ମୋ ଝିଅ ତା ସ୍ୱାମୀକୁ ପ୍ରଧାନମନ୍ତ୍ରୀ କରିଦେଲା: ସୁଧା ମୂର୍ତ୍ତି

ମୋ ଝିଅ ତା ସ୍ୱାମୀକୁ ପ୍ରଧାନମନ୍ତ୍ରୀ କରିଦେଇଛି। ଏପରି କହିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ଶାଶୂ। ଆଜି ମୋ ଜ୍ୱାଇଁ ଯେଉଁ ସ୍ଥାନରେ ପହଞ୍ଚିଛନ୍ତି ତା ପଛରେ ରହିଛି ମୋ ଝିଅ ଅକ୍ସାତାର ହାତ ବୋଲି କହିଛନ୍ତି ଋଶିଙ୍କ ଶାଶୂ ତଥା ଇନଫୋସିସ ମାଲିକଙ୍କ ପତ୍ନୀ ସୁଧା ମୂର୍ତ୍ତି। ସୁଧାଙ୍କ ଏକ ଭିଡିଓ ଏବେ ଜବରଦସ୍ତ ଭାଇରାଲ ହେଉଛି, ଯେଉଁଥିରେ ସେ କହୁଛନ୍ତି କି ମୋ ଝିଅ ପାଇଁ ଋଷି ବ୍ରିଟେନର ସର୍ବ କନିଷ୍ଠ ପ୍ରଧାନମନ୍ତ୍ରୀ ହୋଇଛନ୍ତି।

ସୁଧାଙ୍କ ଭିଡିଓରେ ତାଙ୍କୁ କହୁଥିବା ଦେଖିବାକୁ ମିଳୁଛି କି, ମୁଁ ମୋ ସ୍ୱାମୀଙ୍କୁ ଜଣେ ବ୍ୟବସାୟୀ କରିଛି। ମୋ ଝିଅ ତା ସ୍ୱାମୀଙ୍କୁ କରିଛି ୟୁକେର ପ୍ରଧାନମନ୍ତ୍ରୀ। ଏହାର ପଛରେ ରହିଛି ଜଣେ ସ୍ତ୍ରୀର ଗରିମା। ଦେଖନ୍ତୁ କିପରି ଜଣେ ସ୍ତ୍ରୀ ତାର ସ୍ୱାମୀଙ୍କୁ ବଦଳାଇ ଦେଇପାରେ। ଝିଅଙ୍କୁ ନେଇ ଗୌରବାନ୍ୱିତ ହେଉଥିବା ସୁଧା କିନ୍ତୁ ତାଙ୍କ ସ୍ୱାମୀଙ୍କୁବଦଳାଇ ପାରିନଥିବା କହିବା ସହ, ସ୍ୱାମୀ ଜଣେ ସଫଳ ଉଦ୍ୟୋଗପତି ହେବା ପଛରେ ତାଙ୍କ ହାତ ଥିବା କହିଛନ୍ତି। ସେ କହିଛନ୍ତି ମୁଁ ମୋ ସ୍ୱାମୀଙ୍କୁ ବଦଳାଇ ପାରି ନ ଥିବା ବେଳେ କିନ୍ତୁ ଜଣେ ଉଦ୍ୟୋଗପତି କରିଦେଲି ଆଉ ମୋ ଝିଅ ତା ସ୍ୱାମୀଙ୍କୁ ପ୍ରଧାନମନ୍ତ୍ରୀ। ସୁଧାଙ୍କ ଇନଷ୍ଟାରେ ସେ ଏପରି କହୁଥିବା ଏକ ଭିଡିଓ ପୋଷ୍ଟ କରିଛନ୍ତି।

ଏଠାରେ କହି ରଖୁଛୁ କି, 2009ରେ ଋଷି ସୁନକ ଅକ୍ସାତାଙ୍କୁ ବିବାହ କରିଥିଲେ ଓ ଏହା ପରେ ତାଙ୍କ ଜୀବନରେ ଘଟିଥିଲା ବ୍ୟାପକ ପରିବର୍ତ୍ତନ। ଜଣେ ବିଜନେସ ଆନାଲିଷ୍ଟ ଭାବେ ଏହି ଭାରତୀୟ ବଂଶୋଦ୍ଭବ ପ୍ରଧାନମନ୍ତ୍ରୀ କ୍ୟାରିୟର ଆରମ୍ଭ କରିଥିଲେ। ବିବାହ ପରେ ଶ୍ୱଶୁରଙ୍କ ଏକ କମ୍ପାନୀର ଦାୟିତ୍ୱ ନେଇଥିଲେ। କିନ୍ତୁ ପରେ ସେ ବ୍ରିଟେନ ରାଜନୀତିରେ ପ୍ରବେଶ ପୂର୍ବକ ହାସଲ କରିଥିଲେ ବିପୁଳ ସଫଳତା। ଆଉ ମାତ୍ର କିଛି ବର୍ଷ ପରେ ହୋଇଛନ୍ତି ସେଠାକାର ପ୍ରଧାନମନ୍ତ୍ରୀ। ଅକ୍ସାତାଙ୍କ ବାପା ନାରାୟଣ ମୂର୍ତ୍ତି ହେଉଛନ୍ତି ଜଣେ ଭାରତୀୟ ବିଲିୟନିୟର। ବିଶ୍ୱର ଧନୀକ ଶ୍ରେଣୀରେ ଆଇଟି ସେକ୍ଟରରେ ମାଇଲ ଖୁଣ୍ଟ ପ୍ରତିଷ୍ଠା କରିଥିବା ଇନ୍ଫୋସିସର ମାଲିକ। ଏହି ଭାରତୀୟ ଉଦ୍ୟୋଗପତିଙ୍କ ଝିଅଙ୍କୁ ବିବାହ କରିବା ପରେ ସୁନକ ମାତ୍ର 42 ବର୍ଷରେ ୟୁକେର ସର୍ବ କନିଷ୍ଠ ପ୍ରଧାନମନ୍ତ୍ରୀ ହେବାର ହାସଲ କରିଛନ୍ତି ଗୌରବ। ଯାହାକୁ ନେଇ ଶାଶୂଙ୍କର ଏପରି ଇନଷ୍ଟା ପୋଷ୍ଟ।

Leave a Reply

Your email address will not be published. Required fields are marked *