ଜଙ୍ଗଲରେ ନିଆଁ, ଜୀବଜନ୍ତୁ ଭୟଭୀତ

କେନ୍ଦୁଝର କାଇପୁର ଜଙ୍ଗଲରେ ଲାଗିଛି ନିଆଁ । କେନ୍ଦୁଝର ବନଖଣ୍ଡ ଭୂୟାଁ ଜୁଆଙ୍ଗ ପିଢ଼ ରେଞ୍ଜ ଏନଏଚ୍-49 ପାର୍ଶ୍ୱରେ ରହିଛି ଏହି ଜଙ୍ଗଲ । ପ୍ରବଳ ଗ୍ରୀଷ୍ମ ପ୍ରବାହ ଚାଲିଥିବା ବେଳେ ନିଆଁ ଲାଗିବାରୁ ବନ୍ୟଜନ୍ତୁଙ୍କ ପାଇଁ ଏହା ବିପଦ ହୋଇଛି । ଏହା ଫଳରେ ଜଙ୍ଗଲରେ । ଜାତୀୟ ରାଜପଥରେ ଯାଉଥିବା କିଛି ଗଣମାଧ୍ୟମ ପ୍ରତିନିଧି ବନ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ବନ ବିଭାଗ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା । ବହୁ ଉଦ୍ୟମ ପରେ ନିଆଁକୁ ଆୟତ୍ତ କରିଥିଲେ ବନ କର୍ମଚାରୀ ।

ରାଜ୍ୟରେ ଏବେ ଗ୍ରୀଷ୍ମଲହରୀ ଚାଲିଛି । ପ୍ରବଳ ତାତି ଅସହ୍ୟ ହେଲାଣି । ଖରାଦିନେ ବିଭିନ୍ନ ସ୍ଥାନରେ ଖାସ୍ କରି ଜଙ୍ଗଲ ଗୁଡ଼ିକରେ ନିଆଁ ଲାଗୁଛି । କେବଳ କେନ୍ଦୁଝର ନୁହଁ, ପୂର୍ବରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଏଭଳି ନିଆଁ ଲାଗିବା ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *