସ୍ -ସନ୍ଧ୍ୟା ୭:୩୦ ରେ |

    ୫ ଏପ୍ରିଲ୍, ୨୦୨୪ – ସନରାଇଜର୍ସ ହାଇଦ୍ରାବାଦ ବନାମ ଚେନ୍ନାଇ ସୁପର କିଙ୍ଗସ୍ – ସନ୍ଧ୍ୟା ୭:୩୦ ରେ |

    ୬ ଏପ୍ରିଲ୍, ୨୦୨୪ – ରାଜସ୍ଥାନ ରୟାଲ୍ସ ବନାମ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର -ସନ୍ଧ୍ୟା ୭:୩୦ ରେ |

    ୭ ଏପ୍ରିଲ୍, ୨୦୨୪ – ମୁମ୍ବାଇ ଇଣ୍ଡିଆନ୍ସ ବନାମ ଦିଲ୍ଲୀ କ୍ୟାପିଟାଲସ -ଦିନ ୩:୩୦ ରେ |

    ୭ ଏପ୍ରିଲ୍, ୨୦୨୪ – ଲଖନଉ ସୁପର ଜିଆଣ୍ଟସ୍ ବନାମ ଗୁଜୁରାଟ ଟାଇଟାନ୍ସ -ସନ୍ଧ୍ୟା ୭:୩୦ ରେ |

    ଟିଭିରେ ଆଇପିଏଲ୍ ୨୦୨୪ ଲାଇଭ୍ ଦେଖୁଥିବା କ୍ରିକେଟ୍ ପ୍ରେମୀମାନେ ଷ୍ଟାର୍ ସ୍ପୋର୍ଟସ୍ ଚ୍ୟାନେଲରେ ବିଭିନ୍ନ ଭାଷାରେ ମ୍ୟାଚ୍ ଉପଭୋଗ କରିପାରିବେ | ଯଦି ଆପଣ ଏକ ଆଣ୍ଡ୍ରଏଡ୍ ଡିଭାଇସ୍ (ମୋବାଇଲ୍, ଟାବଲେଟ୍ କିମ୍ବା ଟିଭି) ରେ ଲାଇଭ୍ ଷ୍ଟ୍ରିମ୍ ଦେଖିବାକୁ ଚାହାଁନ୍ତି, ତେବେ ଜିଓ ସିନେମା ପ୍ରୟୋଗରେ ଲାଇଭ୍ ମ୍ୟାଚ୍ ଉପଲବ୍ଧ ହେବ |

  • ଆରମ୍ଭ ହୋଇଛି ଦୁଇ ଦିନିଆ ସମରାଭ୍ଯାସ, ୧୮ ରୁ ଉର୍ଦ୍ଧ୍ବ ବିଭାଗ କରିବେ ରଣକୌଶଳ ପ୍ରଦର୍ଶନ

    ଆରମ୍ଭ ହୋଇଛି ଦୁଇ ଦିନିଆ ସମରାଭ୍ଯାସ, ୧୮ ରୁ ଉର୍ଦ୍ଧ୍ବ ବିଭାଗ କରିବେ ରଣକୌଶଳ ପ୍ରଦର୍ଶନ

    ପାରାଦ୍ଵୀପରେ ଆରମ୍ଭ ହୋଇଛି ଦୁଇ ଦିନିଆ ମିଳିତ ସମରାଭ୍ଯାସ । ଆତଙ୍କବାଦୀ ଆକ୍ରମଣ ପରେ ଉପକୂଳର ସୁରକ୍ଷା ପାଇଁ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ତରଫରୁ ପ୍ରତ୍ୟକ ବର୍ଷ ଦୁଇଥର ଆୟୋଜିତ ହେଉଛି ଏହି ମିଳିତ ସମରାଭ୍ୟାସ ‘ସାଗର କବଚ’। ଏହି ମିଳିତ ସମରାଭ୍ୟାସରେ ଜଳପଥରେ ହେଉଥିବା ଆତଙ୍କବାଦୀ ଆକ୍ରମଣ ଓ ଅନୁପ୍ରବେଶକାରୀଙ୍କୁ କିପରି ପ୍ରତିରୋଧ କରାଯାଇପାରିବ ଏହାର ସମସ୍ତ କଳାକୌଶଳ ପ୍ରଦର୍ଶନ କରିବେ ୧୮ ରୁ ଉର୍ଦ୍ଧ୍ବ ବିଭାଗ।

    ଗଭୀର ସମୁଦ୍ରରେ ଇଣ୍ଡିଆନ ନ୍ୟାଭି, କୂଳରେ କୋଷ୍ଟଗାର୍ଡ , ମେରାଇନ ପୋଲିସ ଓ ମତ୍ସ୍ଯ ବିଭାଗ ପଇଁତରା ମାରିବା ସହିତ ଅନ୍ୟ ବିଭାଗ ଗୁଡିକ ସ୍ଥଳଭାଗରେ ଉପକୂଳକୁ ସୁରକ୍ଷା ଯୋଗାଉଛନ୍ତି। ୧୮ ରୁ ଉର୍ଦ୍ଧ୍ବ ବିଭାଗକୁ ଦୁଇ ଭାଗରେ ବିଭକ୍ତ କରାଯିବ । ଗୋଟିଏ ବିଭାଗ ରେଡ ଟିମ ଆତଙ୍କବାଦୀ ରୂପରେ ଜଳପଥରୁ ଆସି ସ୍ଥଳପଥରେ ଆକ୍ରମଣ କରିବାକୁ ଯୋଜନା କରିବେ ଏବଂ ଏହି ଆକ୍ରମଣକୁ ପଣ୍ଡ କରିବା ପାଇଁ ଆଉ ଗୋଟିଏ ବିଭାଗ (ବ୍ଲୁ ଟିମ) ସ୍ଥଳଭାଗରେ ପ୍ରତିରୋଧ କରିବା ସହିତ ଆକ୍ରମଣ ଉଦ୍ୟମକୁ ପଣ୍ଡକରିବେ ।

    ଚଳିତବର୍ଷ କମ୍ପାଇଣ୍ଡ କୋଷ୍ଠାଲ ଏକ୍ସରସାଇଜ ସାଗର କବଚ -୧ କାଯ୍ୟକ୍ରମ ରେ ଭାଗ ନେଉଛନ୍ତି ୧୮ ରୁ ଉର୍ଦ୍ଧ୍ବ ବିଭାଗ । ୨୬.୧୧ ମୁମ୍ବାଇ ଆକ୍ରମଣ ପରେ ସମଗ୍ର ଭାରତ ବର୍ଷରେ ଥିବା ଉପକୂଳ ବନ୍ଦର ମାନଙ୍କରେ ଆୟୋଜିତ ହେଉଛି ଏହି ମିଳିତ ସମରାଭ୍ୟାସ ।

  • ଦୀର୍ଘ ଦିନରୁ ଚାଲିଥିଲା ଗୋଟିଏ ଘରେ ଦେହ ବ୍ୟବସାୟ, ଶେଷରେ କାବୁକଲେ ଗ୍ରାମବାସୀ

    ଦୀର୍ଘ ଦିନରୁ ଚାଲିଥିଲା ଗୋଟିଏ ଘରେ ଦେହ ବ୍ୟବସାୟ, ଶେଷରେ କାବୁକଲେ ଗ୍ରାମବାସୀ

    ବାଲେଶ୍ଵର ଜିଲା ନୀଳଗିରିର ମିତ୍ରପୁର ଅଞ୍ଚଳରେ ସେକ୍ସ ରାକେଟ ଠାବ। ପୋଲିସ ପାଞ୍ଚ ଜଣଙ୍କୁ କାବୁ କରିବା ସହ ଦୁଇଟି ବାଇକ ଓ ଗୋଟିଏ କାର ଜବଦ କରିଛି। ସୂଚନା ମୁତାବକ, ମିତ୍ରପୁରର ମଖାପଦା ଗ୍ରାମରେ ଦୁଇ ଅଚିହ୍ନା ଯୁବକ ସନ୍ଦିଗ୍ଧ ଅବସ୍ଥାରେ ଘୁରିବୁଲୁଥିବା ଦେଖି, ସେମାନଙ୍କ ଗତିବିଧି ଉପରେ ନଜର ରଖିବା ପରେ ଘଟଣା ଲୋକଲୋଚନକୁ ଆସିଛି। ଗ୍ରାମବାସୀମାନେ ଉଭୟଙ୍କୁ ଅଟକ ରଖିବା ସହିତ ମାଡ ମାରିଥିଲେ ।

    ଖବରପାଇ ନୀଳଗିରି ପୋଲିସ ମଖାପଦା ଗ୍ରାମରେ ପହଞ୍ଚି ରାଣୀ ମହୁମାଛି ସମେତ ଦୁଇ ଯୁବତୀ ଓ ଦୁଇ ଯୁବକଙ୍କୁ ଉଦ୍ଧାର କରିଥିଲା। ପୋଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ କରିବା ପରେ ଘଟଣାର ସତ୍ୟତା ଜଣାପଡ଼ିଥିଲା। ପୋଲିସ ଜାଣିବାକୁ ପାଇଛି ଦୀର୍ଘଦିନ ଧରି ଏଠାରେ ସେକ୍ସ ରକେଟ ଚାଲୁଥିଲା। ଘର ମାଲିକ ମାଲିକାଣୀଙ୍କ ସହାୟତାରେ ମିତ୍ରପୁରରୁ ରାଜଧାନୀକୁ ଚେର ଲମ୍ବିଛି। ଧରା ପଡିଥିବା ଦୁଇ ଯୁବତୀଙ୍କ ମଧ୍ଯରୁ ଜଣଙ୍କ ଘର ମୟୁରଭଞ୍ଜ ଉଦଳାରେ ହୋଇଥିବା ବେଳେ ଅନ୍ୟ ଯୁବତୀ ଭୁବନେଶ୍ବରର ବୋଲି ଜଣାପଡିଛି।

    ସେହିପରି ଯୁବକ ମଧ୍ଯରୁ ଜଣଙ୍କ ଘର ଉଦଳା ଓ ଅନ୍ୟ ଯୁବକ ବାଲେଶ୍ଵର ଜିଲ୍ଲାର। ପୋଲିସ ପଚାର ଉଚରା ପରେ ରାଣୀ ମହୁମାଛି ସମେତ ଦୁଇ ଗରାଖଙ୍କୁ କୋର୍ଟ ଚାଲାଣ କରିଛି ଓ ଦୁଇ ଯୁବତୀଙ୍କୁ ସୁଧାର ଗୃହକୁ ପଠାଇଦେଇଛି ।

  • ଉଦ୍ଧାର ହେଲା ବଜ୍ରକାପ୍ତା, ଦୁଇ ଗିରଫ

    ଉଦ୍ଧାର ହେଲା ବଜ୍ରକାପ୍ତା, ଦୁଇ ଗିରଫ

    ଉଦ୍ଧାର ହେଲା ବଜ୍ରକାପ୍ତା । ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବନ ବିଭାଗ । ଦୀର୍ଘ ୧୮ ଦିନ ର ବ୍ୟବଧାନ ପରେ ଦୁଇ ଅଭିଯୁକ୍ତ ଭାଇ ଙ୍କୁ ଗିରଫ କରିବାରେ ସଫଳ ହୋଇଛି ସୁକିନ୍ଦା ବନ ବିଭାଗ, ସୂଚନା ଥାଉକି ଗତ ଏକ ତାରିଖ ଦିନ ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ଅନ୍ତର୍ଗତ ଗୋବରଘାଟି ଗ୍ରାମ ନିକଟରେ ଦୁଇ ଅଭିଯୁକ୍ତ ଚୈତନ୍ୟ ବିନ୍ଧାଣି ଏବଂ ସନାତନ ବିନ୍ଧାଣି ଏକ ବଜ୍ରକାପ୍ତାକୁ ଶିକାର କରି ଚୋରା ଚାଲାଣ କରିବାକୁ ଯୋଜନା କରୁଥିବା ବେଳେ କୌଣସି ସୂତ୍ର ରୁ ଖବର ପାଇ ସୁକିନ୍ଦା ରେଞ୍ଜର ବିପିନି ବିହାରୀ ରାଉତରାୟ ଙ୍କ ନିର୍ଦ୍ଧେଶ କ୍ରମେ ବନବିଭାଗର କର୍ମଚାରୀ ମାନେ ଅଭିଯୁକ୍ତଙ୍କ ପିଛା କରିଥିଲେ,ମାତ୍ର ବଜ୍ରକାପ୍ତା କୁ ରାସ୍ତା ରେ ଛାଡି ଅଭଯୁକ୍ତ ମାନେ ଘଟଣା ସ୍ଥଳରୁ ଫେରାର ହେବାରେ ସକ୍ଷମ ହୋଇଥିଲେ, ପରେ ଘଟଣା ସ୍ଥଳ ରୁ ବନବିଭାଗ କର୍ମଚାରୀ ମାନେ ବଜ୍ରକାପ୍ତା କୁ ଉଦ୍ଧାର କରି ତାର ସ୍ୱାସ୍ଥ୍ୟ ପରୀକ୍ଷା ସହିତ ସୁକିନ୍ଦା ନିକଟସ୍ଥ ଜଙ୍ଗଲ ରେ ଛାଡି ଦେଇଥିଲେ, ତେବେ ଫେରାର ଅଭିଯୁକ୍ତ ଙ୍କୁ ଧରିବା ପାଇଁ ବିଭିର୍ନ ସ୍ଥାନ ରେ ସୁକିନ୍ଦା ବନବିଭାଗ ତରଫ ରୁ ଚଢ଼ାଉ କରଯାଇ ମଙ୍ଗଳବାର ଦିନ କଳିଙ୍ଗନଗର ଥାନା ଅନ୍ତର୍ଗତ ଗୋବରଘାଟି ଟାଟା କଲୋନୀ ନିକଟ ରୁ ଦୁଇ ଅଭିଯୁକ୍ତ ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି l

  • ରୁଷରେ ପୁଣି ରାଷ୍ଟ୍ରପତି ହେଲେ ପୁତିନ, ଗ୍ରହଣ କରିପାରୁନି ଆମେରିକା

    ରୁଷରେ ପୁଣି ରାଷ୍ଟ୍ରପତି ହେଲେ ପୁତିନ, ଗ୍ରହଣ କରିପାରୁନି ଆମେରିକା

    ଋଷରେ ପୁନଶ୍ଚ ୮୭.୯୭ ପ୍ରତିଶତ ଭୋଟ୍ ପାଇ ରାଷ୍ଟ୍ରପତି ହୋଇଛନ୍ତି ଭ୍ଲାଦିମିର୍ ପୁତିନ୍ । ତେଣୁ ସେ ଏବେ ୨୦୩୦ ପର୍ଯ୍ୟନ୍ତ ରହିବେ ରୁଷର ରାଷ୍ଟ୍ରପତି । ଯାହାକୁ ନେଇ ମୁହଁ ଖୋଲିଛି ଆମେରିକା । ଆମେରିକା କହିଛି ରୁଷରେ ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ ଅନୁଷ୍ଠିତ ହୋଇନାହିଁ, ତେଣୁ ଏହି ଫଳାଫଳ ସଠିକ୍ ନୁହେଁ । ହେଲେ ବିଶ୍ବର ଅନେକ ବଡ ନେତା ଅଛନ୍ତି ଯେଉଁମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏଥିସହିତ ରୁଷ ସହିତ ସମ୍ପର୍କ ମଜବୁତ କରିବା ପାଇଁ ମଧ୍ୟ ଅଣ୍ଟା ଭିଡିଛନ୍ତି ।

    ତେବେ ମାର୍ଚ୍ଚ ୧୫ ରୁ ମାର୍ଚ୍ଚ `୧୭ ପର୍ଯ୍ୟନ୍ତ ୩ ଦିନ ଧରି ରୁଷରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ପୁତିନଙ୍କ ବିପୁଳ ବିଜୟ ପରେ ତାଙ୍କ ଉପରେ ଏବେ ସମସ୍ତଙ୍କ ନଜର । କାରଣ ଦୀର୍ଘ ଦିନ ଧରି ଚାଲିଥିବା ରୁଷ-ୟୁକ୍ରେନ ଯୁଦ୍ଧା ପାଇଁ ମାନବାଧିକାର ପାଇଁ ଅନେକ ଦେଶ ଉଦବେଗ ପ୍ରକାଶ କରିଛନ୍ତି । ଅନ୍ୟପଟେ ଅନେକ ଦେଶ ଋଷ ସହିତ କୁଟନୈତିକି ସମ୍ପର୍କ ଆହୁରି ମଜବୁତ କରିବାକୁ ଚାହୁଁଛନ୍ତି ।

    ପୁଟିନଙ୍କ ବିଜୟ ପରେ ସାଉଦି କ୍ରାଉନ୍ ପ୍ରିନ୍ସ ମହମ୍ମଦ ବିନ୍ ସଲମାନ ପୁଟିନଙ୍କୁ ଡାକି ତାଙ୍କୁ ଅଭିନନ୍ଦନ ଜଣାଇବା ସହ ଉଭୟ ଦେଶର ବିକାଶ ପାଇଁ ମିଳିତ ଭାବେ କାର୍ଯ୍ୟ କରିବାକୁ ଗୁରୁତ୍ୱାରୋପ କରିଥିଲେ। ସେହିପରି ଚୀନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଲିନ ଜିଆନ ପୁତିନଙ୍କୁ ଅଭିନନ୍ଦନ ଜଣାଇ ମସ୍କୋ ଏବଂ ବେଜିଂ ମଧ୍ୟରେ ସମ୍ପର୍କର ବିକାଶ ଜାରି ରହିବ ବୋଲି କହିଥିଲେ ।

    ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ପୁତିନଙ୍କୁ ଅଭିନନ୍ଦନ ଜଣାଇ ଲେଖିଛନ୍ତି, ଆଗାମୀ ଦିନରେ ରୁଷ ସହିତ ରଣନୀତିକ ଭାଗିଦାରୀକୁ ଆହୁରି ଆହୁରି ମଜବୁତ କରିବାକୁ ଭାରତ ଆଶା କରୁଛି ।

    ସେହିପରି ଫୋନ୍ ଯୋଗେ ତୁର୍କୀ ରାଷ୍ଟ୍ରପତି ଏରଦାନ୍ ମଧ୍ୟ ପୁଟିନଙ୍କୁ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି । ଇରାନ ରାଷ୍ଟ୍ରପତି ମଧ୍ୟ ପୁଟିନଙ୍କୁ ଏକ ବାର୍ତ୍ତା ମାଧ୍ୟମରେ ଅଭିନନ୍ଦନ ଜଣାଇଛନ୍ତି । ଇରାନ ସର୍ବଦା ପୁତିନଙ୍କ ଏକ ଘନିଷ୍ଠ ବନ୍ଧୁ ହିସାବରେ କାର୍ଯ୍ୟ କରିଆସୁଛି ।

    ଉତ୍ତରକୋରିଆର ଏକଛତ୍ରବାଦୀ ଶାସକ ତଥା ରାଷ୍ଟ୍ରପତି କିମ୍ ଜୋଙ୍ଗ ଉନ୍ ମଧ୍ୟ ପୁତିନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହା ବ୍ୟତୀତ ବେଲାରୁଷ, ମିଆଁମାର, ଅଜରବେଇଜାନ, କାଜାଖସ୍ତାନ, କିର୍ଗିଜସ୍ଥାନ, ତାଜିକିସ୍ତାନ ଏବଂ ଉଜବେକିସ୍ତାନ ଭଳି ଦେଶର ନେତାମାନେ ମଧ୍ୟ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

  • ସିଏଏ ବିରୋଧୀ ୨୦୦ରୁ ଊର୍ଦ୍ଧ୍ବ ଆବେଦନ ଉପରେ ଶୁଣାଣି

    ସିଏଏ ବିରୋଧୀ ୨୦୦ରୁ ଊର୍ଦ୍ଧ୍ବ ଆବେଦନ ଉପରେ ଶୁଣାଣି

    ସୁପ୍ରିମ କୋର୍ଟରେ ନାଗରିକ ସଂଶୋଧନ ଆଇନ ୨୦୧୯ ଓ ନାଗରିକ ସଂଶୋଧନ ନିୟମ ୨୦୨୪। ସିଏଏ ଉପରେ କୌଣସି ପ୍ରକାରର ରୋକ ଲଗାଇବାକୁ ସୁପ୍ରିମ କୋର୍ଟଙ୍କ ନା। ୩ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ କେନ୍ଦ୍ରକୁ କରିଛନ୍ତି ନୋଟିସ। ତେବେ ଶୁଣାଣି କାଳରେ ସିଜେଆଇ କେନ୍ଦ୍ରକୁ ରୋକ ଲଗାଇବା ଉପରେ ଜବାବ ରଖିବାକୁ କେତେ ସମୟ ଆବଶ୍ୟକ ବୋଲି ପଚାରିଥିଲେ। କେନ୍ଦ୍ର ଏଥିପାଇଁ ୪ ସପ୍ତାହ ମାଗିଥିବା ବେଳେ କୋର୍ଟ ୩ ସପ୍ତାହ ସମୟ ଦେଇଛନ୍ତି।

    ଦେଶବ୍ୟାପୀ ସିଏଏ କୁ ନେଇ ଜାରି ବିରୋଧ ଭିତରେ ଆଜି ସର୍ବୋଚ୍ଚ ନ୍ୟାୟାଳୟର ତିନି ଜଣିଆ ଖଣ୍ଡପୀଠରେ ଆରମ୍ଭ ହୋଇଛି ଶୁଣାଣି। ଜଷ୍ଟିସ ଜେ ବି ପର୍ଦିୱାଲା, ଜଷ୍ଟିସ ମନୋଜ ମିଶ୍ରଙ୍କୁ ନେଇ ସିଜେଆଇ ଡି ୱାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କରିଛନ୍ତି ୨୩୭ ଯାଚିକାର ଶୁଣାଣି । ଗତ ମାର୍ଚ୍ଚ ୧୧ ତାରିଖରେ କେନ୍ଦ୍ର ସରକାର ପକ୍ଷରୁ ସିଏଏ ଲାଗୁ ପାଇଁ ବିଜ୍ଞପ୍ତି ଜାରି ପରେ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ପାକିସ୍ତାନ, ଆଫଗାନିସ୍ତାନ, ବାଙ୍ଗଲାଦେଶରୁ ଆସି ଭାରତରେ ଶରଣ ନେଇଥିବା ହିନ୍ଦୁ, ପାର୍ଶୀ, ଖ୍ରୀଷ୍ଟିଆନ, ଜୈନ ଓ ବୌଦ୍ଧ ଧର୍ମାବଲମ୍ବୀ ଶରଣାର୍ଥୀଙ୍କ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏହା ପରେ ଆରମ୍ଭ ହୋଇଛି ବିବାଦ। ଏହି ଆଇନ ଉପରେ ସ୍ଥଗିତାଦେଶ ଜାରି କରିବାକୁ ଆବେଦନ ହୋଇଛି।

    ମୁଖ୍ୟତଃ ଇଣ୍ଡିଆନ ୟୁନିୟନ ମୁସଲିମ ଲିଗ ବା ଆଇୟୁଏମଏଲ, ଡେମୋକ୍ରାଟିକ ୟୁଥ ଫ୍ରଣ୍ଟ ଅଫ ଇଣ୍ଡିଆ ବା ଡିୱାଇଏଫଆଇ, ସିପିଆଇ (ଏମ)ର ଯୁବ ୱିଙ୍ଗ, ଅଲ ଆସାମ ଷ୍ଟୁଡେଣ୍ଟ୍ସ ୟୁନିୟନ ବଏଓଏସୟୁ,ଏଆଇଏମଆଇଏମ ପରି ବହୁ ବିରୋଧୀ ଦଳ ପକ୍ଷରୁ ଏହି ଅପିଲ କରାଯାଇଛି। ସୁପ୍ରିମ କୋର୍ଟ ସମସ୍ତ ୨୩୭ ମାମଲାକୁ ଏକତ୍ର ଶୁଣାଣି କରିବାକୁ ନେଇଥିଲେ ନିଷ୍ପତ୍ତି।ତେବେ କାହିଁକି ସିଏଏକୁ ହେଉଛି ବିରୋଧ? ବିରୋଧୀଙ୍କ ମତ, ଏହି ଆଇନ ମୁସଲମାନଙ୍କ ପ୍ରତି ଭେଦଭାବ ଆଧାରିତ ଆଇନ। ଧର୍ମ ଆଧାରରେ ଆଇନ ହୋଇଥିବାକୁ ନେଇ ବିରୋଧୀ ପ୍ରଶ୍ନ କରିଛନ୍ତି। ଏହା ସମ୍ବିଧାନର ଧର୍ମନିରପେକ୍ଷତା, ସିଦ୍ଧାନ୍ତ ଓ ଭାବନା ବିରୋଧୀ ବୋଲି ଅଭିଯୋଗ କରାଯାଇଛି। ଏଥିସହ ଲୋକସଭା ନିର୍ବାଚନକୁ ଆଖିରେ ରଖି ଏହି ଆଇନକୁ କେନ୍ଦ୍ର ଭୋଟବ୍ୟାଙ୍କ ହାତେଇବା ଲକ୍ଷ୍ୟରେ ଜାରି କରିଥିବା କୁହାଯାଇଛି। ଯାହାକୁ ନେଇ ସୁପ୍ରିମକୋର୍ଟଙ୍କ ନୋଟିସର ଉତ୍ତରରେ କେନ୍ଦ୍ର କହିଥିଲା, ବର୍ତ୍ତମାନ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଇନ ଲାଗୁ ହୋଇନାହିଁ। ଶୁଣାଣି ସରିବା ପରେ ସିଏଏ ଲାଗୁହେବ।

  • କେନ୍ଦ୍ର ମନ୍ତ୍ରୀମଣ୍ଡଳରୁ ଓହରିଗଲେ ରାଷ୍ଟ୍ରୀୟ ଜନଶକ୍ତି ପାର୍ଟି ପ୍ରତିଷ୍ଠାତା

    କେନ୍ଦ୍ର ମନ୍ତ୍ରୀମଣ୍ଡଳରୁ ଓହରିଗଲେ ରାଷ୍ଟ୍ରୀୟ ଜନଶକ୍ତି ପାର୍ଟି ପ୍ରତିଷ୍ଠାତା

    ଅସହ୍ୟ ହେଲା ଅଣଦେଖା। ମନ୍ତ୍ରୀପଦରୁ ଇସ୍ତଫା ଦେଲେ କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରୀ ପଶୁପତି ପାରସ। ମଙ୍ଗଳବାର ମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ କହିଛନ୍ତି କି, ମୋ ସହ ଓ ମୋ ଦଳ ସହ ହୋଇଛି ଅନ୍ୟାୟ। ସେଥିପାଇଁ ଇସ୍ତଫା ଦେଲି। ତେବେ ଏନଡିଏର ମେଣ୍ଟ ଘୋଷଣା ପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି କୃତଜ୍ଞତା ଜାହିର କରିଛନ୍ତି। ପରାସଙ୍କ ପୁତୁରା ଚିରାଗ ପାସୱାନଙ୍କ ଲୋକ ଜନଶକ୍ତି ପାର୍ଟିକୁ ଏନଡିଏରେ ସାମିଲ କରିବା ସହ ସିଟ ସେୟାରିଂ ପରେ ଏପରି ନିଷ୍ପତ୍ତି ନେଇଛନ୍ତି ପାରସ। ଏବେ ଦାଦା ପୁତୁରା ମୁହାଁମୁହିଁ।

    ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୪୦୦ ପାର ମିଶନରେ ଏନଡିଏ ପ୍ରଥମପାଳିର ସମସ୍ତ ସଦସ୍ୟ ଦଳଙ୍କୁ ଏକତ୍ରିତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଆରମ୍ଭ ହୋଇଛି ସିଟ ବୁଝାମଣା ପ୍ରକ୍ରିୟା। ସେଥିପାଇଁ ବିହାରରେ ବିଜେପି ନିତିଶ କୁମାରଙ୍କ ଜେଡିୟୁ ଓ ଚିରାଗ ପାଶୱାନଙ୍କ ଲୋକ ଜନଶକ୍ତି ପାର୍ଟି ସହ କରିଛି ମେଣ୍ଟ। ବିହାର ନିର୍ବାଚନରେ ବିଜେପି ୧୭, ଜେଡିୟୁ ୧୬ ଓ ଏଲଜିପି ୫ ଓ ଉଭୟ ଜିତନରାମ ମାଝି ଓ ଉପେନ୍ଦ୍ର କୁଶୱାହାଙ୍କ ଦଳ ଗୋଟିଏ ଲେଖା ସିଟରେ ଲୋକସଭା ନିର୍ବାଚନ ଲଢିବେ। ହେଲେ ଏହି ମେଣ୍ଟ ବୁଝାମଣାରେ ପଶୁପତି ପାରସଙ୍କ ଦଳକୁ ମିଳିନି ସ୍ଥାନ। ଅନ୍ୟପଟେ ଇସ୍ତଫା ପୂର୍ବରୁ ଶୁକ୍ରବାର ଦିନ ରାଷ୍ଟ୍ରୀୟ ଲୋକ ଜନଶକ୍ତି ପାର୍ଟି ପ୍ରମୁଖ ପଶୁପତି ପାରସ କହିଥିଲେ କି, ସେ ହାଜିପୁର ସିଟରୁ ଲୋକସଭା ନିର୍ବାଚନ ଲଢିବେ।

    ଏଥିସହ ଆହୁରି କହିଥିଲେ କି, ତାଙ୍କ ଦଳର ଅନ୍ୟ ସାଂସଦମାନେ ୨୦୧୯ରେ ଯେଉଁ ସବୁ ସିଟରୁ ନିର୍ବାଚନ ଜିତିଥିଲେ ସେହି ଆସନରୁ ଲଢିବେ। ଏପରି ଘୋଷଣା ଥିଲା ଏନଡିଏରେ ଏଲଜିପି ସାମିଲ ହେବାର ପାର୍ଶ୍ବ ପ୍ରତିକ୍ରିୟା। ତେବେ ଏନଡିଏ ତାର ପ୍ରଥମ ସହଯୋଗୀ ଦଳଙ୍କୁ ସାମିଲ କରୁଥିବାରୁ ପାରସଙ୍କୁ ବାଦ ଦେଇ ଚିରାଗ ପାସୱାନଙ୍କୁ ସାମିଲ କରିଛି। କାରଣ ଚିରାଗଙ୍କ ପିତା ରାମ ବିଳାସ ପାସୱାନ ବାଜପେୟୀ ସରକାରର ସହଯୋଗୀ ଦଳ ହୋଇଥିବା ବେଳେ ମୋଦିଙ୍କ ପ୍ରଥମ ପାଳିରେ ରାମବିଳାସ ସାମିଲ ହୋଇ ମନ୍ତ୍ରୀପଦ ପାଇଥିଲେ। ୨୦୧୯ରେ ପାସୱାନଙ୍କୁ ରାଜ୍ୟସଭାକୁ ପଠାଇଥିଲା ବିଜେପି। କିନ୍ତୁ ୨୦୨୦ରେ ରାମବିଳଶଙ୍କ ମୃତ୍ୟୁପରେ ଲୋକଜନଶକ୍ତି ପାର୍ଟି ବିଭାଜିତ ହୋଇଗଲା ଦାଦା ପଶୁପତି ଓ ପୁତୁରା ଚିରାଗଙ୍କ ମଧ୍ୟରେ। ସେତେବେଳେ ବିଜେପି ପଶୁପତିଙ୍କୁ ସାଙ୍ଗରେ ନେଇ ଦ୍ବାତୀୟ ପାଳି ପୂରା କରିବା ପରେ ଏବେ ଚିରାଗଙ୍କୁ ସାଙ୍ଗରେ ନେଇ ଆଗେଇବାକୁ ଚାହୁଁଛି।

  • ମହାରାଷ୍ଟ୍ରରେ I.N.D.I.A ମେଣ୍ଟରେ ଏହି ଦୁଇ ଦଳର କୌଣସି ସ୍ଥାନ ନାହିଁ, ଉଦ୍ଧବ ଏବଂ ପାୱାର ଦଳକୁ କେତେ ସିଟ୍ ?

    ମହାରାଷ୍ଟ୍ରରେ I.N.D.I.A ମେଣ୍ଟରେ ଏହି ଦୁଇ ଦଳର କୌଣସି ସ୍ଥାନ ନାହିଁ, ଉଦ୍ଧବ ଏବଂ ପାୱାର ଦଳକୁ କେତେ ସିଟ୍ ?

    ମହାରାଷ୍ଟ୍ରରେ ଲୋକସଭା ନିର୍ବାଚନକୁ ନେଇ ସରଗରମ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଏହି ସମୟରେ ଏନଡିଏ ବିରୋଧରେ ଲଢୁଥିବା ବିରୋଧୀ ମେଣ୍ଟ I. N. D. I. Aରେ ଏହି ଆସନ ଗୁଡିକ ଭଗବଣ୍ଟା ହୋଇଯାଇଛି ବୋଲି ସୂତ୍ରରୁ ପ୍ରକାଶ। ମାର୍ଚ୍ଚ ୨୧ ରେ ମହାରାଷ୍ଟ୍ର ରେ ସିଟ୍ ବଣ୍ଟନ ଘୋଷଣା କରାଯାଇପାରେ | I. N. D. I. A ମିଳିତ ମେଣ୍ଟ ରେ ଶିବସେନା ଉଦ୍ଧବ ଠାକରେ ୨୩ ଟି, କଂଗ୍ରେସ ୧୯ ଏବଂ ଏନସିପି ଶରଦ ପାୱାର ଦଳ ୬ ଟି ସିଟ୍ ପାଇବାର ସମ୍ଭାବନା ରହିଛି। ଯେଉଁଠି ରାଜୁ ଶେଟ୍ଟୀ ଏବଂ ପ୍ରକାଶ ଆମ୍ବେଦକରଙ୍କ ଦଳ I. N. D. I. A ମିଳିତ ମେଣ୍ଟରୁ ବାହାରେ ବୋଲି ଶୁଣିବାକୁ ମିଳୁଛି ।

    ସୂତ୍ରରୁ ଯାହା ଜଣାଯାଏ , ମୁମ୍ବାଇର ୪ ଟି ଆସନ ଶିବସେନାର ଉଦ୍ଧବ ଥାକରେ ଦଳକୁ ଦିଆଯାଇଥିବାବେଳେ କଂଗ୍ରେସକୁ ଦୁଇଟି ଆସନ ଦିଆଯାଇପାରେ। ୧୯ ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଉପରେ ଆଲୋଚନା କଂଗ୍ରେସ ଦ୍ୱାରା ଶେଷ ହୋଇଛି। ବୁଧବାର (ସି ଇ ସି) ବୈଠକରେ ମହାରାଷ୍ଟ୍ରର ଆସନ ଉପରେ ମଧ୍ୟ ଆଲୋଚନା ହୋଇପାରେ । ସେପଟେ କଂଗ୍ରେସ ଗୁରୁବାର ତାର ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିପାରେ।

    ଅନ୍ୟପଟେ, ଏମଏନଏସ ମୁଖ୍ୟ ରାଜ ଠାକରେଙ୍କ ଏନଡିଏରେ ଯୋଗଦେବା ନେଇ ଆଲୋଚନା ତୀବ୍ର ହୋଇଚାଲିଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ରାଜ ଠାକରେଙ୍କ ସାକ୍ଷାତ ପରେ ମହାରାଷ୍ଟ୍ରର ରାଜନୈତିକ ତାପମାତ୍ରା ପାରା ବଢ଼ିବାରେ ଲାଗିଛି। ଏହି ସମୟରେ ଶିବସେନା (ୟୁବିଟି) ସାଂସଦ ପ୍ରିୟଙ୍କା ଚତୁର୍ବେଦୀଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି।ସେ କହିଛନ୍ତି ବିଜେପି କୁ ରାଜ ଠାକରେ ତାଙ୍କ ଦଳ ଯୋଗଦେଲେ କୌଣସି ଫାଇଦା ମିଳିବ ନାହିଁ। ଏଥି ସହିତ ପ୍ରିୟଙ୍କା ଚତୁର୍ବେଦୀ କହିଛନ୍ତି ଯେ ମହାରାଷ୍ଟ୍ରରେ ବିଜେପିର ଆତ୍ମବିଶ୍ୱାସ ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି ଯେ ୪୦୦ ଅତିକ୍ରମ କରିବାର ସ୍ଲୋଗାନ ଦେଉଥିବା ବିଜେପି ପାଖରେ ୨୦୦ ମଧ୍ୟ ଅତିକ୍ରମ କରିବାର ଆତ୍ମବିଶ୍ୱାସ ନାହିଁ। ସେ କହିଛନ୍ତି ଯେ ମହାରାଷ୍ଟ୍ରରେ ଦୁଇ ଦଳ ଅଲଗା ହେବା ପରେ ମଧ୍ୟ ଲୋକମାନେ ବିଜେପି ସମର୍ଥନରେ ନାହାଁନ୍ତି।

  • ten Greatest Credit card casino red box Casinos For Online gambling Inside

    Gaming sites features lots of systems absolutely help stay in handle for example deposit limitations and you may date outs. If you think you aren’t accountable for your playing following find let immediately from BeGambleAware otherwise Gamcare. Casino sites you to definitely capture PayPal create show to be quite popular due to the swift and you can difficulty-100 percent free process of and then make one another deposits, as well as the rate from which withdrawals is administered. (more…)