ରାଜସ୍ୱ ଆଦାୟ କରିବାକୁ ସରକାରର ନୂଆ ନୀତି

ରାଜ୍ୟ ସରକାର ରାଜସ୍ୱ ଆଦାୟ କରିବାକୁ ଆପଣାଇଛନ୍ତି ଅଭିନବ ଉପାୟ। ରାଜରାସ୍ତାରେ ଗାଡି ଚଳାଇବାରେ ସାମାନ୍ୟତମ ତ୍ରୁଟି ହେଲେ ଗଣିବାକୁ ହେବ ଜରିମାନା। ଏନେଇ ପରିବହନ ବିଭାଗ ପକ୍ଷରୁ ବିଭାଗୀୟ ଅଧିକାରୀଙ୍କୁ ଦିଆଯିବ ଟାର୍ଗେଟ।  ଇ ଚାଲାଣ ଓ ଜରିମାନା ଆଦାୟ କରିବାକୁ ବିଭାଗ ଅଧିକାରୀଙ୍କୁ କରାଯାଇଛି ତାଗିଦ। 

ଏଥିସହ ସବୁ ଆରଟିଓ, ଏମଭିଆଇ ଓ ଡିଏସଟିଙ୍କୁ  ମୋଟର ଭେହିକିଲ ନିୟମରେ ଉଲ୍ଲଙ୍ଘନ ପାଇଁ ଜରିମାନା କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। 20220-23 ଆର୍ଥିକ ବର୍ଷର ଗାଡି ଚଳାଚଳ ଓ ଅନ୍ୟ ତଥ୍ୟ ଆଧାରରେ ଲକ୍ଷ୍ୟ ନିର୍ଦ୍ଧାରଣ ହୋଇଛି। ଇଚାଲାଣ ଓ ଜରିମାନାରୁ 141କୋଟି 90 ଲକ୍ଷ ଆଦାୟ କରିବାକୁ ଅଧିକାରୀଙ୍କୁ କଣ୍ଟ ଦିଆ ଯାଇଛି। ସେହିପରି 2023-24 ବର୍ଷ ପାଇଁ ଲକ୍ଷ୍ୟ ରହିଛି।

ତେବେ ବିଗତ ଦିନରେ ଆରଟିଓକୁ ଏମିତି କୌଣସି ଟାର୍ଗେଟ କରାଯାଇ ନ ଥିଲା ବେଳେ ଦୁର୍ଘଟଣା ଓ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ହ୍ରାସ ପାଇଁ ଏହି ଉପାୟ ଆପଣା ଯାଇଥିବା କୁହାଯାଉଛି। ବିଗତ ଦିନରେ ଚଢାଉ ଓ ଜରିମାନା କାରଣରୁ ଦୁର୍ଘଟଣା ଓ ଏଥିଜନିତ ମୃତ୍ୟୁରେ ହ୍ରାସ ହୋଇଥିବାରୁ ଏପରି ଉପାୟ ଆପଣା ଯାଇଛି। କିନ୍ତୁ ଉଦ୍ଦେଶ୍ୟମୂଳକ ଭାବେ ଜରିମାନା ଆଦାୟକୁ ସାଧାରଣ ଜନତା ନାପସନ୍ଦ କରିଛନ୍ତି। ଏହା ସରକାରର ଝିଣ୍ଟିକା ମାରି ବଣି ପୋସିବା ନୀତି ବୋଲି ଅନେକ କହିଛନ୍ତି।

Leave a Reply

Your email address will not be published. Required fields are marked *