ରାୟଗଡ଼ାରେ ପୁଣି ମାଓବାଦୀ ସକ୍ରିୟ, ଗଛ ପକାଇ ରାସ୍ତା ଅବରୋଧ

କିଛି ଦିନର ନିରବତା ପରେ ରାୟଗଡ଼ାରେ ପୁଣି ମାଓବାଦୀ ସକ୍ରିୟ ହେବାକୁ ଉଦ୍ୟମ ଆରମ୍ଭ କରିଛନ୍ତି । ବିଜିଏନ ଡିଭିଜିନାଲ କମିଟି ପକ୍ଷରୁ ଗତ କିଛି ଦିନ ତଳେ ବନ୍ଦ ଡାକରା ଦିଆଯାଇଥିଲା । ଆଜି ମୋ ସଂଗଠନ ପକ୍ଷରୁ ବନ୍ଦ ପାଳନ କରାଯାଇଛି । ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକରେ ମାଓବାଦୀମାନେ ରାସ୍ତାରେ ଗଛ କାଟି ପକାଇଛନ୍ତି । ଗଛ ପକାଇ ରାସ୍ତା ଅବରୋଧ କରିଛନ୍ତି । ଏଥିସହ ସେଠାରେ ବ୍ୟାନର ଓ ପୋଷ୍ଟର ମଧ୍ୟ ମାରିଛନ୍ତି । ବିଭିନ୍ନ ଦାବି ପୂରଣ ପାଇଁ ସରକାରଙ୍କୁ ଧମକ ଦେଇଛନ୍ତି ।

ଏବେ ରାସ୍ତା ଅବରୋଧ ଥିବାରୁ ଯାଆସ କରିବା ମୁସ୍କିଲ ହୋଇଛି । ଲୋକେ ବହୁ ହଇରାଣ ହୋଇଛନ୍ତି । ଯାନବାହନ ଚଳାଚଳ ଏକପ୍ରକାର ଠପ୍ ହୋଇଯାଇଛି । ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚିନଥିବା ସୂଚନା ମିଳିଛି । ସୁରକ୍ଷାକୁ ନେଇ ସ୍ଥାନୀୟ ଲୋକେ ଚିନ୍ତା ବଢ଼ାଇଛନ୍ତି । ପୂର୍ବରୁ ୧୦ ଦଫା ଦାବି ନେଇ ଅଡିଓ ଟେପ୍ ଜାରି କରିଥିଲା ମାଓ ସଙ୍ଗଠନ ।

ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ବହୁ ମାଓବାଦୀ, ଟପ୍ ଲିଡର ଆତ୍ମସମର୍ପଣ କରିଥିଲେ । ତେଣୁ ମାଓ ହିଂସା ସାମାନ୍ୟ କମିଥିଲା । ଆଶା କରାଯାଉଥିଲା କି ରାଜ୍ୟରୁ ମାଓ ହିଂସା ପୁରାପୁରି ମୂଳପୋଛ ହେବ । ସମସ୍ତେ ସମାଜର ମୁଖ୍ୟ ସ୍ରୋତକୁ ଫେରିବେ । ଏ ଦିଗରେ ରାଜ୍ୟ ସରକାର ସମସ୍ତ ସାହାଯ୍ୟ ଓ ସହାୟତାର ହାତ ବଢ଼ାଇଥିଲା । କିନ୍ତୁ କିଛି ମାଓବାଦୀଙ୍କ ପୁଣି ଥରେ ହିଂସାକାଣ୍ଡ ଘଟାଇଛନ୍ତି । ଏପରିକି ଲୋକଙ୍କୁ ହଇରାଣ କରୁଛନ୍ତି । ସରକାରଙ୍କ ନିକଟରେ ବିଭିନ୍ନ ଦାବି ଉପସ୍ଥାପନ କରୁଛନ୍ତି ।

Leave a Reply

Your email address will not be published. Required fields are marked *