ବିଶ୍ବକପରେ କ’ଣ ରହିଛି ଅଷ୍ଟ୍ରେଲିଆର ଇତିହାସ? କଙ୍ଗାରୁ ଦଳକୁ ଭାରତ କେମିତି ଦେବ ଟକ୍କର ?

୨୦୦୩ ମସିହା ବିଶ୍ବକପ୍ ବଦଲା ନେବ ଭାରତ । ଏକଥା ଆମେ ଏଥିପାଇଁ କହୁଛୁ କାରଣ କଙ୍ଗାରୁ ଦଳ ଠାରୁ ଭାରତ ଅତି ଶୋଚନୀୟ ପରାଜୟର ଶିକାର ହୋଇଥଲା । ଆଜି ବି ସେହି ପରାଜୟକୁ ଭୁଲିପାରୁ ନାହାନ୍ତି କ୍ରିକେଟ ପ୍ରେମୀ । ତେଣୁ, ଏବେ ରୋହିତ ସେନା ଅଣ୍ଟା କଶିଲେଣି କଙ୍ଗାରୁ ଦଳର ବଦଲା ନେବାକୁ । ହତରେ ମାତ୍ର ଆଉ କେଇ ଘଣ୍ଟା ରହିଛି । ଆସନ୍ତା ୧୯ ତାରିଖରେ ଅହମ୍ମଦାବାଦ ଠାରେ ହେବ ବିଶ୍ବକପ୍ ଫାଇନାଲ ମୁକାବିଲା । ହେଲେ ଅଷ୍ଟ୍ରେଲିଆକୁ ପରାଜୟ କରିବା ଭାରତ ପାଇଁ ବି ଏତେ ସହଜ ନୁହେଁ । କାରଣ କ୍ରିକେଟ କଥା ଆସିଲେ ଅଷ୍ଟ୍ରେଲିଆ ହିଁ ସବୁଠୁ ମଜବୁତ ଦଳର ପରିଚୟ ଦିଏ । ଅଷ୍ଟ୍ରେଲିଆ ନାଁରେ ରହିଛି ୫ଟି ବିଶ୍ବକପ ଜିତିବାର ରେକର୍ଡ ।

ଗତକାଲି ଦକ୍ଷିଣ ଆଫ୍ରିକାକୁ ହରାଇ କଙ୍ଗାରୁ ଦଳ ଫାଇନାଲରେ ପ୍ରବେଶ କରିଛି । ହେଲେ ସମସ୍ତଙ୍କ ନଜର ଭାରତୀୟ ଦଳ ଉପରେ । ବିଶ୍ବକପରେ ଅଷ୍ଟ୍ରେଲିଆର ରେକର୍ଡକୁ ତୁଳନା କଲେ ଭାରତ ଯଦିଓ ଅନେକ ପଛରେ, ତଥାପି ଏଥର ଭାରତ ଟିକିଏ ଅଲଗା ଭାରତ । ଜୋସ, ଜୁନୁନ୍ ଏବଂ ଫର୍ମରେ ଭରପୁର ଭାରତୀୟ ଦଳ ଲାଗାତାର ବିଜୟ ମୁକୁଟ ପିନ୍ଧି ଚାଲିଛି । ଏଥର ରୋହିତ ସେନା ପୁରା ଦମରେ ଆଗେଇ ଚାଲିଛି । ମିଶନ ଓ୍ବାର୍ଲ୍ଲଡ କପ୍ ।

ଅଷ୍ଟ୍ରେଲିଆର ପୂର୍ବ ପ୍ରଦର୍ଶନ ଅନ୍ୟ ଦଳ ଅପେକ୍ଷା ବହୁତ ଭଲ ରହିଛି । ୨୦୦୩ ବିଶ୍ବକପରେ ଭାରତ ୧୨୫ ରନରେ କଙ୍ଗାରୁ ଠାରୁ ହାରିଥିଲା । ସେତେବେଳେ ଦଳର ନେତୃତ୍ବ ନେଇଥିଲେ ସୌରଭ ଗାଙ୍ଗୁଲି । ଫାନାଲ ମ୍ୟାଚରେ ୩୬୦ ରନର ଟାର୍ଗେଟ କରି ଭାରତ ୩୯.୨ ଓଭରରେ ୨୩୪ ରନରେ ଅଟକି ଯାଇଥିଲା । ହେଲେ ଏହି ୨୦ ବର୍ଷ ଭିତରେ ଭାରତୀୟ କ୍ରିକେଟ ସମ୍ପୂର୍ଣ୍ଣ ବଦଳି ଯାଇଛି । ଭାରତ ଏପର୍ଯ୍ୟନ୍ତ ୧୦ଟି ଯାକ ମ୍ୟାଚ ଜିତିସାରିଛି । ଅନ୍ୟପଟେ ଅଷ୍ଟ୍ରେଲିଆ ୧୦ଟି ମ୍ୟାଚରୁ ୮ଟିରେ ବଜୟ ଲାଭ କରିଛି । ଏଥିସହିତ ଅଷ୍ଟ୍ରେଲିଆ ୮ମ ଥର ପାଇଁ ବିଶ୍ବକପ ଫାଇନାଲରେ ପ୍ରବେଶ କରିଛି ।

ଏପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ୭ଟି ଫାଇନାଲରୁ ୫ଟି ଜିତିଛି । ୧୯୭୫ରେ ଓ୍ବେଷ୍ଟଇଣ୍ଟିଜ ଏବଂ ୧୯୯୬ରେ ଶ୍ରୀଲଙ୍କା ଠାରୁ ହାରିଛି ଅଷ୍ଟ୍ରେଲିଆ । ୧୯୯୯ରୁ ୨୦୦୭ ପର୍ଯ୍ୟନ୍ତ ଲଗାତାର ୩ ଥର ବିଶ୍ବବିଜେତା ହୋଇଛି ଅଷ୍ଟ୍ରେଲିଆ ଦଳ । ୧୯୮୭ ମସିହାରେ ଇଂଲଣ୍ଡ, ୧୯୯୯ରେ ପାକିସ୍ତାନ, ୨୦୦୩ରେ ଭାରତ, ୨୦୦୭ରେ ଶ୍ରିଲଙ୍କା ଏବଂ ୨୦୧୫ରେ ନ୍ୟୁଜିଲାଣ୍ଡକୁ ବିଶ୍ବକପ୍ ଫାଇନାଲରେ ହରାଇଥିଲା ଅଷ୍ଟ୍ରେଲିଆ ।

ସେହିପରି ଭାରତୀୟ କ୍ରିକେଟ ଟିମ୍ ଏହା ପୂର୍ବରୁ ୩ ଥର ବିଶ୍ବକପ୍ ଫାଇନାଲ ଖେଳିଛି । ୧୯୮୩ରେ ଓ୍ବେଷ୍ଟଇଣ୍ଡିଜ ଏବଂ ୨୦୧୧ରେ ଶ୍ରୀଲଙ୍କାକୁ ହରାଇ ବିଜୟ ମୁକୁଟ ପିନ୍ଧିଥିଲା । ହେଲେ ୨୦୦୩ରେ ଅଷ୍ଟ୍ରେଲିଆ ଠାରୁ ପରାଜୟର ଶିକାର ହୋଇଥିଲା ଭାରତ ।

http://www.aplauz.pila.pl/oferta/slusarka-w-stali/

Leave a Reply

Your email address will not be published. Required fields are marked *