ଆସନ୍ତାକାଲି ଠାରୁ IPL…ଗୁଜରାଟ VS ଚେନ୍ନାଇ ଉଦଘାଟନୀ ଲଢ଼େଇ

IPL : GUJRAT VS CHENNAI

WPL ପରେ ଏବେ IPL । ଏବେ ପୁଣି ଥରେ ମୈଦାନ ପ୍ରସ୍ତୁତ । ଶୁକ୍ରବାର ଅର୍ଥାତ ଆସନ୍ତାକାଲି ଠାରୁ ଫଟାଫଟ୍ କ୍ରିକେଟ୍ IPLର ଷୋଡ଼ଶ ସଂସ୍କରଣ ଆରମ୍ଭ ହେଉଛି । ମୈଦାନରେ ରନ୍ ବର୍ଷା ହେବ । ଷ୍ଟାଡିୟମରେ ଦର୍ଶକଙ୍କ ଭିଡ଼ ଜମିବ । ସେପଟେ, ଚଳିତ ଥର କିଏ ବାଜି ମାରିବ ସେ ନେଇ ଅଙ୍କକଷା ମଧ୍ୟ ଆରମ୍ଭ ହେଲାଣି । ପଡ଼ିଆ ପ୍ରସ୍ତୁତ ଥିବାବେଳେ ଖେଳାଳି ବି ତୟାର ଅଛନ୍ତି । ମୈଦାନରେ ଲଢ଼ି ନିଜର ଯୋଶ ଦେଖାଇବେ । ବ୍ୟାଟିଂ ଓ ବୋଲିଂରେ ଖେଳାଳିମାନେ କମାଲ କରିବେ ।

ଗତଥର ପରି ଏଥର ମଧ୍ୟ ଟୁର୍ଣ୍ଣାମେଣ୍ଟରେ ଭାଗ ନେଉଛନ୍ତି ୧୦ଟି ଟିମ୍ । ମାର୍ଚ୍ଚ ୩୧ରୁ ମେ ୨୮ ଯାଏ ଦର୍ଶକମାନେ ମ୍ୟାଚର ଭରପୂର ମଜା ନେବେ । ଉଦଘାଟନୀ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିଅନ୍ ଗୁଜରାଟ ଟାଇଟନର ସାମ୍ନା କରିବ ଚେନ୍ନାଇ ସୁପର କିଙ୍ଗସ (Gujarat VS Chennai) । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ସନ୍ଧ୍ୟା ସାଢ଼େ ୭ଟାରେ ମୁହାଁମୁହିଁ ହେବେ ଦୁଇ ଟିମ୍ ।

ଟିମ୍ ଇଣ୍ଡିଆର ଟପ୍ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଗତବର୍ଷ ଗୁଜରାଟ(Gujrat)କୁ ଚାମ୍ପିଅନ୍ କରାଇଥିଲେ । ଇନଫର୍ମ ଗିଲ୍,ବିସ୍ଫୋରକ ମିଲର, ୱାଡେ, ୱିଲିୟମସନ୍, ଓଡେନ୍ ସ୍ମିଥଙ୍କ ପରି ଖେଳାଳି ଟିମରେ ଥିବାବେଳେ ଅଭିଜ୍ଞ ସାମିଙ୍କ ସହ ବିଶ୍ୱର ଟପ୍ ସ୍ପିନର ରସିଦ ଖାନ ବୋଲିଂ ବିପକ୍ଷ ଟିମ୍ ପାଇଁ ଯଥେଷ୍ଟ । ଗତଥରର ରିପିଟେସନ ପାଇଁ ପଡ଼ିଆକୁ ଓହ୍ଲାଇବେ ଖେଳାଳି ।

ସେପଟେ, ଧୋନିଙ୍କ ନେତୃତ୍ୱରେ ଚେନ୍ନାଇ(Chennai) ୨୦୦୮ରୁ ଭଲ ପ୍ରଦର୍ଶନ କରିଥିଲେ ସୁଦ୍ଧା ୨୦୨୨ ଦଳ ପାଇଁ ଅଶୁଭ ଥିଲା । ଏଥର କିନ୍ତୁ ସବୁ ଓଲଟପାଲଟ କରିବାକୁ ରଣନୀତି (strategy)ପ୍ରସ୍ତୁତ ହୋଇଛି । ଗାଏକୱାଡ, ଧୋନି, ଜାଡେଜାଙ୍କ ସମେତ ମୋଇନ୍ ଅଲ୍ଲୀ,କନୱେ ଟିମ୍ ପାଇଁ ଲଢ଼ିବେ । ଅଲରାଉଣ୍ଡର ବେନ୍ ଷ୍ଟୋକ୍ସଙ୍କ ଉପସ୍ଥିତି ଖେଳାଳିଙ୍କ ମନୋବଳ ବଢ଼ାଇଛି । ଅଲରାଉଣ୍ଡର ଡୁବେ,ପ୍ରଟୋରିୟସଙ୍କ ଉପରେ ମଧ୍ୟ ଦଳ ଭରସା ରଖିଛି ।

ଚଳିତ ସିଜିନ୍ ପରେ IPLକୁ ବାୟ ବାୟ କରିପାରନ୍ତି ମାହି । ତେଣୁ ଦଳକୁ ଚାମ୍ପିଅନ୍ କରାଇ ଧୋନିଙ୍କୁ ଗିଫ୍ଟ ଦେବାକୁ ସମସ୍ତ ବଳ ପ୍ରୟୋଗ କରିବେ ଖେଳାଳି । ସେପଟେ କିନ୍ତୁ ପାଣ୍ଡ୍ୟା ଉଦଘାଟନୀ ମ୍ୟାଚରୁ ହିଁ ବିପର୍ଯ୍ୟୟ ସୃଷ୍ଟି (creating disaster)କରିବାକୁ ଅଣ୍ଟା ଭିଡ଼ିଛନ୍ତି ।

Leave a Reply

Your email address will not be published. Required fields are marked *